ଦେଶ ବିଦେଶ ସ୍ୱାସ୍ଥ୍ୟ

ପିଲାଙ୍କ ପାଇଁ ୩ କୋଭିଡ୍‌ ଟିକାକୁ ମଂଜୁରି

ନୂଆଦିଲ୍ଲୀ: ଭାରତର ଡ୍ରଗ୍ସ ନିୟାମକ ସଂସ୍ଥା ‘ଡିଜିସିଆଇ’ ୬ରୁ ୧୨ ବର୍ଷର ପିଲାମାନଙ୍କ କ୍ଷେତ୍ରରେ କୋଭାକ୍ସିନ ଟିକାର ସୀମିତ ଜରୁରୀ ବ୍ୟବହାର ପାଇଁ ଅନୁମତି ପ୍ରଦାନ କରିଛି। ବିଦ୍ୟାଳୟଗୁଡ଼ିକରେ କୋଭିଡ୍ ସଂକ୍ରମଣ ଅଧିକ ଦେଖିବାକୁ ମିଳୁଥିବାରୁ ଏହି ବର୍ଗର ପିଲାଙ୍କ ଟିକାକରଣ ଉତ୍ତମ ପ୍ରତିଷେଧକ ହେବ ବୋଲି କୁହାଯାଉଛି। ୫ରୁ ୧୨ ବର୍ଷର ପିଲାଙ୍କୁ କର୍ବେଭାକ୍ସ ଟିକା ଦେବା ପାଇଁ ଜରୁରୀ ଅନୁମତି ପ୍ରଦାନ କରିଛି ‘ଡିଜିସିଆଇ’। ବର୍ତ୍ତମାନ ଏହି ଟିକା ୧୨ରୁ ୧୪ ବର୍ଷର ପିଲାଙ୍କୁ ଦିଆଯାଉଛି। ଏଥି ସହ ଜିଡସ୍‌ କାଡିଲାର ଟିକା ଜାଇକୋଭ୍-ଡିକୁ ମଧ୍ୟ ୧୨ ବର୍ଷରୁ ଊର୍ଦ୍ଧ୍ବ ପିଲାଙ୍କୁ ଦେବା ପାଇଁ ଅନୁମୋଦନ ମିଳିଛି। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ମନସୁଖ ମାଣ୍ଡବୀୟ ଟ୍ବିଟରରେ ଏ ବାବଦରେ ସୂଚନା ଦେଇ ଏହାଦ୍ବାରା କୋଭିଡ୍ ବିରୋଧରେ ଭାରତର ଲଢ଼େଇ ଆହୁରି ଶକ୍ତିଶାଳୀ ହୋଇଛି ବୋଲି କହିଛନ୍ତି।

ଗତ ଜାନୁଆରି ୩ ତାରିଖରେ ୧୫ରୁ ୧୮ ବର୍ଷ ବୟସ୍କ ତରୁଣଙ୍କ ପାଇଁ କୋଭାକ୍ସିନ ଟିକା ଦେବା ଆରମ୍ଭ ହୋଇଥିଲା। ପରେ ଗତମାସରେ ୧୨ ବର୍ଷରୁ ଊର୍ଦ୍ଧ୍ବ ପିଲାଙ୍କୁ ଏଥିରେ ସାମିଲ କରାଯାଇଥିଲା। ଭାରତ ଗତବର୍ଷ ଏପ୍ରିଲ ପହିଲାରେ ୪୫ ବର୍ଷରୁ ଊର୍ଦ୍ଧ୍ବ ବୟସ୍କଙ୍କ ଟିକାକରଣ ଆରମ୍ଭ କରିଥିଲା। ତା’ପରେ ଗତବର୍ଷ ମେ ମାସଠାରୁ ସରକାର ଏହାକୁ ୧୮ ବର୍ଷରୁ ଊର୍ଦ୍ଧ୍ବ ନାଗରିକଙ୍କ ଯାଏ ସମ୍ପ୍ରସାରିତ କରିଥିଲେ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ