ଦେଶ ବିଦେଶ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

ଆୟୁଷ୍ମାନ୍ ଭାରତ ବ୍ଲକସ୍ତରୀୟ ସ୍ବାସ୍ଥ୍ୟ ମେଳା: ୨୭.୩୧ ଲକ୍ଷ ଲୋକଙ୍କ ଯୋଗଦାନ

ନୂଆଦିଲ୍ଲୀ: ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ତରଫରୁ ୩୦ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ସହଭାଗିତାରେ ଆୟୁଷ୍ମାନ୍ ଭାରତ ସ୍ବାସ୍ଥ୍ୟ ଓ ସ୍ବସ୍ତି କେନ୍ଦ୍ର (ଏବି-ଏଚ୍‌ଡବ୍ଲୁସି)ର ୪ର୍ଥ ବାର୍ଷିକ ଉତ୍ସବ ଏପ୍ରିଲ ୧୬ରୁ ୨୨ ମଧ୍ୟରେ ପାଳିତ ହୋଇଯାଇଛି। ଏଥି ସହ ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ବ୍ଲକ୍‌-ସ୍ତରୀୟ ସ୍ବାସ୍ଥ୍ୟ ମେଳା ଏପ୍ରିଲ ୧୮ରୁ ଆରମ୍ଭ ହୋଇଛି। ଲୋକମାନେ କିପରି ଆବଶ୍ୟକ ନିଦାନ ସେବା ଓ ଔଷଧ ସହ ଉନ୍ନତ ମାନର ସ୍ବାସ୍ଥ୍ୟସେବା ପାଇପାରିବେ ସେହି ଲକ୍ଷ୍ୟ ନେଇ ଏହି ସ୍ବାସ୍ଥ୍ୟ ମେଳାର ଆୟୋଜନ କରାଯାଇଛି।

ଏହି ମେଳା ମାଧ୍ୟମରେ ଲୋକମାନେ ସ୍ବାସ୍ଥ୍ୟ ସମ୍ପର୍କିତ ଆବଶ୍ୟକ ସୂଚନା ଓ ପରାମର୍ଶ ମଧ୍ୟ ପାଇପାରୁଛନ୍ତି। ସାରା ଦେଶରେ ଏପ୍ରିଲ ଶେଷ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ମେଳାରେ ଲୋକମାନେ ଅତ୍ୟନ୍ତ ଆନନ୍ଦ ଓ ଉତ୍ସାହର ସହ ଯୋଗ ଦେଉଛନ୍ତି। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀଙ୍କଠାରୁ ଆରମ୍ଭ କରି ବିଭିନ୍ନ ମନ୍ତ୍ରୀ, ବିଧାୟକ, ନେତା ଓ ଅଫିସର ମଧ୍ୟ ଏବି-ଏଚ୍‌ଡବ୍ଲୁସି ପରିଦର୍ଶନ କରିବା ସହ ସଚେତନତା ସୃଷ୍ଟି କରୁଛନ୍ତି। ଏପ୍ରିଲ ୧୮ରୁ ୭ ଦିନର ରିପୋର୍ଟ ଅନୁସାରେ ଦେଶର ୩୨୦୪ଟି ବ୍ଲକ୍‌ରେ ସ୍ବାସ୍ଥ୍ୟ ମେଳା ଅନୁଷ୍ଠିତ ହେଉଛି। ଏହି ସପ୍ତାହକ ଭିତରେ ୨୭.୩୧ ଲକ୍ଷ ଲୋକ ଏଥିରେ ଅଂଶଗ୍ରହଣ କରିଛନ୍ତି। ୩.୬୬ ଲକ୍ଷରୁ ଅଧିକ ଲୋକ ଆଭା (ଆୟୁଷ୍ମାନ୍ ଭାରତ ହେଲ୍‌ଥ ଆକାଉଣ୍ଟ) ଆଇଡି ଖୋଲିଛନ୍ତି। ୧.୧୭ ଲକ୍ଷ ପିଏମ୍‌ଜେଏୱାଇ ଗୋଲ୍‌ଡ କାର୍ଡ ଇସ୍ୟୁ କରାଯାଇଛି। ଏଥି ସହ ବିଶେଷଜ୍ଞ ଡାକ୍ତରମାନଙ୍କ ସହ ୧.୭୬ ଲକ୍ଷ ଦୂର-ପରାମର୍ଶ କରାଯାଇଥିବା ବେଳେ ୬.୭୫ ଲକ୍ଷ ଉଚ୍ଚ ରକ୍ତଚାପ, ୬.୧୧ ଲକ୍ଷ ମଧୁମେହ ଓ ୨.୦୫ ଲକ୍ଷ ପରଳ ରୋଗୀଙ୍କୁ ଚିହ୍ନଟ କରାଯାଇଛି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ