ଦେଶ ବିଦେଶ ସ୍ୱାସ୍ଥ୍ୟ

ୟୁରୋପରେ କରୋନା ସଂକ୍ରମଣ ବଢ଼ୁଛି: ଭାରତରେ ୨୪ ଘଣ୍ଟାରେ ୨୫୯୩ ମାମଲା

ନୂଆଦିଲ୍ଲୀ: ୟୁରୋପର ଅନେକ ଦେଶରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। କିନ୍ତୁ ହଂକଂ, ସିଙ୍ଗାପୁର ଏବଂ ଥାଇଲାଣ୍ଡରେ ସଂକ୍ରମଣ କମୁଛି। ତେଣୁ ଏସବୁ ସ୍ଥାନରେ ପ୍ରଶାସନ ପୂର୍ବରୁ ଲଗାଇଥିବା କଟକଣାକୁ ଆଗାମୀ ଦିନରେ କୋହଳ କରିବା ସମ୍ଭାବନା ରହିଛି। ଭାରତରେ ଗତ ୨୪ ଘଣ୍ଟାରେ ୨୫୯୩ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଏହି ସମୟ ମଧ୍ୟରେ ୪୪ ଜଣଙ୍କ ମୃତ୍ୟୁ ହୋଇଛି। ଦିଲ୍ଲୀରେ ମଧ୍ୟ ଆଜି ୧ ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ହଂକଂରେ ଦୈନିକ ସଂକ୍ରମଣ ଚଳିତ ସପ୍ତାହ ସାରା ୧୦୦୦ରୁ କମ୍‌ ରହିଛି। କିନ୍ତୁ ମାର୍ଚ୍ଚରେ ହଂକଂରେ କରୋନା ସଂକ୍ରମଣ ବହୁ ଅଧିକ ରହୁଥିଲା। ଏପରିକି ଦୈନିକ ସଂକ୍ରମଣ ୭୦ ହଜାର ଟପିଯାଇଥିଲା। ତେବେ ନିକଟରେ ‌ଚୀନର ସାଂଘାଇ କରୋନାର ନୂଆ ହଟ୍‌ସ୍ପଟରେ ପରିଣତ ହୋଇଥିଲା। କିନ୍ତୁ ଏଠାରେ କରୋନା ସଂକ୍ରମଣ ହ୍ରାସ ପାଇଛି। ଶନିବାର ଏଠାରେ ନୂଆ କରୋନା ସଂକ୍ରମିତଙ୍କ ସଂଖ୍ୟା କିଛିମାତ୍ରାରେ କମିଛି। କିନ୍ତୁ ଲୋକଙ୍କ ଘର ଆଗରେ ପ୍ରଶାସନ ବ୍ୟାରିକେଡ୍ ନିର୍ମାଣ କରି ସେମାନଙ୍କୁ ବାହାରକୁ ବାହାରିବା ଲାଗି ଦେଉ ନଥିବ‌ାରୁ ଅତ୍ୟାବଶ୍ୟକ ସାମଗ୍ରୀ ସଂଗ୍ରହ କରିବାରେ ଅସୁବିଧାର ସମ୍ମୁଖୀନ ହେଉଥିବା ଲୋକମାନେ ଏହାକୁ ପ୍ରବଳ ବିରୋଧ କରିଛନ୍ତି। ସାଂଘାଇର ଅଢ଼େଇ କୋଟି ଲୋକଙ୍କ ମଧ୍ୟରୁ ଅଧିକାଂଶ ଲୋକ କଡ଼ା କଟକଣାରେ ରହିଛନ୍ତି।

ସୂଚନା ଅନୁଯାୟୀ ଇଟାଲିରେ ଶୁକ୍ରବାର ଦୈନିକ କରୋନା ସଂକ୍ରମଣ ୭୩୨୧୨ ରହିଥିବାବେଳେ ଶନିବାର ଏହା ୭୦୫୨୦କୁ କମିଛି। ସେହିଭଳି ଦୈନିକ ମୃତ୍ୟୁସଂଖ୍ୟା ୨୦୨ରୁ ହ୍ରାସ ପାଇ ଶନିବାର ୧୪୩ ରହିଛି। ଫ୍ରାନ୍ସରେ ଦୈନିକ ସଂକ୍ରମଣ ସଂଖ୍ୟା ୮୮୩୮୯କୁ ବୃଦ୍ଧି ପାଇଛି। ଦେଶରେ ରାଷ୍ଟ୍ରପତି ନିର୍ବାଚନର ଦ୍ବିତୀୟ ପର୍ଯ୍ୟାୟ ମତଦାନ ହେବାକୁ ଥିବାବେଳେ ସଂକ୍ରମଣ ବଢ଼ିଛି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ