ଅପରାଧ ରାଜ୍ୟ

ମୁରାରୀ ତନ୍ତୀ ଗୁଳିକାଣ୍ଡ : ମାଷ୍ଟରମାଇଣ୍ଡ୍ ସମେତ ୪ ଗିରଫ

ସୁନ୍ଦରଗଡ଼ : ମାତ୍ର ୩ ଦିନ ମଧ୍ୟରେ ସୁନ୍ଦରଗଡ଼ର ବହୁଚର୍ଚ୍ଚିତ ମୁରାରୀ ତନ୍ତୀ ଗୁଳିକାଣ୍ଡର ପର୍ଦ୍ଦାଫାସ କରିଛି ପୁଲିସ। ମହନ୍ତିଆପଡାର ଜମି ବେପାରୀ ମୁରାରୀ ତନ୍ତୀଙ୍କୁ ଗୁଳି କରି ହତ୍ୟା କରିବା ଅଭିଯୋଗରେ ମାଷ୍ଟର ମାଇଣ୍ଡ ସମେତ ୪ ଜଣଙ୍କୁ ଗିରଫ କରିଛି ସୁନ୍ଦରଗଡ଼ ପୁଲିସ । ସେମାନେ ହେଲେ ମାଷ୍ଟର ମାଇଣ୍ଡ ବସନ୍ତ ପାଣ୍ଡବ, ଯଶୋବନ୍ତ ପାଣ୍ଡବ ଓରଫ୍ ଜିତୁ ଓ ୨ ସହଯୋଗୀ ଦେବାଶିଷ ତନ୍ତୀ, ପ୍ରଶାନ୍ତ ପାଣ୍ଡବ।

ଦେବାଶିଷକୁ ଛାଡି ସମସ୍ତେ ଭାଇ ଭାଇ ଓ ମୃତ ମୁରାରୀଙ୍କ ପଡୋଶୀ। ମୁଖ୍ୟ ଅଭିଯୁକ୍ତ ବସନ୍ତ ପାଣ୍ଡବଙ୍କ ଯୋଜନା ମୁତାବକ ସମ୍ପର୍କୀୟ ଭାଇ ଜିତୁ ପାଣ୍ଡବ ମୁରାରୀଙ୍କୁ ଗୁଳି କରିଥିବା ବେଳେ ଅନ୍ୟ ସହଯୋଗୀ ବନ୍ଧୁକ ଦେବା ଓ ଅଭିଯୁକ୍ତଙ୍କୁ ଫେରାର କରାଇବାରେ ସାହାଯ୍ୟ କରିଥିଲେ । ସମସ୍ତ ଅଭିଯୁକ୍ତଙ୍କୁ ରାଜଗାଙ୍ଗପୁର ଓ ରାଉରକେଲା ଅଂଚଳରୁ ଗିରଫ କରିଛି ପୁଲିସ । ତେବେ ଜମି ବେପାରରୁ ଦୀର୍ଘ ୧୫ ବର୍ଷ ତଳୁ ଲାଗି ରହିଥିବା ଶତ୍ରୁତା ଶେଷକୁ ଜୀବନ ନେଇଥିବା ଏସପି ସାଗରିକା ନାଥ ଆଜି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ହତ୍ୟାକାଣ୍ଡରେ ବ୍ୟବହୃତ ଦେଶୀ ବନ୍ଧୁକ ଓ ବାଇକ ଜବତ ହୋଇଛି ।

ଏପ୍ରିଲ ୨୯ ତାରିଖ ରାତି ପ୍ରାୟ ସାଢେ ୮ଟାରେ ମୁରାରୀ ତନ୍ତୀ ନିଜ ସ୍କୋର୍ପିଓରୁ ପିଏସଆର ସିନେମା ହଲ ନିକଟରେ ଓହ୍ଲାଇ ସମ୍ପର୍କୀୟଙ୍କ ଘରକୁ ଯାଇଥିଲେ। ଡ୍ରାଇଭର ଗାଡ଼ି ଧରି ରାସ୍ତା କଡ଼ରେ ଅପେକ୍ଷା କରିଥିଲେ। ଅଧ ଘଣ୍ଟା ପରେ ମୁରାରୀ ସମ୍ପର୍କୀୟଙ୍କ ଘରୁ ଚାଲି ଚାଲି ଗାଡ଼ି ପାଖକୁ ଆସୁଥିବା ବେଳେ ରାସ୍ତା ମଝିରେ ଜଣେ ଦୁର୍ବୃତ୍ତ ତାଙ୍କର ଅତି ନିକଟକୁ ଯାଇ ଗୁଳି ଚଳାଇଥିଲେ। ଗୁଳିଟି ତାଙ୍କ ଥୋଡିରେ ଲାଗିଥିଲା, ସେ ଟଳି ପଡ଼ିଥିଲେ। ଏହା ପରେ ଦୁର୍ବୃତ୍ତ ତାଙ୍କ ଚାରିପଟେ ଘୂରି ବୁଲିବା ସହ ସ୍କୋର୍ପିଓ ପାଖକୁ ଆସି ଡ୍ରାଇଭରକୁ ବନ୍ଧୁକ ଦେଖାଇଥିଲେ। ଡ୍ରାଇଭର ଭୟରେ ଆଗକୁ ଗାଡ଼ି ନେଇ ଯାଇଥିଲା। ଏପଟେ ଦୁର୍ବୃତ୍ତ ଜଣକ ରାସ୍ତାରେ ନିଶ୍ଚଳ ହୋଇ ପଡ଼ିଥିବା ମୁରାରୀ ପାଖକୁ ଫେରି ଆସି ତାଙ୍କ ମୁଣ୍ଡକୁ ଲକ୍ଷ୍ୟ କରି ପୁଣି ଗୁଳି ଫୁଟାଇଥିଲେ। ଏହି ସମୟରେ ରାସ୍ତା ଦେଇ ଗାଡ଼ି ମଟର ଯାତାୟତ କରୁଥିଲେ ମଧ୍ୟ ହତ୍ୟାକାରୀ ନିର୍ଭୀକ ଭାବେ ହତ୍ୟା କରି ଚାଲି ଯାଇଥିଲା। ପରିବାର ଲୋକେ ପୂର୍ବ ଶତ୍ରୁତାରୁ ଘଟଣା ଘଟିଥିବା କହୁଛନ୍ତି। ପୂର୍ବରୁ ୬ ମାସ ତଳେ ମଧ୍ୟରେ ସେ ନିର୍ଦ୍ଦିଷ୍ଟ ବ୍ୟକ୍ତି ମୃତ ମୁରାରୀଙ୍କ ପୁତୁରାଙ୍କ ଉପରକୁ ଗୁଳି ଚଳାଇଥିଲେ। କିନ୍ତୁ ସେ ଅଳ୍ପକେ ବର୍ତ୍ତି ଯାଇଥିଲେ। ସେଦିନ ଠାରୁ ମୁରାରୀ ଉପରେ ଟାର୍ଗେଟ ରଖିଥିଲେ। ହତ୍ୟାକାଣ୍ଡପରେ ଅପରାଧୀଙ୍କୁ ଠାବ କରିବା ପାଇଁ ସୁନ୍ଦରଗଡ଼ ପଙଲିସ ପକ୍ଷରୁ ୪ ଟି ଟିମ ଗଠନ କରାଯାଇଥିଲା। ଟିମ୍ ଛାନଭିନ କରି ଅଭିଯୁକ୍ତମାନଙ୍କୁ ଧରିବାରେ ସଫଳ ହୋଇଥିଲା।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।