ଅପରାଧ ରାଜ୍ୟ ସ୍ପେଶାଲ ରିପୋର୍ଟ

ତୁ ହେଲୁନି ମୋର.. ମୁଁ ଛାଡୁଛି ଦୁନିଆ…

ସୋର ୦୫।୦୫: ତୁ କେବଳ ମୋର, ଯଦି ତୁ ହେଲୁନି ମୋର.. ଏ ଜୀବନ ଆଉ ମୁଁ କାଇଁ ରଖିବି। ରାତିରେ ଥିଲା ପ୍ରେମିକାର ବାହାଘର । ତାପର ଦିନ ସକାଳୁ ଉଠିଲା ପ୍ରେମିକର କୋକେଇ । ବାଲେଶ୍ୱର ଜିଲ୍ଲା ସୋର ବ୍ଲକ ମାଣତ୍ରୀ ପଞ୍ଚାୟତ ଜହ୍ନିଆ ଗାଁରେ ଦେଖିବାକୁ ମିଳିଛି ଏପରି ଏକ ଘଟଣା । ଯାହା ଆପଣ ଶୁଣିଲେ ବି ତାଜୁବ୍‌ ହୋଇଯିବେ ।

ଖବର ଅନୁଯାୟୀ, ଜହ୍ନିଆ ଗାଁରେ ରତ୍ନାକର ମଳିକଙ୍କ ପୁଅ ପ୍ରଦୀପ ଗୁଜୁରାଟରେ ଏକ ଘରୋଇ କମ୍ପାନୀରେ କାମ କରୁଥିଲେ । ସେ ତାଙ୍କ ଗାଁର ଜଣେ ଯୁବତୀଙ୍କୁ ଭଲ ପାଉଥିଲେ । ୩/୪ ତଳେ ସେ ଘରକୁ ଫେରି ପ୍ରେମିକାକୁ ସାକ୍ଷାତ କରିବାକୁ ଚେଷ୍ଟା କରିଥିଲେ । କିନ୍ତୁ ସେଥିରେ ସଫଳ ହୋଇନଥିଲେ । ଶେଷରେ ବୁଧବାର ରାତିରେ ପ୍ରେମିକାର ଅନ୍ୟତ୍ର ବାହାଘର ହେଉଛି ବୋଲି ଖବର ପାଇଥିଲେ ପ୍ରେମିକ । ଯାହା ଶୁଣି ପ୍ରଦୀପଙ୍କ ପାଦ ତଳୁ ମାଟି ଖସିଯାଇଥିଲା । ସେ ନିଜର ମାନସିକ ସ୍ଥିତି ହରାଇ ବସିଥିଲେ । ହାତରେ ମଦ ବୋତଲ ସହ ଏକ ରଶି ଧର ଘର ଠାରୁ କିଛି ଦୂରରେ ଥିବା ଏକ ଆକାଶିଆ ଗଛରେ ଝୁଲିପଡିଥିଲେ ।

ଗ୍ରାମର ରତ୍ନାକର ମଳିକଙ୍କ ପୁଅ ପ୍ରଦୀପ(୨୨) ଗୁଜରାଟର ଏକ ଘରୋଇ କମ୍ପାନୀରେ କାମ କରୁଥିଲେ । ସେ ତାଙ୍କ ପାଖ ଗ୍ରାମର ଜଣେ ଯୁବତୀଙ୍କୁ ଭଲ ପାଉଥିଲେ। ୩/୪ ଦିନ ତଳେ ସେ ଘରକୁ ଫେରି ପ୍ରେମିକାଙ୍କ ସହ ସାକ୍ଷାତ କରିବାକୁ ଚେଷ୍ଟା କରି ପାଇ ନ ଥିଲେ। ଗତ ରାତିରେ ପ୍ରେମିକାଙ୍କ ବାହାଘର ଅନ୍ୟତ୍ର ହୋଇଯିବା ଖବର ପାଇ । ପ୍ରଦୀପ ମାନସିକ ଭାରସାମ୍ୟ ହରାଇ ଆଜି ସକାଳେ ମଦ ବୋତଲ ସହିତ ଏକ ରଶି ନେଇ ଘର ଠାରୁ କିଛିଦୂରରେ ଥିବା ଏକ ଆକାଶୀ ଗଛ ଡାଳରେ ରଶି ଲଗାଇ ଝୁଲିପଡ଼ିଥିଲେ।

ସେପଟେ ଏହା ଦେଖି ପରିବାର ଲୋକେ ତୁରନ୍ତ ତାଙ୍କୁ ଗଛରୁ ଉଦ୍ଧାର କରି ସୋର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । ପୋଲିସ ଘଟଣାସଂପର୍କରେ ଖବର ପାଇ ମୃତଦେହକୁ ଜବତ ବ୍ୟବଚ୍ଛେଦ ପାଇଁ ପଠାଇଛି । ଏହାସହିତ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ କରୁଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।