ପୁର: ଆଜି ସକାଳ ୬ଟା ୫୦ରେ ଝଙ୍କଡ଼ବାସିନୀ ମା ଶାରଳାଙ୍କ ମନ୍ଦିରରେ ପହଞ୍ଚିଛନ୍ତି ୫ଟି ସଚିବ ଭି.କେ ପାଣ୍ଡିଆନ। ପୂର୍ବରୁ ଏନେଇ କିଛି ସୂଚନା ନଥିବା ବେଳେ ଆଜି ସକାଳୁ ଏ ସଂକ୍ରାନ୍ତରେ ଜଣା ପଡ଼ିଥିଲା।
ସଚିବ ମନ୍ଦିର ପରିସର ବୁଲି ଦେଖିବା ସହ ସେବାୟତଙ୍କ ସହ ଆଲୋଚନା କରିଥିଲେ। ମନ୍ଦିରରେ ଥିବା ବିଭିନ୍ନ ସମସ୍ୟା ଯେମିତିକି ଚନ୍ଦନ ପୋଖରୀର ପୁନଃଉଦ୍ଧାର, ଛାତରୁ ପାଣି ଖସିବା, ମାର୍କେଟ କମ୍ପ୍ଲେକ୍ସର ହସ୍ତାନ୍ତର ଆଦି ନେଇ ସଚିବଙ୍କ ସୃଷ୍ଟି ଆକର୍ଷଣ କରିଥିଲେ। ତୁରନ୍ତ ଏ ଦିଗରେ ଆଲୋଚନା କରାଯାଇ ପଦକ୍ଷେପ ନିଆଯିବ ବୋଲି ସଚିବ ସମସ୍ତ ସେବାୟତଙ୍କୁ ପରାମର୍ଶ ଦେଇଛନ୍ତି।
