ଖେଳ ରାଜ୍ୟ

ଜାତୀୟ ହକି: ଓଡ଼ିଶା ୪, ହରିୟାଣା ୪

ଭୁବନେଶ୍ବର: ମଧ୍ୟପ୍ରଦେଶର ଭୋପାଳଠାରେ ଚାଲିଥିବା ଦ୍ବାଦଶ ବରିଷ୍ଠ ପୁରୁଷ ଜାତୀୟ ହକି ପ୍ରତିଯୋଗିତାର ଶନିବାର ଚତୁର୍ଥ ଦିବସରେ ହକି ହରିୟାଣା ସହ ମ୍ୟାଚ୍‌ ଅମୀମାଂସିତ ରଖି ହକି ଆସୋସିଏସନ୍‌ ଅଫ୍‌ ଓଡ଼ିଶା ପଏଣ୍ଟ ଭାଗ କରିଛି। ପୁଲ୍‌-ଏଚ୍‌’ର ଏହି ମ୍ୟାଚ୍‌ ୪-୪ ଗୋଲ୍‌ରେ ଅମୀମାଂସିତ ରହିଥିଲା। ହରିୟାଣା ପାଇଁ ପଙ୍କଜ (୧ ଓ ୩୩ ମିନିଟ୍‌) ଏବଂ ଦୀପକ (୧୯ ଓ ୫୬ ମିନିଟ୍‌) ଦୁଇଟି ଲେଖାଏଁ ଗୋଲ୍‌ କରିଥିଲା ବେଳେ ଓଡ଼ିଶା ପକ୍ଷରୁ ଅମନଦୀପ ଲାକ୍ରା (୮, ୧୫, ୨୮ ଓ ୫୫ ମିନିଟ୍‌) ଏକାକି ୪ଟିଯାକ ଗୋଲ୍‌ କରିଥିଲେ। ଅମନଦୀପ ମଧ୍ୟ ଏଥିସହିତ ହ୍ୟାଟ୍ରିକ୍‌ ଅର୍ଜନ କରିଥିଲେ। ଏହା ପୂର୍ବରୁ ଓଡ଼ିଶା ତା’ର ପ୍ରଥମ ମ୍ୟାଚ୍‌ରେ ଗୋଆନ ହକିକୁ ୧୦-୦ ଗୋଲ୍‌ରେ ପରାସ୍ତ କରିଥିଲା।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ