ଧର୍ମ

ହିନ୍ଦୁ ଧର୍ମରେ ଯଜ୍ଞର ମହତ୍ତ୍ୱ କ’ଣ ? ଯଜ୍ଞ ଓ ହୋମ ମଧ୍ୟରେ କ’ଣ ରହିଛି ପାର୍ଥକ୍ୟ ଜାଣନ୍ତୁ

ଭୁବନେଶ୍ୱର : ହିନ୍ଦୁ ଧର୍ମରେ ଯଜ୍ଞ ବହୁତ ମହତ୍ଵପୁର୍ଣ । ଯଜ୍ଞ ଏକ ବିଶେଷ ଧାର୍ମିକ ପ୍ରକ୍ରିୟା । ଯଜ୍ଞ ଦ୍ୱାରା ମନୁଷ୍ୟ କେବଳ ଭୌତିକ ସୁଖ ପ୍ରାପ୍ତ କରିନଥାଏ ବରଂ ଆଧ୍ୟାତ୍ମିକ ସମ୍ପଦ ମଧ୍ୟ ପ୍ରାପ୍ତ କରିଥାଏ । ହିନ୍ଦୁ ଧର୍ମ ଗ୍ରନ୍ଥରେ, ସଂସ୍କୃତ ମହାକାବ୍ୟରେ ବାରମ୍ବାର ଯଜ୍ଞର ବିବରଣୀ ଦିଆଯାଇଛି । ଏହାର ମହତ୍ୱ ସମ୍ପର୍କରେ ବର୍ଣ୍ଣନା କରାଯାଇଛି ।

ଯଜ୍ଞର ଅର୍ଥ ହେଲା, ଶୁଭ କର୍ମ, ଶ୍ରେଷ୍ଠ କର୍ମ, ସତକର୍ମ, ବୈଦିକ ସମ୍ମତ କର୍ମ । ସକାରାତ୍ମକ ଭାବନାରେ ଈଶ୍ୱର ପ୍ରକୃତି ତତ୍ତ୍ୱ ଦ୍ୱାରା କରାଯାଇଥିବା ଆହ୍ୱାନରେ ଜୀବନର ପ୍ରତ୍ୟେକ ଇଛା ପୁରା ହୋଇଥାଏ । ଯଜ୍ଞକୁ ଶାସ୍ତ୍ରରେ ସର୍ବଶ୍ରେଷ୍ଠ କର୍ମ ବୋଲି କୁହାଯାଇଛି । ଯଜ୍ଞ ମାଧ୍ୟମରେ ଅନେକ ରିଦ୍ଧି-ସିଦ୍ଧି ପ୍ରାପ୍ତ କରାଯାଇପାରେ । ହିନ୍ଦୁ ଧର୍ମରେ ଯଜ୍ଞ ଭଳି ହୋମର ମଧ୍ୟ ଅନେକ ମହତ୍ତ୍ୱ ରହିଛି । ଅଧିକାଂଶ ଲୋକ ଯଜ୍ଞ ଓ ହୋମ ମଧ୍ୟରେ ପାର୍ଥକ୍ୟ ଜାଣିନଥାନ୍ତି । ଆସନ୍ତୁ ଜାଣିବା ଯଜ୍ଞ ଓ ହୋମ ମଧ୍ୟରେ କଣ ପାର୍ଥକ୍ୟ ରହିଛି ।

୧. ହୋମ ଯଜ୍ଞର ଏକ ଛୋଟ ସ୍ୱରୂପ । ପୂଜା ପରେ ଓ ମନ୍ତ୍ର ଜପ ପରେ ଅଗ୍ନିରେ ଦିଆଯାଉଥିବା ଆହୁତିକୁ ଯଜ୍ଞ କୁହାଯାଏ ।
୨. କୌଣସି ବିଶେଷ ଉଦ୍ଦେଶ୍ୟ ପାଇଁ ଯଜ୍ଞ କରାଯାଇଥାଏ । ଯଜ୍ଞରେ ଦେବତା, ଆହୁତି, ବେଦ ମନ୍ତ୍ର, ରିତଭିକ୍, ଦକ୍ଷିଣା ଅନିବାର୍ଯ୍ୟ ।

୩. ହୋମରେ ହୋମ କୁଣ୍ଡରେ ଅଗ୍ନି ମାଧ୍ୟମରେ ଦେବତାଙ୍କ ନିକଟରେ ହବିଷ୍ୟ ପହଞ୍ଚାଇବା ପ୍ରକ୍ରିୟା ହୋଇଥାଏ । ହବିଷ୍ୟ ସେହି ପଦାର୍ଥ ଯାହାକୁ ଅଗ୍ନିରେ ଆହୁତି ଦିଆଯାଇଥାଏ ।
୪. ହୋମ ହିନ୍ଦୁ ଧର୍ମରେ ଶୁଦ୍ଧିକରଣର ଏକ କର୍ମକାଣ୍ଡ । ଶୁଭକାମନା, ସ୍ୱାସ୍ଥ୍ୟ ଏବଂ ସମୃଦ୍ଧି ଆଦି ପାଇଁ ମଧ୍ୟ ହୋମ କରାଯାଇଥାଏ ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
ଧର୍ମ

ଆଜିଠୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର

ନୂଆଦିଲ୍ଲୀ : ଆଜିଠାରୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର। ମହାମାରୀ କରୋନା ପାଇଁ ପ୍ରାୟ ୭ ମାସରୁ ଅଧିକ ଦିନ