ଧର୍ମ ରାଜ୍ୟ

ଶନିବାର ପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥ : ଆଜି ନେତ୍ର ଉତ୍ସବ ସହ ହେବ ରଥ ପ୍ରତିଷ୍ଠା, ଦୁଇ ବର୍ଷ ପରେ ରଥଯାତ୍ରାରେ ସାମିଲ ହେବେ ଭକ୍ତ

ଭୁବନେଶ୍ୱର ୦୮।୦୪ : ଶନିବାର ରୁକୁଣା ରଥଯାତ୍ରା। ଆଜି ମହାପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ନେତ୍ର ଉତ୍ସବ ସହ ରଥ ପ୍ରତିଷ୍ଠା କରାଯିବ। ଏଥର ଭକ୍ତଙ୍କ ଗହଳିରେ ଗଡିବ ରୁକୁଣା ରଥ। ଏଥିପାଇଁ ସମସ୍ତ ବ୍ୟବସ୍ଥା ଶେଷ ପର୍ଯ୍ୟାୟରେ ପହଞ୍ଚିଛି ।

ଖବର ଅନୁଯାୟୀ, ଦୀର୍ଘ ଦୁଇ ବର୍ଷ ପରେ ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରାରେ ସାମିଲ ହେବେ ଭକ୍ତ । ରଥରେ ବସି ମାଉସୀ ଘରକୁ ଯିବେ ଶ୍ରୀଲିଙ୍ଗରାଜ । ଶନିବାର ଅପରାହ୍ନ ସାଢେ ୩ଟାରେ ଆରମ୍ଭ ହେବ ରଥ ଟଣା । ଏଥର ଭକ୍ତ ଟାଣିବେ ରୁକୁଣା ରଥ । ଶ୍ରୀ ଲିଙ୍ଗରାଜଙ୍କ ରଥକୁ ଟାଣି ଟାଣି ମାଉସୀ ମାଙ୍କ ମନ୍ଦିରକୁ ନେଇଯିବେ ଭକ୍ତ । ରଥ ଟଣା ବେଳେ ଭିଡ ଅଧିକ ହେବ ବୋଲି ଆକଳନ କରାଯାଉଛି । ତେଣୁ ଏଥର ଯାତ୍ରାରେ ଭକ୍ତଙ୍କ ସୁରକ୍ଷା ସହ ଶାନ୍ତିଶୃଙ୍ଖଳାକୁ ଅଗ୍ରାଧିକାର ଦିଆଯାଇଛି । ସେପଟେ ରୁକୁଣା ରଥ ନେଇ ଚୁଡାନ୍ତ ସମନ୍ବୟ ବୈଠକ ଶେଷ ହୋଇଛି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
ଧର୍ମ

ଆଜିଠୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର

ନୂଆଦିଲ୍ଲୀ : ଆଜିଠାରୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର। ମହାମାରୀ କରୋନା ପାଇଁ ପ୍ରାୟ ୭ ମାସରୁ ଅଧିକ ଦିନ