ଖେଳ ଦେଶ ବିଦେଶ

ଚହଲଙ୍କ ପ୍ରଶଂସାରେ ଶତମୁଖ ମାଲିଙ୍ଗା : କହିଲେ- ‘ଲେଗ୍ ସ୍ପିନର ହିଁ ମ୍ୟାଚ୍ ଓ୍ୱିନର୍’

ନୂଆଦିଲ୍ଲୀ, ୧୯/୦୪: ଚଳିତ ଆଇପିଏଲର ୩୦ ତମ ମୁକାବିଲାରେ ହ୍ୟାଟ୍ରିକ୍ ନେଇଛନ୍ତି ୟୁଜବେନ୍ଦ୍ର ଚହଲ । ରାଜସ୍ଥାନ ରୟାଲ୍ସ ପକ୍ଷରୁ ଖେଳୁଥିବା ଚହଲ କୋଲକାତା ନାଇଟ ରାଇଡର୍ସର ୫ ବ୍ୟାଟରଙ୍କୁ ଶିକାର କରିଛନ୍ତି ।ଚହଲଙ୍କ ପାଇଁ ରାଜସ୍ଥାନ କୋଲକାତାକୁ ୭ ରନରେ ମାତ୍ ଦେଇଥିଲା । ତେବେ ଏହି ଲେଗ ସ୍ପିନରଙ୍କୁ ସଫଳତା ପାଇଁ ପ୍ରଶଂସା କରିଛନ୍ତି କିମ୍ବଦନ୍ତୀ ବୋଲର ଲସିଥ ମାଲିଙ୍ଗା ।

୩୧ ବର୍ଷୀୟ ଚହଲଙ୍କ ପ୍ରଦର୍ଶନ ବାବଦରେ ରାଜସ୍ଥାନ ବୋଲିଂ କୋଚ୍ ମାଲିଙ୍ଗା କହିଛନ୍ତି ଯେ, ୟୁଜବେନ୍ଦ୍ର ଚହଲ ନିଜକୁ ପ୍ରମାଣିତ କରିଛନ୍ତି । ଲେଗସ୍ପିନରଙ୍କୁ ମ୍ୟାଚ୍ ଓ୍ୱିନର୍ କୁହାଯାଇଥାଏ । ଚହଲ କୋଲକାତା ବିପକ୍ଷରେ ୧୭ତମ ଓଭରରେ ଦମଦାର ବୋଲିଂ କରିଥିଲେ । ତାଙ୍କୁ ସିଜିନର ପ୍ରଥମ ହ୍ୟାଟ୍ରିକ୍ ମଧ୍ୟ ମିଳିଥିଲା ।

ମାଲିଙ୍ଗା ଆହୁରି ମଧ୍ୟ କହିଛନ୍ତି ଯେ, ଚହଲଙ୍କ ପାଖରେ ଅନ୍ତର୍ଜାତୀୟ କ୍ରିକେଟ ଖେଳିବାର ଅନୁଭବ ରହିଛି । ସେ ସବୁଠାରୁ ଅନୁଭବୀ ବୋଲର । କିପରି ନିୟନ୍ତ୍ରିତ ବୋଲିଂ କରାଯାଏ ତାହା ସେ ଜାଣନ୍ତି । ନିଜକୁ ପ୍ରମାଣିତ କରିବା ପାଇଁ ଏହା ଚହଲଙ୍କ ପାଇଁ ସବୁଠୁ ବଡ ସୁଯୋଗ ବୋଲି ମଧ୍ୟ ଶ୍ରୀଲଙ୍କାର ପୂର୍ବତନ ବୋଲର କହିଛନ୍ତି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ