ଅପରାଧ ରାଜ୍ୟ

ପାଳଝଡ଼ି ଡବଲ୍ ମର୍ଡ଼ର ଘଟଣା: ୪ଖଣ୍ଡ ଭୋଟ ପାଇଁ ହତ୍ୟାକାଣ୍ଡ!

ବ୍ରହ୍ମପୁର : ଗତ ପଞ୍ଚାୟତ ନିର୍ବାଚନରେ ସ୍ତ୍ରୀକୁ ସରପଞ୍ଚ ପ୍ରାର୍ଥୀ କରି ୪୦ଲକ୍ଷ ଟଙ୍କା ଖର୍ଚ୍ଚ କଲେ। କିନ୍ତୁ ୪ଟି ଭୋଟରେ ସ୍ତ୍ରୀ ପରାଜୟବରଣ କଲେ। ପ୍ରତିଶୋଧ ପରାୟଣ ହୋଇ ଉଠିଥିଲେ ସ୍ବାମୀ। ଶେଷରେ ଗତ ୨୩ତାରିଖରେ ସେ ନିଜ ଯୋଜନାରେ ସଫଳ ହୋଇଥିଲେ। ଏଇ ହେଉଛି ଦିଗପହଣ୍ଡି ଥାନା ପାଳଝଡ଼ି ଗ୍ରାମରେ ହୋଇଥିବା ଡବଲ୍‌ ମର୍ଡର ଘଟଣା ପଛର କାହାଣୀ ବୋଲି ଆଜି ବ୍ରହ୍ମପୁର ଏସ୍‌ପି ପିନାକ ମିଶ୍ର ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି।

ଏସ୍‌ପିଙ୍କ ସୂଚନା ମୁତାବକ, ଦୁଇ ଯୁବ ନେତା ସୁଦର୍ଶନ ସୁଆର ଓ ତାଙ୍କର ସାଥୀ ସୁଧୀର ପାତ୍ରଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରିଥିବା ମୁଖ୍ୟ ଅଭିଯୁକ୍ତ ହେଲା ସେହି ପାଳଝଡ଼ି ଗ୍ରାମର ପ୍ରଶାନ୍ତ ଗୌଡ଼ (୩୦)। ସୁଦର୍ଶନ ଏବଂ ସୁଧୀର ଏକ ଭୋଜିରେ ଯୋଗ ଦେବାପାଇଁ ନିମଖଣ୍ଡିପେଣ୍ଠ ଯାଉଥିବାବେଳେ ନିର୍ଜନ ସ୍ଥାନରେ ଏହି ତିନି ସୁପାରି କିଲର୍‌ ପୂର୍ବରୁ ଛପି ରହିଥିଲେ। ଲୁହାରଡ଼୍‌ ଏବଂ ପଥରରେ ଅତର୍କିତ ଆକ୍ରମଣ କରି ଲହୁଲୁହାଣ କରି ଫେରାର୍ ହୋଇଯାଇଥିଲେ। ଫଳରେ, ଦୁହିଁଙ୍କର ମୃତ୍ୟୁ ହୋଇଯାଇଥିଲା। ପୁଲିସ ପକ୍ଷରୁ ସ୍ବତନ୍ତ୍ର ସ୍କ୍ବାଡ୍‌ ଗଠନ କରାଯାଇ ଅଭିଯୁକ୍ତଙ୍କୁ କାବୁ କରାଯାଇଛି।

ଅନ୍ୟପକ୍ଷେ ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିଲା ଭଳି ମୁଖ୍ୟ ଅଭିଯୁକ୍ତ ପ୍ରଶାନ୍ତ ‌ଗୌଡ଼କୁ ଗିରଫ କରି ପୁଲିସ ତନାଘନା କରୁଥିବା ବେଳେ ପରେ ତା’ ବିରୋଧରେ ପୂର୍ବରୁ ଅଡ଼ବା ଥାନାରେ ଗଞ୍ଜେଇ ଚୋରା ଚାଲାଣ କରୁଥିବା ନେଇ ଅଭିଯୋଗ ଥିବା ପୁଲିସ ଜାଣିବାକୁ ପାଇଥିଲା। ତା’ ନିକଟରୁ ୨୦୨କେଜି ୪୦୦ଗ୍ରାମର ଗଞ୍ଜେଇ ସେଠାରୁ ଜବତ କରିଛି ପୁଲିସ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।