ଅପରାଧ ରାଜ୍ୟ

୮ ଦେଶୀ ବନ୍ଧୁକ ସହ ବିସ୍ଫୋରକ ସାମଗ୍ରୀ ଜବତ, ୪ ଗିରଫ

କଣ୍ଟାବାଞ୍ଜି, ୦୩/୦୫: ମୁରିବାହାଲ ପୋଲିସ ଦ୍ୱାରା କରଳାପିଟା ଗ୍ରାମରୁ ୮ ଦେଶୀ ବନ୍ଧୁକ ସହ ବିସ୍ପୋରକ ସାମଗ୍ରୀ ଜବତ କରାଯାଇଛି । ବେଆଇନ ଭାବେ ବନ୍ଧୁକ ଏବଂ ବିସ୍ପୋରକ ସାମଗ୍ରୀ ଘରେ ରଖିଥିବା ଅଭିଯୋଗରେ ଗାଁର ୪ ଜଣଙ୍କୁ ଗିରଫ କରିଛି ପୋଲିସ । ଗିରଫ ୪ ଜଣ ହେଲେ କରଲପିଟା ଗାଁର ଧରଣୀ ଚନ୍ଦନ, ପୁରନ୍ଦର ଧରୁଆ, ଦେବାରଚନ୍ଦ ଧରୁଆ, ସାଧୁ ଧରୁଆ । ମୁରିବାହାଲ ଅଞ୍ଚଳରେ ଦୀର୍ଘ ବର୍ଷ ହେଲା ବରାହା ଶିକାରୀ ମାନେ ନିଜର ପ୍ରତିଆରା ବଢ଼ାଇ ଆସୁଛନ୍ତି । ଅନେକ ସମୟରେ ପୋଲିସ ଶିକାରୀ ସହ ବରାହା ମାଂସ ଓ ବନ୍ଧୁକ ଜବତ ମଧ୍ୟ କରିଛି ।

ତେବେ ଗିରଫ ଶିକାରୀମାନେ ଜଙ୍ଗଲରେ ଶୀକାର କରିବାକୁ ଯୋଜନା କରୁଥିବା ବେଳେ ପୋଲିସ କୌଣସି ସୂତ୍ରରୁ ଖବର ପାଇ କରଳାପିଟା ଗାଁରେ ପହଞ୍ଚି ୮ଟି ବନ୍ଧୁକ ଏବଂ ବିସ୍ପୋରକ ସାମଗ୍ରୀ ଜବତ କରିଥିବା ନେଇ କଣ୍ଟାବାଞ୍ଜି ପୋଲିସ ଏସ୍‌ଡିପିଓ ଡ଼. ହୃଷିକେଶ ମେହେର ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ସେମାନଙ୍କ ଠାରୁ ୮ ଟି ଦେଶୀ ବନ୍ଧୁକ ସହ ୧୯ ଟି ଫୁଟା ଗୁଳି, ୩ ଟି ଜୀବନ୍ତ ଗୁଳି ସହ ବିସ୍ପୋରକ ସାମଗ୍ରୀ ଜବତ କରିଥିବା ବେଳେ ଏମାନେ ପଶୁ ପକ୍ଷୀ ଶିକାର କରିବାକୁ ଏଭଳି ବନ୍ଧୁକ ତିଆରି କରୁଥିଲେ ବୋଲି ମଧ୍ୟ ଏସ୍ଡିପିଓ ସୂଚନା ଦେଇଛନ୍ତି । ଗିରଫ ୪ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।