ଖେଳ ଦେଶ ବିଦେଶ

‘ଶ୍ରୀଲଙ୍କାକୁ ବଡ ଭାଇ ଭଳି ସାହାଯ୍ୟ କରିଛି ଭାରତ’ : ପ୍ରଶଂସା କଲେ ପୂର୍ବତନ କ୍ରିକେଟର ଜୟସୂରିୟା

ମୁମ୍ବାଇ,୦୭/୦୪: ଶ୍ରୀଲଙ୍କାରେ ଆର୍ଥିକ ସଙ୍କଟ ଭୟଙ୍କର । ସେଠାକାର ଜନତାଙ୍କୁ ସାଧାରଣ ସାମଗ୍ରୀ ମଧ୍ୟ ମିଳୁନି । ଲୋକେ ଆନ୍ଦୋଳନ କରୁଛନ୍ତି । ଏହାମଧ୍ୟରେ ଭାରତ ଶ୍ରୀଲଙ୍କାକୁ ବଢାଇଛି ସାହାଯ୍ୟର ହାତ । ଚାଉଳି, ଡିଜେଲ ଆଦି ଶ୍ରୀଲଙ୍କାକୁ ପଠାଉଛନ୍ତି ଭାରତ ସରକାର । ଯାହାକୁ ପ୍ରଶଂସା କରିଛନ୍ତି ଶ୍ରୀଲଙ୍କାର ପୂର୍ବତନ କ୍ରିକେଟର୍ ସନତ ଜୟସୂରିୟା । ଭାରତକୁ ସେ ବଡ ଭାଇ ବୋଲି କହିଛନ୍ତି ।

ସନତ କହିଛନ୍ତି ଯେ, ସର୍ବଦା ଭାରତ ଶ୍ରୀଲଙ୍କାର ଏକ ଉତ୍ତମ ପଡୋଶୀ ହୋଇ ରହି ଆସିଛି । ବଡ ଭାଇ ଭଳି ସାହାଯ୍ୟ କରୁଛି । ସେ ଭାରତ ସରକାର ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରତି କୃତକ୍ଷତା ଜ୍ଞାପନ କରିଛନ୍ତି । ତେବେ ସେ ଭାରତ ଓ ଅନ୍ୟ ଦେଶର ସାହାଯ୍ୟରେ ସଙ୍କଟରୁ ମୁକୁଳିବେ ବୋଲି ଆଶା ରଖିଛନ୍ତି ।

ଏହାସହ ସନତ ଭାରତକୁ ସାହାଯ୍ୟ ପାଇଁ ଧନ୍ୟବାଦ ଜଣାଇଛନ୍ତି । ଆହୁରି ମଧ୍ୟ ସେ ଜନତାଙ୍କୁ ନିଜର ସମର୍ଥନ ଜଣାଇଛନ୍ତି । ସେ ଆହୁରି କହିଛନ୍ତି ଯେ, ଦେଶରେ ଇନ୍ଧନ ସଙ୍କଟ ରହିଛି । ଖାଇବାକୁ ମିଳୁନି । ତେଣୁ ଲୋକେ ବିରୋଧ କରୁଛନ୍ତି । ସ୍ଥିତିକୁ ଠିକସେ ନିୟନ୍ତ୍ରଣ ନକଲେ ଆହୁରି ସଙ୍ଗୀନ ହୋଇୟିବ । ଲୋକେ ଏପରି ସ୍ଥିତି ପାଇଁ ବର୍ତ୍ତମାନର ସରକାରଙ୍କୁ ଦାୟୀ କରୁଛନ୍ତି । ଏବେ ଦାୟିତ୍ୱ ସରକାରଙ୍କର । ସେ ସଙ୍କଟକୁ ନିଜ ଆଖିରେ ଦେଖିଛନ୍ତି । ଜରୁରୀ ସାମଗ୍ରୀ ପାଇଁ ୩ରୁ ୪ କିମି ଯାଏଁ ଗାଡି ଲାଇନ୍ ଲମ୍ବୁଛି ।

ସୂଚନାଯୋଗ୍ୟ, ଭାରତ ଶ୍ରୀଲଙ୍କାକୁ ୨୭୦୦୦୦ ମାଟ୍ରିକ ଟନରୁ ଅଧିକ ଇନ୍ଧନ ଯୋଗାଇଛି । ଯାହା ଦେଶକୁ ବିଜୁଳି ସଙ୍କଟରୁ ରକ୍ଷା କରିବାରେ ସାହାଯ୍ୟ ହେବ । ଶ୍ରୀଲଙ୍କାରେ କରୋନା ମହାମାରୀ ଆରମ୍ଭ ହେଲା ପରଠୁ ଆର୍ଥିକ ସ୍ଥିତି ବିଗିଡିବାରେ ଲାଗିଥିଲା ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ