ଖେଳ ଦେଶ ବିଦେଶ

ନିଜକୁ ଦେଇଥିବା ଶପଥ ପୂରଣ କଲେ ରିଙ୍କୁ ସିଂ : ମ୍ୟାଚ୍ ପୂର୍ବରୁ ହାତରେ ଲେଖିଥିଲେ…

ନୂଆଦିଲ୍ଲୀ,୦୩/୦୫: ବିଜୟ ଧାରାକୁ ଫେରିଛି କୋଲକାତା ନାଇଟ ରାଇଡର୍ସ । ସୋମବାର ଖେଳାଯାଇଥିବା ମୁକାବିଲାରେ ଦଳ ରାଜସ୍ଥାନ ରୟାଲ୍ସକୁ ୭ ଓ୍ୱିକେଟରେ ମାତ୍ ଦେଇଥିଲା । ଏହି ବିଜୟ ସହ କେକେଆର ପଞ୍ଜାବ କିଙ୍ଗସକୁ ପଏଣ୍ଟ ଟେବୁଲରେ ପଛରେ ପକାଇ ୭ ନମ୍ବର ସ୍ଥାନରେ ପହଁଚିଛି ।

କୋଲକାତା ନାଇଟ ରାଇଡର୍ସ ବିଜୟର ହିରୋ ଥିଲେ ରିଙ୍କୁ ସିଂ । ସେ ୨୩ ବଲରୁ ୪୨ ରନ୍ କରିଥିଲେ । ଏହି ଇନିଂସରେ ସେ ୬ ଚଉକା ଓ ଗୋଟିଏ ଛକା ଲଗାଇଥିଲେ । ଏହାସହ ସେ ଫିଲ୍ଡିଂ ବେଳେ ଦମଦାର କ୍ୟାଚ୍ ନେଇଥିଲେ ।

ମ୍ୟାଚ୍ ପରେ କେକେଆର ରିଙ୍କୁ ସିଂଙ୍କ ଏକ ଭିଡିଓ ସେୟାର କରିଛି । ଏଥିରେ ସେ ସାଥି ଖେଳାଲି ନୀତିଶ ରାଣାଙ୍କୁ କହୁଛନ୍ତି ଯେ, ସେ ସକାଳୁ ହିଁ ଭଲ ରନ କରିବେ ବୋଲି ବିଚାର କରୁଥିଲେ । ତାଙ୍କ ମନକୁ ଏପରି ଅନୁଭବ ଆସିଥିଲା । ଏହାସହ ମ୍ୟାନ୍ ଅଫ ଦି ମ୍ୟାଚ୍ ହେବେ ବୋଲି ମଧ୍ୟ ଭାବିଥିଲେ । ମ୍ୟାଚ୍ ପୂର୍ବରୁ ସେ ନିଜ ହାତରେ ଅର୍ଦ୍ଧଶତକ ହାସଲ କରିବେ ବୋଲି ଲେଖିଥିଲେ ।

ରିଙ୍କୁ ଆହୁରି କହିଛନ୍ତି ଯେ, ତାଙ୍କ ଟିମର ଅନେକ ଖେଳାଳି ରଣଜୀ ଟ୍ରଫି ଖେଳିଥିଲେ । କିନ୍ତୁ ସେ ଏକ ମାତ୍ର ଖେଳାଳି ଭାବେ ଆଇପିଏଲ ଖେଳିବାର ସୁଯୋଗ ପାଇଛନ୍ତି । ଆଇପିଏଲ ଅନ୍ୟ ଘରୋଇ ଟୁର୍ଣ୍ଣାମେଣ୍ଟଠୁ ଖୁବ୍ ଭିନ୍ନ । ସେ ୫ ବର୍ଷ ଧରି ଏପରି ସୁଯୋଗ ଖୋଜୁଥିଲେ ।

ସୂଚନାଯୋଗ୍ୟ, ଆଇପିଏଲ ନିଲାମିରେ ରିଙ୍କୁଙ୍କୁ ୨୦୧୭ରେ ପଞ୍ଜାବ ୨୦୨୭ରେ କ୍ରୟ କରିଥିଲା । ସେହି ସିଜିନରେ ସେ ଗୋଟିଏ ହେଲେ ମ୍ୟାଚ ଖେଳିନଥିଲେ । ୨୦୧୮ରେ ସେ କୋଲକାତା ସହ ଜଡିତ ହୋଇଥିଲେ । ୨୦୨୨ରେ ତାଙ୍କୁ ପୁଣି କେକେଆର ୫୫ ଲକ୍ଷ ଟଙ୍କାରେ କିଣିଥିଲା ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ