ଧର୍ମ

ଶନିବାର ଦିନ ପଢନ୍ତୁ ଶନିଙ୍କ ମନ୍ତ୍ର: ଶନିଦେବ ପ୍ରସନ୍ନ ହେବା ସହ ମିଳିବ କୃପା

ଭୁବନେଶ୍ୱର ୦୩/୧୦ : ଶନିବାର ଦିନ ନ୍ୟାୟ ଦେବତା ଶନିଦେବଙ୍କୁ ଆରାଧନା କରାଯାଏ। ଶନିବାର ଦିନ ଶନିଦେବଙ୍କୁ ପୂଜା କଲେ ସବୁ କଷ୍ଟ ଦୂର ହୋଇଥାଏ। ଯେଉଁମାନଙ୍କର ସାଢ଼େସାତି ଚାଲୁଥାଏ ସେମାନେ ଶନିଦେବଙ୍କୁ ପୂଜା କଲେ ଶୁଭ ଫଳ ମିଳିଥାଏ। ଶନି ଦୋଷରୁ ମୁକ୍ତି ପାଇଁ ମୂଳ ନକ୍ଷତ୍ରଯୁକ୍ତ ଶନିବାରରୁ ଆରମ୍ଭ କରି ସାତଟି ଶନିବାର ଯାଏଁ ପୂଜା କରିବା ସହ ବ୍ରତ ପାଳନ କରିବା ଉଚିତ। ସମ୍ପୂର୍ଣ୍ଣ ନିୟମ ଅନୁସାରେ ପୂଜା ଓ ବ୍ରତ ପାଳନ କଲେ ଶନିଦେବଙ୍କ କୃପା ପ୍ରାପ୍ତ ହୋଇଥାଏ ଓ ଦୁଃଖ ଦୂର ହୋଇଥାଏ। ଶନିଦେବଙ୍କ କୋପ ଦୃଷ୍ଟିରୁ ବଞ୍ଚିବା ବହୁତ ଜରୁରୀ। ନଚେତ ଅନେକ ଦୋଷ ଲାଗିଥାଏ। ଶନିଦେବଙ୍କ ପୂଜା କରିବା ସମୟରେ କିଛି ନିୟମ ପାଳନ କରିବା ଆବଶ୍ୟକ। ପଶ୍ଚିମ ଦିଗ ଆଡକୁ ମୁହଁ କରି ଶନିଦେବଙ୍କୁ ପୂଜା କରିବା ଉଚିତ ଏବଂ ମନ୍ତ୍ର ଜପ କରିବା ଉଚିତ। କାରଣ ଶନିଦେବଙ୍କୁ ପଶ୍ଚିମ ଦିଗର ସ୍ୱାମୀ ବୋଲି କୁହାଯାଏ। ପୂଜା କରିବା ସମୟରେ ସଫାସୁତୁରା ରହିବ ନିହାତି ଆବଶ୍ୟକ।

ଶଣିଦେବଙ୍କ କୃପା ପାଇଁ ଜାଣନ୍ତୁ କିଛି ଖାସ ମନ୍ତ୍ର
୧. ଓଁ ପ୍ରାଂ ପ୍ରିଂ ପ୍ରୋଂ ଶନିଶ୍ଚରାୟ ନମଃ
୨. ଓଁ ଶନ୍ନୋଦେବୀରଭିଷ୍ଟୟ ଆପୋ ଭବନ୍ତୁ ପିତୟେ ଶନ୍ୟୋରଭିତ୍ତବନ୍ତୁ ନଃ
୩. ଓଁ ଏଂ ହଲିଂ ଶ୍ରୀଶନିଶ୍ଚରାୟ ନମଃ
ଶନିଦେବଙ୍କ ପୂଜାରେ କଳା କିମ୍ବା ନୀଳ ରଙ୍ଗର ବସ୍ତୁ ବ୍ୟବହାର କରିବା ଶୁଭ ହୋଇଥାଏ। ଶନିଦେବଙ୍କୁ ନୀଳ ଫୁଲ ଅର୍ପଣ କରିବା ଉଚିତ। ଶନିଦେବଙ୍କ ପୂଜାରେ ନାଲି ରଙ୍ଗର କୌଣସି ଜିନିଷ ଯେପରି ବ୍ୟବହାର ନ କରନ୍ତି ସେଥିପ୍ରତି ବିଶେଷ ଦୃଷ୍ଟି ଦେବାକୁ ହେବ। ନାଲି ଫୁଲ, ଫଳ କିମ୍ବା କପଡା କିଛି ବ୍ୟବହାର କରିବା ଅନୁଚିତ। କାରଣ ନାଲି ରଙ୍ଗ ଏହା ସହ ସମ୍ବନ୍ଧିତ ଜିନିଷ ମଙ୍ଗଳ ଗ୍ରହ ସହ ସମ୍ବନ୍ଧିତ। ମଙ୍ଗଳ ଗ୍ରହକୁ ଶନିଙ୍କ ଶତ୍ରୁ ବୋଲି କୁହାଯାଏ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
ଧର୍ମ

ଆଜିଠୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର

ନୂଆଦିଲ୍ଲୀ : ଆଜିଠାରୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର। ମହାମାରୀ କରୋନା ପାଇଁ ପ୍ରାୟ ୭ ମାସରୁ ଅଧିକ ଦିନ