ନୂଆଦିଲ୍ଳୀ ୦୪।୦୪ : ଦୁର୍ଘଟଣାରେ ଶିକାର ହୋଇ ମେଡିକାଲରେ ଚିକିତ୍ସିତ ହେବା ପରେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ବଲିଉଡ୍ ଅଭିନେତ୍ରୀ ମଲାଇକା ଆରୋରା। ଗତ ଏପ୍ରିଲ ୨ ତାରିଖରେ ସେ କାର ଦୁର୍ଘଟଣାରେ ସମ୍ମୁଖୀନ ହୋଇଥିଲେ। ପୁନେରୁ ଏକ ଫ୍ୟାଶନ ଇଭେଣ୍ଟ ସାରି ମୁମ୍ବାଇ ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା। ତେବେ ସେ ସାମାନ୍ୟ ଆହତ ହୋଇ ହସ୍ପିଟାଲ୍ରେ ଭର୍ତ୍ତି ହୋଇଥିଲେ। ଏବେ ସେ ମେଡିକାଲରୁ ଡିସ୍ଚାର୍ଜ ହୋଇଛନ୍ତି। ସୁସ୍ଥ ହେବା ପରେ ପରିବାର ଏବଂ ତାଙ୍କ ଭଉଣୀ ଅମ୍ରିତା ଆରୋରା ତାଙ୍କ ଘରକୁ ଭେଟିବାକୁ ଯାଇଥିଲେ। ନିଜ ଭଉଣୀର ସ୍ୱାସ୍ଥ୍ୟ ସମ୍ପର୍କରେ ସୂଚନା ଦେଇଛନ୍ତି ଅମ୍ରିତା। ମଲାଇକା ସୁସ୍ଥ ଏବଂ ଘରେ ଅଛନ୍ତି ।
ଏବେ ସେ ବିଶ୍ରାମ ନେଉଛନ୍ତି ବୋଲି ଅମ୍ରିତା ସୂଚନା ଦେଇଛନ୍ତି। ସୂଚନା ଅନୁଯାୟୀ, ଶନିବାର ସନ୍ଧ୍ୟାରେ ମଲାଇକାଙ୍କ କାର୍ ତାଙ୍କ ଡ୍ରାଇଭର ଚଳାଉଥିବା ବେଳେ ସେ ପଛରେ ବସିଥିଲେ। ତେବେ ଏକ୍ସପ୍ରେସ ୱେରେ ହଠାତ୍ ଡ୍ରାଇଭର ଜଣଙ୍କ କାର୍ ଉପରୁ ନିୟନ୍ତ୍ରଣ ହରାଇଥିଲେ। ଫଳରେ ଗାଡ଼ିଟି ରାସ୍ତାରେ ଯାଉଥିବା ଆଉ ୨ଟି କାର୍ ସହ ପିଟି ହୋଇଯାଇଥିଲା।
ଘଟଣାରେ ମଲାଇକାଙ୍କ ମୁଣ୍ଡ ଓ ଆଖିରେ ଆଘାତ ଲାଗିଛି। ଦୁର୍ଘଟଣା ପରେ ତାଙ୍କୁ ଏକ୍ସପ୍ରେସ ୱେରୁ ତୁରନ୍ତ ନଭି ମୁମ୍ବାଇରେ ଥିବା ଆପୋଲୋ ହସ୍ପିଟାଲରେ ଆଡମିଟ କରାଯାଇ ଥିଲା। ତାଙ୍କ ଶରୀରରେ ଏକାଧିକ ଷ୍ଟିଚ୍ ମଧ୍ୟ ପଡ଼ିଛି। ହେଲେ ତାଙ୍କ ମୁଣ୍ଡରେ କୌଣସି ଗଭୀର ଆଘାତ ନାହିଁ ।

