ଅପରାଧ ରାଜ୍ୟ

ଜନ୍ମଦାତା ସାଜିଲା ସୈତାନ, ୩ ଛୁଆଙ୍କୁ କୂଅକୁ ଫିଙ୍ଗି କଲା ହତ୍ୟା

ସୁନ୍ଦରଗଡ଼ ୦୧।୦୫ : ଜନ୍ମଦାତା ସାଜିଲା ସୈତାନ । ନିଜ ଜନ୍ମକଲା ଛୁଆଙ୍କୁ କୂଅରେ ଫିଙ୍ଗିଦେଲା ବାପା । ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ା ଥାନା କୁଲା ଗାଁରେ ଏଭଳି ଅଭାବନୀୟ ଘଟଣା ଘଟଣା ।

ଖବର ଅନୁଯାୟୀ, ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ କୌଣସି ନା କୌଣସି କାରଣରୁ ଝଗଡ଼ା ଲାଗିରହିଥିଲା । ପ୍ରତିଦିନ ଘରେ ମଧ୍ୟରେ ଅଶାନ୍ତିର ବାତାବରଣ ରହିଥିଲା । ଯାହାର କୁପରିଣତି ଏବେ ଦେଖାଦେଇଛି । ମଦ ପିଇ ଆସି ସ୍ତ୍ରୀଙ୍କ ସହିତ ଝଗଡ଼ା କରିଥିଲା । ଝଗଡ଼ା ଏତେ ପରିମାଣରେ ବଢିଗଲା ଯାଇଥିଲେ ଯେ ମଦ୍ୟପ ସ୍ୱାମୀ ନିଜ ୩ ଛୁଆଙ୍କୁ କୂଅରେ ଫିଙ୍ଗିଦେଇଥିଲା । ଯାହାଫଳରେ ୩ଛୁଆଙ୍କ ମୃତ୍ୟୁ ହୋଇଥିଲା । ମୃତ ୩ ଶିଶୁଙ୍କ ବୟସ ଯଥାକ୍ରମେ- ୫ ବର୍ଷ, ୨.୫ ବର୍ଷ, ୩ ବର୍ଷ ବୋଲି ସୂଚନା ରହିଛି । ହେଲେ ଏବେ ଯାଏଁ ସେମାନଙ୍କ ପରିଚୟ ମିଳିପାରିନାହିଁ ।

ସେପଟେ ଏଭଳି ଅମାନୁଷିକ ଘଟଣା ଭିଆଇବା ପରେ ମଦ୍ୟପ ବାପା ଘଟଣାସ୍ଥଳରୁ ଫେରାର ମାରିଛି । କୋଇଡ଼ା ଥାନା ପୋଲିସ ଘଟଣାରେ ଛାନ୍‌ଭିନ୍‌ ଆରମ୍ଭ କରିଛି । ଅଭିଯୁକ୍ତକୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।