ଖେଳ ଦେଶ ବିଦେଶ

ରାଜସ୍ଥାନ ରୟାଲ୍ସକୁ ଝଟକା, ଆଇପିଏଲ ୨୦୨୨ରୁ ବାଦ୍ ପଡିଲେ ଏହି ଷ୍ଟାର ବୋଲର

ନୂଆଦିଲ୍ଲୀ ୦୬।୦୪: ରାଜସ୍ଥାନ ରୟାଲ୍ସକୁ ଲାଗିଲା ବଡ ଝଟକା। ଦ୍ରୁତ ବୋଲର ନାଥନ କୁଲଟର ନାଇଲ ଆଇପିଏଲର ୧୫ତମ ସିଜିନରୁ ବାଦ୍ ପଡିଛନ୍ତି। ଆହତ କାରଣରୁ ନାଇଲ ବାକି ମ୍ୟାଚ୍‌ଗୁଡିକରେ ଖେଳି ପାରିବେ ନାହିଁ ବୋଲି ଦଳ ପକ୍ଷରୁ କୁହାଯାଇଛି। ରାଜସ୍ଥାନ ଏ ପର୍ଯ୍ୟନ୍ତ ତିନୋଟି ମ୍ୟାଚ୍‌ରୁ ଦୁଇଟି ମ୍ୟାଚ୍ ଜିତିଥିବା ବେଳେ ଗୋଟିଏ ହାରିଛି। ଦଳ କୁଲଟର ନାଇଲଙ୍କ ବଦଳ ଖେଳାଳି ଏ ଯାଏଁ ଘୋଷଣା କରି ନାହିଁ।

ରାଜସ୍ଥାନ ଆଇପିଏଲ ମେଗା ନିଲାମ ୨୦୨୨ରେ କୁଲଟର ନାଇଲଙ୍କୁ ଦୁଇ କୋଟିରେ କିଣିଥିଲା। ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷ ମ୍ୟାଚ୍‌ରେ ନାଇଲଙ୍କୁ ଆଘାତ ଲାଗିଥିଲା। ଏହି ମ୍ୟାଚ୍‌ରେ ରାଜସ୍ଥାନ ହାଇଦ୍ରାବାଦକୁ ୬୧ ରନରେ ପରାସ୍ତ କରିଥିଲା। ମୁକାବିଲା ସମୟରେ କୁଲଟର ନାଇଲ ବହୁତ ମହଙ୍ଗା ସାବ୍ୟସ୍ତ ହୋଇଥିଲେ ଏବଂ ୩ ଓଭରରେ ୪୮ ରନ ଦେଇଥିଲେ।

ନାଥନ କୁଲଟର ନାଇଲ ହାର୍ମଷ୍ଟ୍ରିଙ୍ଗ ଆଘାତ କାରଣରୁ ପୂରା ସିଜିନରୁ ବାଦ ପଡିବାରୁ ଅଧିନାୟକ ସଞ୍ଜୁ ସାମସନଙ୍କୁ ଝଟକା ଲାଗିଛି। ଏବେ ଏହା ଦେଖିବା ବାକି ରହିଲା ଯେ, ଟିମ୍ ନାଇଲଙ୍କ ସ୍ଥାନରେ କାହାକୁ ଦଳରେ ସାମିଲ୍ କରୁଛି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ