ଦେଶ ବିଦେଶ ମନୋରଞ୍ଜନ ଲାଇଫ୍ ଷ୍ଟାଇଲ ସ୍ପେଶାଲ ରିପୋର୍ଟ

ସମାଲୋଚିତ ହେବାରୁ ‘ମୁଁ ଦୁଃଖିତ’ କହି ପାନ ମସଲା ବିଜ୍ଞାପନରୁ ଓହରିଗଲେ ଅକ୍ଷୟ କୁମାର

ମୁମ୍ବାଇ: ପ୍ରଶଂସକମାନେ ତୀବ୍ର ସମାଲୋଚନା କରିବାରୁ ଗୋଟାଏ ପାନ ମସଲା କମ୍ପାନିର ବିଜ୍ଞାପନରୁ ବଲିଉଡ୍‌ ଅଭିନେତା ଅକ୍ଷୟ କୁମାର ଓହରି ଯାଇଛନ୍ତି।

ଗୁରୁବାର ମଧ୍ୟରାତ୍ରୀରେ ସାମାଜିକ ଗଣମାଧ୍ୟମରେ ବିବୃତି ଜାରି କରିବା ସହିତ ପ୍ରଶଂସକମାନଙ୍କୁ କ୍ଷମା ମାଗି ଅକ୍ଷୟ କୁମାର କହିଛନ୍ତି, ମୁଁ ଦୁଃଖିତ। ମୋର ସମସ୍ତ ପ୍ରଶଂସକ ଓ ଶୁଭେଚ୍ଛୁମାନଙ୍କୁ କ୍ଷମା ମାଗୁଛି। ଗତ ଅଳ୍ପ କିଛି ଦିନ ହେବ ଆପଣମାନଙ୍କର ପ୍ରତିକ୍ରିୟା ମୋତେ ଖୁବ୍‌ ବ୍ୟଥିତ କରିଛି। ମୁଁ ତମାଖୁକୁ ସପକ୍ଷରେ ନାହିଁ କି, ରହିବ ନାହିଁ। ତେଣୁ, ‘ବିମଳ ଅଳେଇଚ’ ସହିତ ଥିବା ମୋର ସମ୍ପୃକ୍ତି ପ୍ରତି ଆପଣମାନଙ୍କୁ ପ୍ରତିକ୍ରିୟାକୁ ସମ୍ମାନ ଜଣାଉଛି। ସବୁ ଅପମାନ ସହ୍ୟ କରି ମୁଁ ସେଥିରୁ ଓହରି ଆସୁଛି। ସେ ବାବଦରେ ଉପାର୍ଜନ କରିଥିବା ସମସ୍ତ ଅର୍ଥ କ‌ୌଣସି ମହତ୍‌ କାର୍ଯ୍ୟ ପାଇଁ ଦାନ କରିବାକୁ ସ୍ଥିର କରିଛି। ମୋ ସହିତ ହୋଇଥିବା ଆଇନଗତ ରାଜିନାମାର ଅବସାନ ପର୍ଯ୍ୟନ୍ତ ଉକ୍ତ କମ୍ପାନି ମୁଁ ଅଭିନୟ କରିଥିବା ବିଜ୍ଞାପନ ପ୍ରସାରଣ କରିପାରେ। କିନ୍ତୁ, ମୁଁ ପ୍ରତିଶ୍ରୁତି ଦେଉଛି ଭବିଷ୍ୟ‌ତରେ ଏଭଳି ଅବକାଶ ଆସିଲେ ସେଥିପ୍ରତି ‌ଯଥେଷ୍ଟ ଧ୍ୟାନ ଦେବି। ପ୍ରତିବଦଳରେ ମୁଁ ଆପଣଙ୍କର ସ୍ନେହ ଓ ସଦିଚ୍ଛା କାମନା କରୁଛି।

ସୂଚନାଯୋଗ୍ୟ, ଅଭିନେତା ଶାହରୁଖ ଖାଁ ଏବଂ ଅଜୟ ଦେବଗନଙ୍କ ପରେ ଉକ୍ତ କମ୍ପାନିର ଅଳେଇଚ ଉତ୍ପାଦ ବିଜ୍ଞାପନରେ ଅଭିନୟ କରିଥିବା ସଦ୍ୟତମ ବଲିଉଡ୍‌ ଷ୍ଟାର୍‌ ହେଉଛନ୍ତି ଅକ୍ଷୟ କୁମାର। ଏହି କମ୍ପାନି ତମାଖୁ ମଧ୍ୟ ବିକ୍ରୟ କରେ।

ଅଳ୍ପ ଦିନ ପୂର୍ବେ ପ୍ରସାରିତ ଉକ୍ତ ପାନ ମସଲା ବ୍ରାଣ୍ଡ୍‌ର ଏକ ବିଜ୍ଞାପନରେ ‘ବିମଳ ବିଶ୍ବ’କୁ ଅକ୍ଷୟ କୁମାରଙ୍କୁ ଶାହରୁଖ ଖାଁ ଏବଂ ଅଜୟ ଦେବଗନ ସ୍ବାଗତ କରୁଥିବା ଦୃଶ୍ୟ ରହିଛି। ସମସ୍ତେ ମିଶି ‘ବିମଳ’କୁ ଅଭିବାଦନ ଜଣାଇବା ସହ ଅଳାଇଚ ଚୋବାଉଥିବା ଦେଖାଯାଉଛି।

NewsLaxmi7

About Author

You may also like

ଲାଇଫ୍ ଷ୍ଟାଇଲ

ଭାତ ଖାଇ ଓଜନ ହ୍ରାସ କରନ୍ତୁ

ଆଜିକାଲି ଓଜନ ବଢିବା ଏକ ମୁଖ୍ୟ ସମସ୍ୟା ଭାବେ ଦେଖାଯାଉଛି । କେବଳ ବୟସ୍କ ବ୍ୟକ୍ତି ନୁହଁନ୍ତି ଅନେକ୍ କମ୍ ବୟସର ପିଲାଙ୍କ କ୍ଷେତ୍ରରେ ମଧ୍ୟ ଏହି
ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା