ରାଜସ୍ଥାନ ୩୦/୦୪ : ରାଜସ୍ଥାନ ଭରତପୁରର ସୀମା ଟପିଗଲା ବର୍ବରତା । ଯୌତୁକ ମିଳିଲାନି ବୋଲି ସ୍ୱାମୀ ଘଟାଇଛି ନାରକୀୟ କାଣ୍ଡ । ଜଣେ ବ୍ୟକ୍ତି ନିଜ ସ୍ତ୍ରୀ କରିଥିବା ନିର୍ଯାତନାର ସବୁ ସୀମା ପାର୍ଇ କରିଯାଇଛି । ଶ୍ୱଶୁର ଘର ଦେଢଲକ୍ଷ ଟଙ୍କା ଯୌତୁକ ଦେଲେନି ବୋଲି ସମ୍ପର୍କୀୟଙ୍କ ସହ ମିଶି ସାମୂହିକ ଦୁଷ୍କର୍ମ କରିଛି । ସେତିକିରେ ସରିନଥିଲା କଥା । ଏହି ଘଟଣାରେ ଭିଡିଓ କରି ସୋସିଆଲ ମିଡିଆରେ ଅପଲୋଡ କରିଦେଇଥିବା ଅଭିଯୋଗ ହୋଇଛି ।
ତେବେ ଭିଡିଓ ଅପଲୋଡ କରି ଯୌତୁକ ପଇସା ଆଦାୟ କରିବା ସ୍ୱାମୀର ଉଦ୍ଦେଶ୍ୟ ଥିଲା । ଘଟଣା ଜାଣିବା ପରେ ମହିଳା ଜଣଙ୍କ ଏନେଇ ଥାନାରେ ଅଭିଯୋଗ କରିଛନ୍ତି । ଭରତପୁର, କମାନ ପୋଲିସ ଷ୍ଟେସନ ହାଉସ ଅଫିସର ଦୌଲତ ସାହୁ ଅଭିଯୋଗ ନେଇ ସ୍ପଷ୍ଟ କରିଛନ୍ତି । ସେ କହିଛନ୍ତି, “ଜଣେ ମହିଳା ତାଙ୍କ ସ୍ୱାମୀ ଏବଂ ଦୁଇ ସମ୍ପର୍କୀୟଙ୍କ ବିରୋଧରେ ଦୁଷ୍କର୍ମ ମାମଲା ଦାୟର କରିଛନ୍ତି ।
ତେବେ ୟୁଟ୍ୟୁବରେ ଏକ ଅଶ୍ଳୀଳ ଭିଡିଓ ଅପଲୋଡ୍ ହୋଇଥିବା କଥା ଏଯାଏଁ ଜଣାପଡିନି । ତାହା ତଦନ୍ତ ପରେ ଜଣାପଡିବ । ପୀଡିତା କହିବା ଅନୁଯାୟୀ, ମୋର ଶାଶୁ ଘର ଲୋକେ ମୋତେ ଯୌତୁକ ନିର୍ଯାତନା ଦେଉଥିଲେ । ଯେତେବେଳେ ସେମାନଙ୍କୁ ଯୌତୁକ ଦିଆଯାଇନଥିଲା । ସେମାନେ ମୋତେ ନିଜ ସମ୍ପର୍କୀୟଙ୍କ ସହ ଦୁଷ୍କର୍ମ କରିଥିଲେ ।
ଏମିତିକି ଘଟଣାର ସୁଟିଂ କରି ସେହି ଭିଡିଓଗୁଡ଼ିକୁ ୟୁଟ୍ୟୁବରେ ଅପଲୋଡ୍ କରିଥିଲେ । ସେ ଆହୁରି କହିଛନ୍ତି କିଛି ଦିନ ପୂର୍ବରୁ ଜଣେ ବ୍ୟକ୍ତି ମୋତେ କମାନ ନେଇଆସିଲେ ଓ ଦୁର୍ଷର୍ମ କଲେ । ଏହା ପରେ ମୁଁ ଆଲାର୍ମ ବଜାଇଲି, ଫଳରେ ସେ ସେଠାରୁ ଦୌଡି ପଳାଇଲେ । ସୂଚନା ଥାଉକି, ୨୦୧୯ରେ ସ୍ୱାମୀ ସ୍ତ୍ରୀ ବିବାହ କରିଥିଲେ । ସେବେଠାରୁ ସ୍ୱାମୀ ଓ ଶାଶୁ ଘର ଲୋକେ ତାଙ୍କୁ ଯୌତୁକ ନିର୍ଯାତନା ଦେଉଥିଲେ ।
ଏହି କାରଣରୁ ସେ ନିଜ ପିତାମାତାଙ୍କ ଘରକୁ ଫେରି ଆସିଥିଲେ । କିନ୍ତୁ, ସ୍ୱାମୀ ତାଙ୍କୁ ପ୍ରଲୋଭନ ଦେଖାଇ ତାଙ୍କ ଘରକୁ ନେଇଯାଇଥିଲେ । ଫେରିବା ପରେ ସ୍ୱାମୀ ତାଙ୍କର ଦୁଇ ସମ୍ପର୍କୀୟଙ୍କୁ ଘରକୁ ଡାକିଥିଲେ । ତାଙ୍କ ସମ୍ମୁଖରେ ପୀଡ଼ିତାଙ୍କୁ ଗଣଦୁଷ୍କର୍ମ ବିଷୟରେ ସେ ପରିବାର ଲୋକଙ୍କୁ କହିଥିଲେ । ଏହି ଘଟଣାକୁ ତାଙ୍କ ମୋବାଇଲ୍ ଫୋନରେ ରେକର୍ଡ ହୋଇଥିବା କହିଥିଲେ ।