ଦେଶ ବିଦେଶ ମନୋରଞ୍ଜନ ସ୍ପେଶାଲ ରିପୋର୍ଟ

‘ଭୁଲ ଭୁଲେୟାଁ-୨’ ଟ୍ରେଲର୍‌ ଦେଖି ଏପରିି ପ୍ରତିକ୍ରିୟା ଦେଲେ ବିଦ୍ୟା ବାଲାନ

ମୁମ୍ବାଇ: ଗତକାଲି କାର୍ତ୍ତିକ ଆର୍ଯ୍ୟାନ ଓ କିଆରା ଆଡଭାନୀଙ୍କ ହରର୍‌-କମେଡି ଚଳଚ୍ଚିତ୍ର ‘ଭୁଲ ଭୁଲେୟାଁ-୨’ର ଟ୍ରେଲର୍‌ ରିଲିଜ୍‌ ହୋଇଯାଇଛି। ତେବେ ଏହି ଟ୍ରେଲରକୁ ଦେଖିବା ପରେ ଏଥିରେ ପ୍ରତିକ୍ରିୟା ରଖିଛନ୍ତି ‘ଭୁଲ ଭୁଲେୟାଁ’ର ମଞ୍ଜୁଲିକା ବିଦ୍ୟା ବାଲାନ। ପ୍ରଥମ ‘ଭୁଲ ଭୁଲେୟାଁ’ରେ ବିଦ୍ୟା ମୁଖ୍ୟ ଭୂମିକାରେ ନଜର ଆସିଥିବା ବେଳେ ତାଙ୍କ ସହ ଥିଲେ ଅକ୍ଷୟ କୁମାର।

ଇନ୍‌ଷ୍ଟାଗ୍ରାମରେ ଟ୍ରେଲର୍‌ ସେ‌ୟାର ହେବା ପରେ ଏହାକୁ ବହୁ ସକାରାତ୍ମକ ପ୍ରତିକ୍ରିୟା ମିଳିଛି। ଏହି ଟ୍ରେଲର୍‌କୁ ସେୟାର କରି ବିଦ୍ୟା ଲେଖିଛନ୍ତି, ‘ଭୂଷଣ କୁମାର ଓ ତାଙ୍କ ଟିମ୍‌କୁ ଶୁଭେଚ୍ଛା। ଟ୍ରେଲର୍‌ଟି ଚିହ୍ନା ଲାଗୁଥିଲେ ବି ଏହା ଭିନ୍ନ। ଏହାକୁ ଆଉ ଥରେ ଅନୁଭବ କରିବାକୁ ଆଉ ଅପେକ୍ଷା କରି ହେଉନାହିଁ। ଏହି ପାରିବାରିକ ମନୋରଞ୍ଜନକୁ ଦେଖନ୍ତୁ। ଏହା ଚଳିତବର୍ଷ ମେ ୨୦ରେ ରିଲିଜ୍‌ ହେବାକୁ ଯାଉଛି।

କିଛି ପ୍ରଶଂସକ ଟ୍ରେଲର୍‌ ଦେଖି ଉତ୍ସୁକତା ପ୍ରକାଶ କରିଥିବା ବେଳେ ଆଉ କିଛି ଦର୍ଶକ ଅସଲି ମଞ୍ଜୁଲିକାଙ୍କୁ ଚଳଚ୍ଚିତ୍ରରେ ନଦେଖି ପାରିବାର ଦୁଃଖ ପ୍ରକାଶ କରିଛନ୍ତି। ଜଣେ ସୋସିଆଲ୍‌ ମିଡିଆ ବ୍ୟବହାରକାରୀ ‌ ବିଦ୍ୟାଙ୍କ ଉଦ୍ଦେଶ୍ୟରେ ଲେଖିଛନ୍ତି, ‘ଆପଣଙ୍କ ବିନା ‘ଭୁଲ ଭୁଲେୟାଁ’ ଅସଂପୂର୍ଣ୍ଣ’।

ଆଉ ଜଣେ ବ୍ୟବହାରକାରୀ ଲେଖିଛନ୍ତି, ‘ମୋ ପାଇଁ ‘ଭୁଲ ଭୁଲେୟାଁ’ ମାନେ ମଞ୍ଜୁଲିକା, ମଞ୍ଜୁଲିକା ମାନେ ବିଦ୍ୟା, ବିଦ୍ୟା ଯଦି ନାହାନ୍ତି ତ‌ ମୋର ‘ଭୁଲ ଭୁଲେୟାଁ’ ଦେଖିବାକୁ ଯିବା ଦରକାର ନାହିଁ।’

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ