ଭୁବନେଶ୍ବର: ୨୦୨୩ ହକି ବିଶ୍ବକପ୍କୁ ଆଖି ଆଗରେ ରଖି କଳିଙ୍ଗ ଷ୍ଟାଡିୟମ୍ ହକି କଂପ୍ଲେକ୍ସରେ ନୂଆ ସିନ୍ଥେଟିକ୍ ଟର୍ଫ ବିଛାଇବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ତଦନୁଯାୟୀ ନୀଳ ରଙ୍ଗର ପୁରୁଣା ଟର୍ଫକୁ କାଢ଼ିବା କାର୍ଯ୍ୟ ଆରମ୍ଭ ହୋଇଯାଇଛି। ଖୁବଶୀଘ୍ର ଏଠାରେ ବିଶ୍ବସ୍ତରୀୟ ଏବଂ ଅନ୍ତର୍ଜାତୀୟମାନର ଟର୍ଫ ବିଛାଯିବ। ସୂଚନାଯୋଗ୍ୟ ଯେ ୨୦୨୩ ହକି ବିଶ୍ବକପ୍ ଭୁବନେଶ୍ବର ସହ ରାଉରକେଲାରେ ଆୟୋଜିତ ହେବ। ଏଥିନେଇ କଳିଙ୍ଗ ଷ୍ଟାଡିୟମ୍ ହକି ଭିତ୍ତିଭୂମିର ନବୀକରଣ ସହ ରାଉରକେଲାରେ ବିଶ୍ବର ସର୍ବବୃହତ୍ ହକି ଷ୍ଟାଡିୟମ୍ର ନିର୍ମାଣ କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି। ୨୦୧୮ ବିଶ୍ବକପ୍ର ସଫଳ ଆୟୋଜନ ପରେ ଓଡ଼ିଶା ଲଗାତାର ଦ୍ବିତୀୟ ଥର ପାଇଁ ଏହି ହକି ମହାକୁମ୍ଭକୁ ଆୟୋଜନ କରିବାକୁ ଯାଉଛି।