କଳା ଓ ସଂସ୍କୃତି ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ଡିସେମ୍ବରରେ ସିନେମା ହଲ୍ ଓ ଥିଏଟର ଖୋଲିବ, ବିଭିନ୍ନ ସମାବେଶକୁ ସର୍ତ୍ତମୂଳକ ଅନୁମତି

ନୂଆଦିଲ୍ଲୀ : ଡିସେମ୍ବର ମାସ ଲାଗି କୋଭିଡ୍ କଟକଣା କିଭଳି ରହିବ ସେ ନେଇ ନୂତନ ଗାଇଡଲାଇନ୍ ଜାରି କରିଛନ୍ତି କେନ୍ଦ୍ର ସରକାର। କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଆଜି ଜାରି ହୋଇଥିବା ନିର୍ଦ୍ଦେଶାବଳି ଡିସେମ୍ବର ୧ରୁ ୩୧ ପର୍ଯ୍ୟନ୍ତ ସମଗ୍ର ଦେଶରେ ବଳବତ୍ତର ରହିବ।ଏହି ଗାଇଡଲାଇନର ମୁଖ୍ୟ ଲକ୍ଷ୍ୟ ହେଉଛି କରୋନା ସଂକ୍ରମଣ ବିସ୍ତାର ବିରୁଦ୍ଧରେ ହାସଲ ହୋଇଥିବା ବହୁମୂଲ୍ୟ ଲାଭକୁ ସଂରକ୍ଷିତ କରିବା।

ଡିସେମ୍ବର ଗାଇଡଲାଇନରେ କଣ୍ଟେନମେଣ୍ଟ ଜୋନ୍ ବାହାରେ ଅନେକ କାର୍ଯ୍ୟକଳାପକୁ ଅନୁମତି ଦିଆଯାଇଛି। ଆନ୍ତର୍ଜାତୀୟ ବିମାନ ଯାତ୍ରାକୁ ଗୃହ ମନ୍ତ୍ରାଳୟ ଅନୁମତି ଦେଇଛି। ସେହିଭଳି ସିନେମା ହଲ୍ ଏବଂ ପ୍ରେକ୍ଷାଳୟଗୁଡ଼ିକ ୫୦ ପ୍ରତିଶତ ଉପସ୍ଥାନରେ ଖୋଲିପାରିବ ବୋଲି କୁହାଯାଇଛି। ଏଥିସହ କେବଳ କ୍ରୀଡା ବ୍ୟକ୍ତିବିଶେଷଙ୍କ ତାଲିମ ପାଇଁ ସୁଇମିଂ ପୁଲ୍ ଖୋଲିପାରିବ|କେବଳ ବ୍ୟାବସାୟୀକ ଉଦ୍ଦେଶ୍ୟରେ ପ୍ରଦର୍ଶନୀ ହଲ ବ୍ୟବହାର ହୋଇପାରିବ।

ଡିସେମ୍ବରରେ କଣ୍ଟେନମେଣ୍ଟ ଜୋନ ବାହାରେ ସାମାଜିକ / କ୍ରୀଡା / ମନୋରଞ୍ଜନ / ଶିକ୍ଷାଗତ / ସାଂସ୍କୃତିକ ଓ ଧାର୍ମିକ ସମାବେଶକୁ ସର୍ତ୍ତମୂଳକ ଅନୁମତି ମିଳିଛି। ସମ୍ମିଳନୀ କକ୍ଷ ବା ହଲ୍ କ୍ଷମତାର ସର୍ବାଧିକ ୫୦ ପ୍ରତିଶତ ପର୍ଯ୍ୟନ୍ତ ‌ଦର୍ଶକ ଏହି ସମାବେଶରେ ରହିପାରିବେ। ତେବେ ବନ୍ଦ କକ୍ଷରେ ସର୍ବାଧିକ ୨୦୦ ଲୋକ ଏକତ୍ରିତ ହୋଇପାରିବେ। ଆବଶ୍ୟକ ସ୍ଥଳେ ସରକାର ବନ୍ଦ ସ୍ଥାନର ଦର୍ଶକ ସଂଖ୍ୟାକୁ ୧୦୦କୁ କମାଇ ପାରିବେ।ବ

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
କଳା ଓ ସଂସ୍କୃତି

ରୁଦ୍ରାକ୍ଷ ଧାରଣ କରିବା ପୂର୍ବରୁ ଜାଣନ୍ତୁ ଏହାର ଧାର୍ମିକ ମହତ୍ୱ

ରୁଦ୍ରାକ୍ଷ ଏକମାତ୍ର ଏମିତି ଫଳ ଯାହାର ଧର୍ମ, କର୍ମ, ଅର୍ଥ ଏବଂ ମୋକ୍ଷ ପ୍ରଦାନ କରିବାରେ ମହତ୍ଵପୁର୍ଣ ଭୂମିକା ରହିଛି | ଶିବ ପୁରାଣ, ପଦ୍ମା ପୁରାଣ,