ଦେଶ ବିଦେଶ ମନୋରଞ୍ଜନ

ପ୍ରେମ ସତରେ ଅଜବ ; ୮୨ ବର୍ଷର ବୁଦ୍ଧାଙ୍କ ପ୍ରେମରେ ୩୬ ବର୍ଷର ବ୍ୟକ୍ତି

ନୂଆଦିଲ୍ଲୀ ୦୮/୦୩ : କୁହନ୍ତି ବୟସ ଦେଖେନି ପ୍ରେମ। ଦେଖେନି ଜାତି ଧର୍ମ। କାମନା ବାସନାଠୁ ଖୁବ୍‌ ଉର୍ଦ୍ଧ୍ୱରେ ପ୍ରେମ। ମନ ସିଶିଗଲେ ସରିଲା କଥା। ଏହାକୁ ଚରିତାର୍ଥ କରିଛନ୍ତି ୮୨ ବର୍ଷର ଆଇରିସ୍‌ ଜୋନ୍ସ ଓ ୩୬ ବର୍ଷର ମହୋମ୍ମଦ ଇବ୍ରାହିମ୍‌। ୪୬ ବର୍ଷ ବ୍ୟବଧାନ ଥାଇବି ହୋଇଗଲା ପ୍ରେମ। ଆଇରିସ୍‌ ବ୍ରିଟେନରେ ରହୁଥିବାବେଳେ ଇବ୍ରାହିମ୍‌ ଇଜିପ୍ଟରେ। ପ୍ରେମ ହେବାର ବର୍ଷେପରେ ୨୦୨୦ରେ କରିଥିଲେ ବିବାହ। ଯାହାକୁ ନେଇ ଖୁବ୍‌ ଚର୍ଚ୍ଚା।

ଡେଲି ମେଲର ରିପୋର୍ଟ ଅନୁସାରେ ବ୍ରିଟେନ୍‌ରେ ରହୁଥିଲେ ୮୨ ବର୍ଷର ଆଇରିସ୍‌ ଜୋନ୍ସ । ୨୦୧୯ରେ ମହମ୍ମଦ ଇବ୍ରାହିଙ୍କ ସହ ଫେସବୁକରେ ଫ୍ରେଣ୍ଡ୍ ହୋଇଥିଲେ। ପରସ୍ପରର ବନ୍ଧୁ ହେବା ପରେ ଘଣ୍ଟା ଘଣ୍ଟା ଧିରି ହୁଅନ୍ତି କଥା । ଏହି ବନ୍ଧ୍ୱତ୍ୱ କେତେବେଳେ ପ୍ରେମରେ ପରିଣତ ହୋଇଗାଲା ଜାଣିପାରିଲେନି। ପରେ ଇବ୍ରାହିମ୍‌ ଆଇରିସଙ୍କୁ ପ୍ରେମ ନିବେଦନ କରିଥିଲେ। ଆଉ ସେଥିରେ ହଁ ଭରିଥିଲେ ଆଇରିସ୍‌। ପରେ ସେ ଇବ୍ରାହିମଙ୍କୁ ଭେଟିବାକୁ ପହଞ୍ଚିଥିଲେ ଇଜିପ୍ଟ।ଗୋଟେ ବର୍ଷ ପ୍ରେମ ପରେ ଦୁହେଁ ୨୦୨୦ରେ ବିବାହ କରିଥିଲେ।

ବାହାଘରର ୨ ବର୍ଷପରେ ଆଇରିସ୍‌ ଏକ ପୋଷ୍ଟ କରି ନିଜ ପ୍ରେମ ବିଷୟରେ ପୂରା ଦୁନିଆକୁ ଜଣାଇଛନ୍ତି। ସେଥିରେ ସେ ଲେଖିଛନ୍ତି, କିଛି ଦିନ ହେବ ସ୍ୱାମୀଙ୍କଠୁ ଦୂରରେ ଅଛନ୍ତି। ଯାହାକି ସେ ବରଦାସ୍ତ କରିପାରୁ ନାହାନ୍ତି। ଇବ୍ରାହିମ୍‌ ଗତ ମାସରୁ ଅଜିପ୍ଟରେ ଅଛନ୍ତି ଆଉ ତାଙ୍କ ପତ୍ନୀ ବ୍ରିଟେନରେ।

ଇବ୍ରାହିମଙ୍କୁ ବିବାହ କରିବାକୁ ଆଇରିସ୍‌ ମୁସଲିମ୍‌ ଧର୍ମ ଗ୍ରହଣ କରିଛନ୍ତି। ଦୁହେଁ ପରସ୍ପରକୁ ପାଇ ଖୁବ୍‌ ଖୁସି। ଆଇରିସ୍‌ କିଛି ଦିନ ପୂର୍ବରୁ ଏକ ସାକ୍ଷାତକାରରେ ଇବ୍ରାହିମଙ୍କ ସହ ନିଜ ବୈବାହିକଜୀବନ ବିଷୟରେ କଥା ହୋଇଥିଲେ। ଆଉ କହିଥିଲେ ଇବ୍ରାହିମ୍‌ ଭିସା ଆପ୍ଲାଏ କରିଛନ୍ତି। ମିଳିବାପରେ ସେ ୟୁକେନକୁ ସିଫ୍ଟ ହୋଇଯିବେ।ସତରେ ପ୍ରେମ ଅଜବ। ଆଉ ଇଏ ସେମିତି ଏକ ଅଜବ ପ୍ରେମର ଗଜବ କାହାଣୀ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ