ଅପରାଧ ରାଜ୍ୟ

ଯାଆଁଳା ସୁନା ବ୍ୟବସାୟୀଙ୍କୁ ଗୁଳି ମାଡ଼ ଘଟଣା, ଦୁଇ ଲୁଟେରାଙ୍କୁ ବାନ୍ଧିଲା ଜଙ୍କିଆ ପୋଲିସ

ଭୁବନେଶ୍ବର ୦୨।୦୫ : ଯାଆଁଳା ସୁନା ବ୍ୟବସାୟୀଙ୍କୁ ଗୁଳି ମାଡ଼ ଘଟଣାରେ ପୋଲିସର ଆକ୍ସନ । ଦୁଇ ଲୁଟେରାଙ୍କୁ ଗିରଫ କଲା ଜଙ୍କିଆ ଥାନା ପୋଲିସ । ଗିରଫ ଦୁଇ ଲୁଟେରାଙ୍କ ନାମ ତ୍ରିନାଥ ଓ ବିଦେଶୀ ବୋଲି ଜଣାପଡିଛି । ଦୁଇ ଅଭିଯୁକ୍ତଙ୍କୁ ରିମାଣ୍ଡରେ ଆଣିବ କମିଶନରେଟ ପୋଲିସ ।

ଖବର ଅନୁଯାୟୀ, ଗତ ୨୫ ତାରିଖ ଦିନ ଯାଆଁଳା ସ୍ଥିତ ଏକ ସୁନା ଦୋକାନର ବ୍ୟବସାୟୀଙ୍କୁ ଗୁଳିମାଡ଼ କରିଥିଲେ ଦୁର୍ବୃତ୍ତ । ଏବେ ଜଙ୍କିଆ ଅଞ୍ଚଳରେ ଲୁଟ୍‌ ଯୋଜନା କରୁଥିଲେ ଲୁଟେରା ।ଏପରି ସୂଚନା ପାଇ ଦମଣଭୁଇଁ ରାସ୍ତା କଡ଼ରେ ଥିବା ଏକ ସ୍ଥାନରେ ଚଢାଉ କରିଥିଲା ଜଙ୍କିଆ ଥାନା ପୋଲିସ । କିନ୍ତୁ ପୋଲିସ ଦେଖି ଫେରାର ହେବାକୁ ଉଦ୍ୟମ କରିଥିଲେ ଲୁଟେରା । ଦୁଇ ଲୁଟେରାଙ୍କୁ ଗିରଫ ସହ ଏକ ବାଇକ୍‌କୁ ମଧ୍ୟ ଜବତ କରିଛି ପୋଲିସ । ଉଭୟଙ୍କ ନିକଟରୁ ତିନୋଟି ପିସ୍ତଲ୍ ଜବତ ହୋଇଛି ।ଗିରଫ ପରେ ଲୁଟେରା କୋର୍ଟ ଚାଲାଣ କରିଥିଲା ଖୋର୍ଦ୍ଧା ପୋଲିସ ।

ସେପଟେ ଲୁଟେରାମାନେ ବାଲୁଙ୍ଗାରେ ସାତ ଲକ୍ଷ ଓ ବେଗୁଆଇରେ ପାଞ୍ଚ ଲକ୍ଷ ଟଙ୍କା ଲୁଟ୍‌ କରିଥିବା ସ୍ୱୀକାର କରିଛନ୍ତି । ଦୁଇ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେବା ପରେ ଆହୁରି ଅନେକ ତଥ୍ୟ ମିଳିବ ବୋଲି ପୋଲିସ ଆଶା ରଖିଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।