ଖେଳ ଦେଶ ବିଦେଶ

ବାଙ୍ଗାଲୋର ବିପକ୍ଷରେ ଓପନିଂ କରିବେ ଧୋନୀ ! ପୂର୍ବତନ କ୍ରିକେଟର ଦେଲେ ପରାମର୍ଶ

ମୁମ୍ବାଇ,୧୨/୦୪: ଆଇପିଏଲରେ ମଙ୍ଗଳବାର ଦଇଟି ବଡ ଟିମ୍ ମୁହାଁମୁହିଁ ହେବେ । ଡିଓ୍ୱାଇ ପାଟିଲ ଷ୍ଟାଡିୟମରେ ସାମ୍ନାସାମ୍ନି ହେବେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ ଚେନ୍ନାଇ ସୁପର କିଙ୍ଗସ । ଚେନ୍ନାଇ ଟୁର୍ଣ୍ଣାମେଣ୍ଟରେ ଏବେବି ନିଜର ପ୍ରଥମ ବିଜୟ ଲକ୍ଷ୍ୟରେ ରହିଛି ।

ଏହାମଧ୍ୟରେ ଚେନ୍ନାଇ ସୁପର କିଙ୍ଗସର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ବ୍ୟାଟିଂ ଅର୍ଡରକୁ ନେଇ ଚର୍ଚ୍ଚା ଜୋର୍ ଧରିଛି । ପ୍ରଥମ ମ୍ୟାଚରେ ଅର୍ଦ୍ଧଶତକ ଲଗାଇଥିବା ଧୋନୀ ଅନ୍ୟ ସବୁ ମ୍ୟାଚେର ବିଫଳ ହୋଇଛନ୍ତି । ଭାରତୀୟ ଦଳର ପୂର୍ବତନ କ୍ରିକେଟର ପାର୍ଥିବ ପଟେଲ ଏମଏସ ଧୋନୀଙ୍କ ପୋଜିସନ ଉପରେ ବଡ ଟ୍ୱିଟ୍ କରିଛନ୍ତି ।

ପାର୍ଥିବ ପଟେଲ କହିଛନ୍ତି ଯେ, ଧୋନୀ ଟେକନିକାଲି ଓପନିଂ ପାଇଁ ଅଧିକ ପ୍ରଭାବି ନହେଲେ ବି ସେ କଠିନ ପରିସ୍ଥିତିରେ ଦଳର ଓ୍ୱିକେଟ୍ ରକ୍ଷା କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଥାନ୍ତି । ପରେ ସେ ରନ୍ ରେଟ୍ ବଢାଇପାରିବେ । ସିଏସକେ ଧୋନୀଙ୍କୁ ଓପନିଂ ପଠାଇବା ଦରକାର । ଏହାଠୁ ଭଲ ବିକଳ୍ପ ସିଏସକେ ପାଇଁ ଆଉ କିଛି ନହୋଇପାରେ ।

ତେବେ ଆଇପିଏଲ ଇତିହାସରେ ଧୋନୀ କେବେ ହେଲେ ଓପନିଂ କରିନାହାଁମ୍ତି । ଅନ୍ତର୍ଜାତୀୟ କ୍ୟାରିଅରରେ ମଧ୍ୟ ସେ ଖୁବ୍ ଥର ଓପନିଂ କରିଥିଲେ । ଦିନିକିଆରେ ସେ ଦୁଇଟି ମ୍ୟାଚରେ ଓପନିଂ କରିଛନ୍ତି । ଏହାମଧ୍ୟରୁ ଗୋଟିଏ ମ୍ୟାଚରେ ସେ ୯୬ ରନ୍ କରିଥିଲେ ।

ସୂଚନାଯୋଗ୍ୟ, ଆଇପିଏଲ ୨୦୨୨ରେ ଏବେସୁଦ୍ଧା ଧୋନୀ ୪ଟି ମ୍ୟାଚ୍ ଖେଳିଛନ୍ତି । ଏହି ୪ ମ୍ୟାଚରେ ସେ ଯଥାକ୍ରମେ ୫୦,୧୬,୨୩ ଓ ୩ ରନ୍ କରିଥିଲେ ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ