ଖେଳ ଦେଶ ବିଦେଶ

ଆଇପିଏଲ୍‌: ରୋମାଞ୍ଚକ ବିଜୟ ସହ ରାଜସ୍ଥାନ ଶୀର୍ଷରେ

ମୁମ୍ବାଇ: ଲକ୍ଷ୍ନୌ ସୁପରଜିଆଣ୍ଟ୍ସ ବିପକ୍ଷରେ ରାଜସ୍ଥାନ ରୟାଲ୍ସ ରବିବାର ୩ ରନ୍‌ର ଉତ୍କଣ୍ଠାପୂର୍ଣ୍ଣ ବିଜୟ ହାସଲ କରିଛି। ୧୬୬ ରନ୍‌ର ବିଜୟ ଲକ୍ଷ୍ୟକୁ ପିଛା କରୁଥିବା ଲକ୍ଷ୍ନୌ ୧୨୬ ରନ୍‌ରେ ୮ ୱିକେଟ୍ ହରାଇ ପରାଜୟ ଦ୍ବାର ଦେଶରେ ଥିଲା। ତେବେ ମାର୍କସ ଷ୍ଟୋଇନିସ୍ ମାତ୍ର ୧୭ ବଲ୍‌ରୁ ୩୮ ରନ୍‌ର ପାଳି ଖେଳି ଏହି ଦଳକୁ ମ୍ୟାଚ୍‌କୁ ଫେରାଇ ଆଣିଥିଲେ। ଶେଷ ଓଭରରୁ ବିଜୟ ପାଇଁ ୧୫ ରନ୍‌ର ଦରକାର ଥିଲା ବେଳେ ପ୍ରଥମ ୪ ବଲ୍‌ରୁ ମାତ୍ର ୧ ରନ୍ କରିଥିବା ଲକ୍ଷ୍ନୌ ପାଇଁ ଷ୍ଟୋଇନିସ୍ ଶେଷ ଦୁଇ ବଲ୍‌ରୁ ଚୌକା, ଛକା ଅମଳ କରିଥିଲେ। ଫଳରେ ଲକ୍ଷ୍ନୌ ୮ ୱିକେଟ୍ ବିନିମୟରେ ୧୬୨ ରନ୍ କରି ଦୁଃଖଦ ପରାଜୟ ବରଣ କରିଥିଲା। ରାଜସ୍ଥାନ ରୋମାଞ୍ଚକ ବିଜୟ ସହ ପଏଣ୍ଟ୍‌ ତାଲିକାର ପ୍ରଥମକୁ ଉନ୍ନୀତ ହୋଇଥିଲା।

ପୂର୍ବରୁ ଟସ୍ ହାରି ବ୍ୟାଟିଂ କରିବାକୁ ଆମନ୍ତ୍ରଣ ପାଇଥିବା ରାଜସ୍ଥାନ ରୟାଲ୍ସ ସିମରନ୍ ହେଟମେୟର (୫୯*)ଙ୍କ ଅର୍ଦ୍ଧଶତକ ବଳରେ ନିର୍ଦ୍ଧାରିତ ୨୦ ଓଭରରେ ୬ ୱିକେଟ୍ ହରାଇ ୧୬୫ ରନ୍ କରିଥିଲା। ରବିଚନ୍ଦ୍ରନ୍ ଅଶ୍ବିନ (୨୮) ଆହତ ଆଉଟ୍ ହେବା କିନ୍ତୁ ପ୍ରଶଂସକଙ୍କୁ ଦ୍ବନ୍ଦ୍ବରେ ପକାଇଥିଲା। ଏହା ପୂର୍ବରୁ କିନ୍ତୁ ଅଶ୍ବିନ-ହେଟମେୟର ପଞ୍ଚମ ୱିକେଟ୍‌ରେ ରାଜସ୍ଥାନ ପାଇଁ ବହୁମୂଲ୍ୟ ୬୮ ରନ୍ ଯୋଡ଼ି ନେଇଥିଲେ। ହେଟମେୟରଙ୍କ ଏକ ସହଜ କ୍ୟାଚ୍‌କୁ କ୍ରୁନାଲ ପାଣ୍ଡ୍ୟା ଛାଡ଼ିବା ଶେଷରେ ଲକ୍ଷ୍ନୌ ସୁପରଜିଆଣ୍ଟ୍ସ ପାଇଁ ଅତ୍ୟନ୍ତ ମହଙ୍ଗା ସାବ୍ୟସ୍ତ ହୋଇଥିଲା।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ