ଅପରାଧ ରାଜ୍ୟ

ନିଆଁ ଲାଗି ଜଳିଗଲା ଦୁଇ ବଖରା ଘର, ପୋଡି ପାଉଁଶ ହୋଇଗଲା ଅନେକ ଆସବାବପତ୍ର

ପାଟଣା ୩୦।୦୪ : ନିଆଁ ଲାଗି ଜଳିଗଲା ଦୁଇ ବଖରା ଘର । ଜଳିପୋଡି ପାଉଁଶ ହୋଇଗଲା ଆସବାବପତ୍ର । କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ଖାଜିରାପଟ ପଞ୍ଚାୟଚ ରାମଚନ୍ଦ୍ରପୁର ଗାଁରେ ଘଟିଛି ଏହି ଘଟଣା ।

ଖବର ଅନୁଯାୟୀ, ରାମଚନ୍ଦ୍ରପୁର ଗାଁରେ ମାନଗୋବିନ୍ଦ ମହାନ୍ତିଙ୍କ ଘରେ ହଠାତ୍‌ ନିଆଁ ଲାଗିଯାଇଥିଲା । ଯାହାଫଳରେ ଘରେ ଥିବା ଆସବାବପତ୍ର ସମେତ ଟିଭି, ଫ୍ରିଜ, ସୋଫା ସେଟ୍‌, ଜଳିପୋଡି ପାଉଁଶ ହୋଇଯାଇଛି । ଏପିରିକି ଅନେକ କାଗଜପତ୍ର ମଧ୍ୟ ନଷ୍ଟ ହୋଇଯାଇଛି ।

ସେପଟେ ନିଆଁ ଲାଗିଥିବା ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ନିଆଁ ଆୟତ୍ତ କରିବାକୁ ଉଦ୍ୟମ କରିଥିଲା । ଶେଷରେ ଗ୍ରାମବାସୀଙ୍କ ସହାୟତାରେ ନିଆଁକୁ ଆୟତ୍ତ କରିବାରେ ସକ୍ଷମ ହୋଇଥିଲା ଅଗ୍ନିଶମ ବାହିନୀ । ସର୍ଟ ସର୍ଟିତ ଯୋଗୁଁ ନିଆଁ ଲାଗିଥିବା ଅନୁମାନ କରାଯାଉଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।