ଖେଳ ଦେଶ ବିଦେଶ

‘ସମସ୍ତେ ଦିନେ ଭୁଲ କରିବେ କିନ୍ତୁ…’ : ଶାସ୍ତ୍ରୀଙ୍କୁ ପରୋକ୍ଷରେ କଟାକ୍ଷ କଲେ ଗାଙ୍ଗୁଲି, ଦ୍ରାବିଡଙ୍କୁ କଲେ ପ୍ରଶଂସା

ନୂଆଦିଲ୍ଲୀ, ୦୪/୦୪: ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ପୂର୍ବତନ ଅଧିନାୟକ ରାହୁଲ ଦ୍ରାବିଡଙ୍କୁ ଟିମ୍ ଇଣ୍ଡିଆ କୋଚ୍ ଦାୟିତ୍ୱ ଦେଇଛନ୍ତି । ଦ୍ରାବିଡଙ୍କଠୁ ସେ ଅନେକ ଆଶା ମଧ୍ୟ ରଖିଛନ୍ତି । ଭବିଷ୍ୟତରେ ଭାରତ ତାଙ୍କ ଅଧିନରେ ଅଧିକ ସଶକ୍ତ ହେବ ବୋଲି ପ୍ରଶଂସକ ମଧ୍ୟ ଆଶା କରିଛନ୍ତି । ତେବେ ଦ୍ରାବିଡଙ୍କ କୋଚିଂ ଗାଙ୍ଗୁଲିଙ୍କୁ ପ୍ରଭାବିତ କରିଛି । ଏପରିକି ଗାଙ୍ଗୁଲି ଦି ଓ୍ୱାଲଙ୍କୁ ପ୍ରଶଂସା ମଧ୍ୟ କରିଛନ୍ତି ।

ବେଙ୍ଗଲ ଟାଇଗର୍ ଭାବେ ପରିଚିତ ଗାଙ୍ଗୁଲି କହିଛନ୍ତି ଯେ, ରାହୁଲଙ୍କ ପାଖରେ ସଫଳ କୋଚ୍ ହେବା ପାଇଁ ସମସ୍ତ ଗୁଣ ରହିଛି । ସେ ପ୍ରଖରତା, ସତର୍କତା ଓ ଦାୟିତ୍ୱବାନ ଭଳି ଗୁଣ ଧାରଣ କରିଛନ୍ତି । ତେବେ କୋଚ୍ ଶାସ୍ତ୍ରୀଙ୍କ ସହ ରାହୁଲଙ୍କ ତୁଳନା କରିବାକୁ ମନା କରିଦେଇଛନ୍ତି । ତେବେ ସେ ଶାସ୍ତ୍ରୀଙ୍କୁ କଟାକ୍ଷ କରିଛନ୍ତି ।

ଗାଙ୍ଗୁଲି କହିଛନ୍ତି ଯେ, ଶାସ୍ତ୍ରୀଙ୍କ ବ୍ୟକ୍ତିତ୍ୱ ଅଲଗା । ଜଣେ ସର୍ବଦା ଚର୍ଚ୍ଚାରେ ରୁହନ୍ତି । ଆଉ ଜଣେ ମହାନ ଖେଳାଳି ହୋଇ ମଧ୍ୟ ଚୁପ୍ ରୁହନ୍ତି । ଚୁପଚାପ କାମ କରନ୍ତି । ଦୁଇ ଜଣ ବ୍ୟକ୍ତି ସମାନ ଭାବେ ସଫଳ ହୋଇପାରିବେ ନାହିଁ । ଆହୁରି ମଧ୍ୟ ଗାଙ୍ଗୁଲି କହିଛନ୍ତି ଯେ, ଏବେ ଦ୍ରାବିଡ ଆଉ ନମ୍ବର ୩ରେ ବ୍ୟାଟିଂ କରୁନାହାଁନ୍ତି । ସେ ଦୁନିଆର ସର୍ବଶ୍ରେଷ୍ଠ ବୋଲରଙ୍କ ସାମ୍ନା କରୁଥିଲେ । ଦୀର୍ଘଦିନ ଧରି ନିଜ ଭୂମିକାକୁ ସୂଚାର ରୂପେ ନିଭାଉଥିଲେ ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଗାଙ୍ଗୁଲି ନିଷ୍ଠାବାନ । ସେ ନିଜ କର୍ତ୍ତବ୍ୟ ସମ୍ପାଦନ କରିବାରେ ପଛଘୁଞ୍ଚା ଦିଅନ୍ତି ନାହିଁ । ତାଙ୍କ ପାଖରେ କୌଶଳ ରହିଛି । ତେବେ ସମସ୍ତଙ୍କ ଭଳି ସେ ମଧ୍ୟ ଭୁଲ କରିପାରନ୍ତି । କିନ୍ତୁ ଯେଉଁଯାଏଁ ଆପଣ ସଠିକ୍ କାମ କରୁଥିବେ ସେବେଯାଏଁ ଅନ୍ୟମାନଙ୍କ ତୁଳନାରେ ଭଲ କାମ କରିପାରୁଥିବେ ବୋଲି ଗାଙ୍ଗୁଲି କହିଛନ୍ତି ।

ସୂଚନାଯୋଗ୍ୟ, ରାହୁଲ କୋଚ୍ ହେବା ପଛରେ ଗାଙ୍ଗୁଲିଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିଲା । ସେ ହି ଦ୍ରାବିଡଙ୍କ ସହ ଫୋନ୍ ଯୋଗେ କୋଚ୍ ପଦ ପାଇଁ ପ୍ରସ୍ତାବ ଦେଇଥିଲେ ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ