ରାଜ୍ୟ ଶିକ୍ଷା ଓ ନିଯୁକ୍ତି ସ୍ପେଶାଲ ରିପୋର୍ଟ

ସୌର ଶକ୍ତିରେ ପରିଚାଳିତ ହେବ ମେଡିକାଲ କଲେଜ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ

ଭୁବନେଶ୍ବର: ରାଜ୍ୟର ମେଡିକାଲ କଲେଜ ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଏଣିକି ସୌର ଶକ୍ତିରେ ପରିଚାଳିତ ହେବ। କାର୍ବନ ନିର୍ଗମନକୁ କମାଇବା ସହିତ ସବୁଜ ଶକ୍ତିର ବ୍ୟବହାର ଉପରେ ରାଜ୍ୟ ସରକାର ଗୁରୁତ୍ବ ଦେଉଛନ୍ତି। ଏ ପରିପ୍ରେକ୍ଷୀରେ ସରକାରୀ ସ୍ବାସ୍ଥ୍ୟାନୁଷ୍ଠାନର ଛାତ ଉପରେ ‌ସୌର ଶକ୍ତି ପ୍ରକଳ୍ପ କାର୍ଯ୍ୟକାରୀ ହେବ। ଆଜି ଲୋକସେବା ଭବନରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରୁ ଏହି ସୂଚନା ମିଳିଛି।

ସ୍ବାସ୍ଥ୍ୟାନୁଷ୍ଠାନରେ ହେବାକୁ ଥିବା ଏହି ବ୍ୟବସ୍ଥାରେ ଅନ୍‌ଗ୍ରିଡ୍‌ ସୌର ପ୍ରକଳ୍ପ ସହିତ ରିମୋଟ୍‌ ମନିଟରିଂ ସିଷ୍ଟମ୍ ଦ୍ବାରା ପରିଚାଳିତ ହେବ। ଯାହାଫଳରେ ସ୍ବାସ୍ଥ୍ୟାନୁଷ୍ଠାନରେ ଶକ୍ତିର ଆବଶ୍ୟକତା ଓ ବ୍ୟବହାର ସଂପର୍କରେ ଜାଣିବା ସମ୍ଭବ ହୋଇପାରିବ। ଓରେଡା ଏହାର ନୋଡାଲ ଏଜେନ୍ସି ଭାବେ କାର୍ଯ୍ୟ କରିବ। ୧ କିଲୋୱାଟ୍‌ ସୌର ଶକ୍ତି ପାଇଁ ୧୦୦ ବର୍ଗଫୁଟ୍‌ ଛାତର ଆବଶ୍ୟକତା ରହିଛି। ଦୈନିକ ପ୍ରାୟ ୪ ୟୁନିଟ୍‌ ଶକ୍ତି ଉତ୍ପାଦନ ହୋଇପାରିବ। ୧ହଜାର ବର୍ଗଫୁଟ୍‌ ଛାତରେ ୪୦ ୟୁନିଟ୍‌ ଶକ୍ତି ଉତ୍ପାଦନ ସମ୍ଭବ। ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର କହିଛନ୍ତି ଯେ ପ୍ରଥମ ପର୍ଯ୍ୟାୟରେ ସମସ୍ତ ସରକାରୀ ମେଡିକାଲ କଲେଜ ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏହା କାର୍ଯ୍ୟକାରୀ ହେବ। ଯାହାଫଳରେ ସ୍ବାସ୍ଥ୍ୟାନୁଷ୍ଠାନମାନଙ୍କୁ ନିରବଚ୍ଛନ୍ନ ବିଦ୍ୟୁତ ଯୋଗାଣ ସମ୍ଭବ ହୋଇପାରିବ ବୋଲି ସେ କହିଥିଲେ। ଏହି ବୈଠକରେ ଶକ୍ତି ବିଭାଗର ପ୍ରମୁଖ ସଚିବ ନିକୁଞ୍ଜ ବିହାରୀ ଧଳ, ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ରାଜ କୁମାର ଶର୍ମା, ଓରେଡାର ଅତିରିକ୍ତ ନିର୍ଦେଶକ ‌ଅଶୋକ ଚୌଧୁରୀ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

NewsLaxmi7

About Author

You may also like

ଶିକ୍ଷା ଓ ନିଯୁକ୍ତି

ଘରୋଇ ସ୍କୁଲ ଫି ବୃଦ୍ଧି ମାମଲା, ରାଜ୍ୟ ସରକାରଙ୍କୁ ଜବାବ ତଲବ କଲେ ହାଇକୋର୍ଟ

ଘରୋଇ ସ୍କୁଲ ଫି ବୃଦ୍ଧି ମାମଲା ପ୍ରସଙ୍ଗରେ ହାଇକୋର୍ଟରେ ଶୁଣାଣି ହୋଇଛି । ଗଣଶିକ୍ଷା ବିଭାଗର ସ୍ପଷ୍ଟ ମତ ଲୋଡିଛନ୍ତି ହାଇକୋର୍ଟ । କେତେ ପ୍ରତିଶତ ଫି’କମାଯାଇପାରିବ
ଶିକ୍ଷା ଓ ନିଯୁକ୍ତି

ଷ୍ଟାର୍ସ ପ୍ରୋଜେକ୍ଟକୁ କେନ୍ଦ୍ରର ମଞ୍ଜୁରି, ଖର୍ଚ୍ଚ ହେବ 5718 କୋଟି ଟଙ୍କା

ଆରମ୍ଭ ହେବ ଷ୍ଟାର୍ସ ପ୍ରୋଜେକ୍ଟ। ଶିକ୍ଷା ମନ୍ତ୍ରାଳୟର ସ୍କୁଲ ଶିକ୍ଷା ଏବଂ ସାକ୍ଷରତା ବିଭାଗ ଅଧିନରେ କେନ୍ଦ୍ର ପ୍ରାୟୋଜିତ ନୂତନ ଯୋଜନାରେ ଏହାକୁ ଆରମ୍ଭ କରାଯିବ। 6ଟି