ଦେଶ ବିଦେଶ ମନୋରଞ୍ଜନ

ଗର୍ଭବତୀ ଅଛନ୍ତି ଅଙ୍କିତା ଲୋଖଣ୍ଡେ ! କହିଲେ- ବିକ୍କିଙ୍କୁ ଏଯାଏଁ ଜଣା ନାହିଁ

ନୂଆଦିଲ୍ଲୀ ୦୪।୦୪ : କଙ୍ଗନା ରାଣାଓ୍ଵତ୍‌ ଓ ଅଙ୍କିତା ଲୋଖଣ୍ଡେଙ୍କ ବନ୍ଧୁତା ବେଶ୍‌ ଗଭୀର। ଉଭୟେ ଫିଲ୍ମ ମଣିକର୍ଣ୍ଣିକାରେ ଏକାଠି କାମ କରିଥିଲେ। କଙ୍ଗନା ଅଙ୍କିତା ଲୋଖଣ୍ଡେ ଓ ଭିକ୍କି ଜୈନଙ୍କ ବିବାହରେ ମଧ୍ୟ ସାମିଲ ହୋଇଥିଲେ। ନିକଟରେ ଅଙ୍କିତା କଙ୍ଗନାଙ୍କ ରିଆଲିଟି ଶୋ’ ଲକ୍‌ ଅପ୍‌ରେ ନିଜ ଶୋ’ ପବିତ୍ର ରିସ୍ତାର ଅପ୍‌କମିଂ ସିଜନ୍‌କୁ ପ୍ରମୋଟ୍‌ କରିବାକୁ ଆସିଥିଲେ। ଲକ୍ଅପ୍‌ ସିରିଏଲର ଏକ ନିୟମ ରହିଛି ଯେ ଯେଉଁ ସେଲିବ୍ରିଟି ଏଠାକୁ ଆସିଥାନ୍ତି, ସେମାନଙ୍କୁ ନିଜର ଯେକୌଣସି ସିକ୍ରେଟ୍‌କୁ ସେୟାର କରିବାକୁ ପଡ଼ିଥାଏ। ତେଣୁ ଅଙ୍କିତାଙ୍କୁ ବି ଏଠାରେ ନିଜ ଜୀବନର ଥିବା ଏକ ରହସ୍ୟକୁ କହିବାକୁ ପଡ଼ିଥିଲା।

ଅଙ୍କିତା ଲୋଖଣ୍ଡେ କହିଥିଲେ ଯେ- ବିକ୍କିଙ୍କୁ ବି ଏହି ରହସ୍ୟ ବିଷୟରେ ଜଣା ନାହିଁ। ବର୍ତ୍ତମାନ ମତେ ମୋତେ ଅଭିନନ୍ଦନ ଜଣାନ୍ତୁ- କାହିଁକି ମୁଁ ଗର୍ଭବତୀ ଅଛି। ତେବେ ଅଙ୍କିତାଙ୍କ ମୁହଁରୁ ଏଭଳି ଶୁଣି ଅନ୍ୟ ପ୍ରତିଯୋଗୀଙ୍କ ସମେତ ନିଜେ କଙ୍ଗନା ବି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ତା’ ପରେ କିନ୍ତୁ ଅଙ୍କିତା ହସି ଦେଇ କହିଥିଲେ- ଏପ୍ରିଲ ଫୁଲ୍‌ ବନାଉଥିଲି। ଏହାର ଉତ୍ତରରେ କଙ୍ଗନା କହିଥିଲେ-କିନ୍ତୁ ଆଜି ତ ଏପ୍ରିଲ ୧ ନୁହେଁ।

ତେବେ ଯେତେବେଳେ କଙ୍ଗନା କହିଥିଲେ ଯେ ମୁଁ ଆଶା କରୁଛି-ତୁମ ମିଛ ସତରେ ବଦଳିଯାଉ, ଠିକ୍‌ ସେତେବଳେ ଅଙ୍କିତା କହିଥିଲେ- ଏହା ବହୁତ ଜଲ୍‌ଦି ହେବ। ସୂଚନାଯୋଗ୍ୟ ଯେ ଅଙ୍କିତା ଲୋଖଣ୍ଡେ ୧୪ ଡିସେମ୍ବର ୨୦୨୧ରେ ବୟଫ୍ରେଣ୍ଡ ବିକ୍କି ଜୈନ୍‌ଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ଉଭୟେ ବର୍ତ୍ତମାନ ଷ୍ଟାର ପ୍ଲସ୍‌ରେ ପ୍ରସାରିତ ସ୍ମାର୍ଟ ଯୋଡ଼ିରେ ଦେଖିବାକୁ ମିଳିଛି।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ