ନୂଆଦିଲ୍ଲୀ ୦୧।୦୫: ମହାନଦୀ ଜଳ ବିବାଦ ମାମଲା । ମହାନଦୀ ଜଳ ବିବାଦ ଟ୍ରିବୁନାଲରେ ଓଡିଶାର ସତ୍ୟପାଠ ଦାଖଲ । ପ୍ରଥମ ସାକ୍ଷୀଙ୍କର ସତ୍ୟପାଠ ଦାଖଲ କଲା ଓଡିଶା । ୧୫୦ ପୃଷ୍ଠା ବିଶିଷ୍ଟ ସତ୍ୟପାଠରେ ରହିଛି ମହାନଦୀ ସମ୍ପର୍କିତ ତଥ୍ୟ । ଓଡିଶାର ପ୍ରଥମ ସାକ୍ଷୀ ହେଉଛନ୍ତି କୃଷି ବିଶେଷଜ୍ଞ ଡାକ୍ତର ଦୟାକର ନାୟକ । ଆସନ୍ତା ମେ ୧୪ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣୀ ।
ଟ୍ରିବ୍ୟୁନାଲର ଅଧ୍ୟକ୍ଷ ବିଚାରପତି ଏ. ଏମ୍. ଖାଠିଲକରଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠଙ୍କ ନିକଟରେ ଏନେଇ ଶୁଣାଣି ହୋଇଥିଲା । ଉଭୟ ରାଜ୍ୟଙ୍କ ପକ୍ଷ ଶୁଣିବାପରେ ଟ୍ରିବ୍ୟୁନାଲ ମହାନଦୀ ଜଳ ବିବାଦ ନେଇ ସମସ୍ତ ପ୍ରମାଣଭିତ୍ତିକ ତଥ୍ୟ ସହ ସତ୍ୟପାଠ ଦାଖଲ କରିବାକୁ କହିଥିଲେ । ଏହାଛଡ଼ା ଉଭୟ ରାଜ୍ୟ ଚାହିଁଲେ ଅତିରିକ୍ତ ତଥ୍ୟ ମଧ୍ୟ ଉପସ୍ଥାପନ କରିପାରିବେ ବୋଲି ଟ୍ରିବ୍ୟୁନାଲ ଉଲ୍ଲେଖ କରିଥିଲେ।