ଅପରାଧ ରାଜ୍ୟ ସ୍ପେଶାଲ ରିପୋର୍ଟ

ମୋବାଇଲ୍‌ ଫାଟି ମହିଳା ଗୁରୁତର, ମେଡିକାଲରେ ଭର୍ତ୍ତି

ଆନନ୍ଦପୁର ୦୧।୦୫ : ମୋବାଇଲ୍‌ ଫାଟି ମହିଳା ଗୁରୁତର । କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ଥାନା ଓସ୍ତପୁରା ଗାଁର ଘଟଣା । ଗୁରୁତର କାରମି ମାରାଣ୍ଡି ମହିଳାଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରି ଆନନ୍ଦପୁର ମେଡିକାଲରେ ଭର୍ତ୍ତି କରିଛନ୍ତି ପରିବାରଲୋକେ ।

ଖବର ଅନୁଯାୟୀ, କାରମି ଆଜି ନିଜ ଘରେ କାମରେ ବ୍ୟସ୍ତ ଥିଲେ । ଏହି ସମୟରେ ତାଙ୍କର ଜଣେ ସଂପର୍କୀୟରଙ୍କୁ ଫୋନ କରିବା ପାଇଁ ମୋବାଇଲ୍‌ ଆଣିବାକୁ ଯାଇଥିଲେ । ଠିକ୍‌ ଏହି ସମୟରେ ମୋବାଇଲ୍‌ ଧରିବା ମାତ୍ର ହଠାତ୍‌ ଫାଟିଥିଲା । ଯାହାଫଳରେ କାରମିଙ୍କ ବାମ ହାତର ପାପୁଲି ସମେତ ୩ଟି ଆଙ୍ଗୁଳି ଛିଡି ପଡିଥିଲା । ଗୁରୁତର କାରମିଙ୍କୁ ତୁରନ୍ତ ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରେ ପ୍ରାଥମିକ ଚିକିତ୍ସା ପରେ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତରିତ କରିଯିବାର ସୂଚନା ମିଳିଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।