ଧର୍ମ ରାଜ୍ୟ ସ୍ପେଶାଲ ରିପୋର୍ଟ

ଭଦ୍ରକ ରାମ ନବମୀ; କଡ଼ା ସୁରକ୍ଷା ବଳୟ ଭିତରେ ହେବ ନଗର ସଂକୀର୍ତ୍ତନ, ୪୦ ପ୍ଲାଟୁନ ଫୋର୍ସ ମୃତୟନ

ଭଦ୍ରକ ୪/୧୦: ଆଜି ଐତିହାସିକ ଶ୍ରୀରାମ ନବମୀ। ଭଦ୍ରକ ଜିଲ୍ଲାରେ ମହାଆଡମ୍ବରରେ ପାଳିତ ହେଉଛି ଶ୍ରୀ ରାମ ନବମୀ ମହୋତ୍ସବ । ଭଦ୍ରକ ସହରର ଗାନ୍ଧୀ ପଡ଼ିଆ ଠାରେ ଶ୍ରୀ ରାମ ମହଯଜ୍ଞ ସମିତି ତରଫରୁ ଆୟୋଜିତ ଯଜ୍ଞର ଆଜି ପୂର୍ଣ୍ଣାହୁତି ହେବ।

ଶେଷ ଦିନରେ ଭଦ୍ରକ ସହର ରେ ୧୨ କିଲୋମିଟର ପର୍ଯ୍ୟନ୍ତ ନଗର ସଂକୀର୍ତ୍ତନ ଅନୁଷ୍ଠିତ ହେବ। ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଆସିଥିବା ମେଢ଼ଗୁଡ଼ିକ ନେହେରୁ ଷ୍ଟାଡିୟମ ଠାରୁ ଏକତ୍ରିତ ହୋଇ ନଗର ସଂକୀର୍ତ୍ତନରେ ସାମିଲ ହେବେ। ଏଥିରେ ପ୍ରାୟ ୮୦ ରୁ ଅଧିକ ମେଢ଼ ସାମିଲ ହେବେ।

ଏନେଇ ଶ୍ରୀ ରାମ ମହଯଜ୍ଞ ସମିତି ସମସ୍ତ ପ୍ରସ୍ତୁତି ଶେଷ କରିଛି। ନଗର ସଂକୀର୍ତ୍ତନ ପାଇଁ ଭଦ୍ରକରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ସ୍ଥାନେ ସ୍ଥାନେ ପୋଲିସ ମୁତୟନ ହୋଇଛନ୍ତି। ୩ ପ୍ଲାଟୁନ ରାପିଡ଼ ଆକ୍ସନ ଫୋର୍ସ ସହ ସମୁଦାୟ ୪୦ ପ୍ଲାଟୁନ ଫୋର୍ସ, ୩ ଜଣ ଅତିରିକ୍ତ ଏସ୍‌ପି , ୧୦ ଡିଏସପି , ୧୯ ଇନ୍ସପେକ୍ଟର , ୧୦୫ ଜଣ ଏସଆଇ ଓ ଏଏସଆଇ ମୃତୟନ ହୋଇଛନ୍ତି।

ତେବେ ନଗର ସଂକୀର୍ତ୍ତନ ହେବାକୁ ଥିବା ରୁଟରେ ପୋଲିସ ଫ୍ଲାଗମାର୍ଚ୍ଚ କରିଛି। ତେବେ ପ୍ରତ୍ୟକ ମେଢ଼ ସହ ଅଫିସରଙ୍କୁ ଦାୟିତ୍ୱ ଦିଆଯାଇଛି। ସହରରେ ଷ୍ଟାଟିକ ପୋଷ୍ଟ ସହ ପେଟ୍ରୋଲିଂ ଟିମ ସହରରେ ପାଇଁତରା ମାରୁଛନ୍ତି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
ଧର୍ମ

ଆଜିଠୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର

ନୂଆଦିଲ୍ଲୀ : ଆଜିଠାରୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର। ମହାମାରୀ କରୋନା ପାଇଁ ପ୍ରାୟ ୭ ମାସରୁ ଅଧିକ ଦିନ