ରାଜ୍ୟ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

କେମିତି ବିଶ୍ବସ୍ତରୀୟ ହେବ ଏସ୍‌ସିବି? ନୂଆ ମେଡିକାଲ ‌କଲେଜ ଖୋଲୁଛନ୍ତି, ସେହି ପୁରୁଣାଙ୍କୁ ଭରସା

କଟକ: ସ୍ବାସ୍ଥ୍ୟ ଭିତ୍ତିଭୂମିର ବିକାଶ ପାଇଁ ରାଜ୍ୟରେ ସରକାର ଗୋଟିକ ପରେ ଗୋଟିଏ ନୂଆ ମେଡିକାଲ କଲେଜ ଖୋଲି ଚାଲିଛନ୍ତି। କିନ୍ତୁ ନୂଆ ମେଡିକାଲ କଲେଜ ପାଇଁ ନୂଆ ମାନବ ସମ୍ବଳର ବିକାଶ କଥା ସରକାର ଭୁଲିଯାଉଛନ୍ତି। ବରଂ ସେହି ପୁରୁଣା ମେଡିକାଲ କଲେଜଗୁଡିକରୁ ବିଶେଷଜ୍ଞ ଡାକ୍ତରଙ୍କୁ ଆଜି ଏଠିକି, କାଲି ସେଠିକି ବଦଳି କରି ତାଲିକା ପ୍ରକାଶ କରିଚାଲିଛନ୍ତି। ସରକାର ଏସ୍‌ସିବିକୁ ବିଶ୍ବସ୍ତରୀୟ (ଏମ୍‌ସ ପ୍ଲସ୍‌) କରି ଗଢ଼ି ତୋଳିବା ପାଇଁ ଯୋଜନା ଆରମ୍ଭ କରିଛନ୍ତି। ଏପଟେ କିନ୍ତୁ ରାଜ୍ୟର ସବୁଠାରୁ ବଡ ରେଫରାଲ୍‌ ହସ୍ପିଟାଲ ଏସ୍‌ସିବିରୁ ଖାଲି କରିଦେଉଛନ୍ତି ବିଶେଷଜ୍ଞ ଡାକ୍ତର ପଦ। ସୁନ୍ଦରଗଡ଼ ଓ କେନ୍ଦୁଝର ମେଡିକାଲ କଲେଜ ପାଇଁ ବଳି ପଡିଛି ଏସ୍‌ସିବି, ଏମ୍‌କେସିଜି ଭଳି ପୁରୁଣା ମେଡିକାଲ କଲେଜ। ଯଦି ଗତ ଗୋଟିଏ ମାସର ତଥ୍ୟ ‌ଦେଖାଯାଏ; ପଦୋନ୍ନତି ଓ ବଦଳି ମାଧ୍ୟମରେ ଏସ୍‌ସିବିରୁ ୨୬ଜଣଙ୍କୁ ଅନ୍ୟତ୍ର ବଦଳି କରାଯାଇଥିବା ବେଳେ ତାଙ୍କ ବଦଳରେ ମାତ୍ର ୪ଜଣ ଏସ୍‌ସିବିକୁ ଆସିଥିବା ଜଣାପଡିଛି। ମାର୍ଚ୍ଚ ୧୧ତାରିଖ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ମେଡିକାଲ କଲେଜ ଅଧ୍ୟାପକଙ୍କ ବଦଳି ଓ ପଦୋନ୍ନତି ତାଲିକା ପ୍ରକାଶ ପାଇଥିଲା। ଆସିଷ୍ଟାଣ୍ଟରୁ ଆସୋସିଏଟ୍‌ ପ୍ରଫେସର ଭାବେ ୧୬ ଜଣଙ୍କୁ ପଦୋନ୍ନତି ମିଳିଥିବା ବେଳେ ୨୨ ଜଣଙ୍କୁ ଆସୋସିଏଟ୍‌ ପ୍ରଫେସରରୁ ପ୍ରଫେସର ପାହ୍ୟାକୁ ପଦୋନ୍ନତି ଦିଆଯାଇଛି। ସେମାନଙ୍କ ମଧ୍ୟରେ ଏସ୍‌ସିବିରୁ ୧୨ଜଣ ଆସୋସିଏଟ୍‌ ପ୍ରଫେସରରୁ ପ୍ରଫେସର ପଦବିକୁ ପଦୋନ୍ନତି ପାଇଥିବା ବେଳେ, ୧୧ଜଣ ଆସିଷ୍ଟାଣ୍ଟ ପ୍ରଫେସରରୁ ଆସୋସିଏଟ୍‌ ପ୍ରଫେସରକୁ ପଦୋନ୍ନତି ପାଇଛନ୍ତି।

ତେବେ ୧୧ଜଣ ଆସୋସିଏଟ୍‌ ପ୍ରଫେସର ପଦୋନ୍ନତି ପାଇଥିବା ଏସ୍‌ସିବିରୁ ୯ଜଣଙ୍କୁ କେନ୍ଦୁଝର, ସୁନ୍ଦରଗଡ଼, କୋରାପୁଟ ଆଦି ମେଡିକାଲ କଲେଜକୁ ବଦଳି କରାଯାଇଛି। ହେଲେ, ସେମାନଙ୍କ ବଦଳରେ କାହାରିକୁ ନିଯୁକ୍ତ କରାଯାଇନି। କେବଳ ୨ଜଣଙ୍କୁ ଏସ୍‌ସିବିରେ ପୁନଃ ଅବସ୍ଥାପିତ କରାଯାଇଛି। ସେହିପରି ୨ଜଣ ଆସୋସିଏଟ୍‌ ପ୍ରଫେସରଙ୍କୁ ମଧ୍ୟ ବଦଳି କରାଯାଇଥିଲା, କିନ୍ତୁ ତାଙ୍କ ବଦଳରେ ଏସ୍‌ସିବି ପାଇଁ ମାତ୍ର ଜଣଙ୍କୁ ନିଯୁକ୍ତି ଦିଆଯାଇଛି। ସେହିପରି ୧୨ଜଣ ପ୍ରଫେସର ପଦୋନ୍ନତି ସହ ବଦଳି କରାଯାଇଥିବା ବେଳେ ତାଙ୍କ ବଦଳରେ ମାତ୍ର ୨ଜଣଙ୍କୁ ଏସ୍‌ସିବିକୁ ଅଣାଯାଇଛି। ବାକି ୧୦ଜଣଙ୍କୁ ବିଭିନ୍ନ ମେଡିକାଲ କଲେଜକୁ ବଦଳି କରାଯାଇଛି। ସେହିପରି ଆଜି ୧୨ଜଣ ଆସୋସିଏଟ୍‌ ପ୍ରଫେସରଙ୍କ ବଦଳି ତାଲିକା ବାହାରିଥିବା ବେଳେ ସେଥିରୁ ଏସ୍‌ସିବିର ୫ଜଣଙ୍କ କେନ୍ଦୁଝର ଓ ସୁନ୍ଦରଗଡ଼ ମେଡିକାଲ କଲେଜକୁ ବଦଳି କରାଯାଇଛି। ସେମାନଙ୍କ ବଦଳରେ ଏସ୍‌ସିବି ପାଇଁ କାହାରିକୁ ଦିଆଯାଇନାହିଁ। ଏମିତିରେ ଏସ୍‌ସିବିରେ ନେଫ୍ରୋଲୋଜି, ଏଣ୍ଡୋକ୍ରୋଇନୋ‌ଲୋଜି ବିଭାଗରେ କେହି ପ୍ରଫେସର ନାହାନ୍ତି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ