ଖେଳ ଦେଶ ବିଦେଶ

ଶକ୍ତିଶାଳୀ ହେଲା ଦିଲ୍ଲୀ କ୍ୟାପିଟାଲ୍ସ, ଦଳରେ ଯୋଗଦେଲେ ଓ୍ୱାର୍ଣ୍ଣର

ମୁମ୍ବାଇ, ୦୪/୦୪: ଦିଲ୍ଲୀ କ୍ୟାପିଟାଲ୍ସ ସଦସ୍ୟ ଥିବା ଅଷ୍ଟ୍ରେଲିଆର ଅଭିଜ୍ଞ ଓପନର ଡେଭିଡ୍‌ ୱାର୍ଣ୍ଣର ଗତ ଶନିବାର ମୁମ୍ବାଇରେ ପହଞ୍ଚି କ୍ୱାରେଣ୍ଟାଇନ୍‌ରେ ରହିଛନ୍ତି । ଦିଲ୍ଲୀ ଫ୍ରାଞ୍ଚାଇଜ ପକ୍ଷରୁ ଆଜି ଟ୍ୱିଟ୍‌ କରି ଏବିଷୟ ସୂଚନା ଦିଆଯାଇଛି । ସେ ବାଧ୍ୟତାମୂଳକ ତିନିଦିନିଆ କ୍ୱାରେଣ୍ଟାଇନ୍‌ ଶେଷ କରିବା ପରେ ଦଳ ସହ ଯୋଗ ଦେବେ । ଘରୋଇ ପାକିସ୍ତାନ ବିପକ୍ଷ ଦିନିକିଆ ସିରିଜ ପାଇଁ ୱାର୍ଣ୍ଣର ଅଷ୍ଟ୍ରେଲିଆ ଦଳ ସଦସ୍ୟ ଥିଲେ । ତେଣୁ ସେ ବିଳମ୍ବରେ ମୁମ୍ବାଇ ପହଞ୍ଚିଥିଲେ ।

୨୦୦୯ରେ ୱାର୍ଣ୍ଣର ଦିଲ୍ଲୀ ଫ୍ରାଞ୍ଚାଇଜ ପକ୍ଷରୁ ଆଇପିଏଲ୍‌ରେ ପଦାର୍ପଣ କରିଥିଲେ । ଦୀର୍ଘ ୧୩ବର୍ଷ ପରେ ସେ ଦଳକୁ ପ୍ରତ୍ୟାବର୍ତ୍ତନ କରିବେ । ଗତ ଆଇପିଏଲ୍‌ ମେଗା ଖେଳାଳି ନିଲାମରେ ଦିଲ୍ଲୀ କ୍ୟାପିଟାଲ୍ସ ୱାର୍ଣ୍ଣରଙ୍କୁ କିଣିଥିଲା । ଚଳିତ ସଂସ୍କରଣରେ ଦିଲ୍ଲୀ ୨ଟି ମ୍ୟାଚ୍‌ ଖେଳି ଗୋଟିଏ ଜିତିଛି । ଆସନ୍ତା ୭ ତାରିଖ ଦଳ ତା’ର ତୃତୀୟ ଲିଗ୍‌ ମ୍ୟାଚ୍‌ରେ ଲକ୍ଷ୍ନୌ ସୁପର ଜାଏଣ୍ଟ୍‌ସକୁ ଭେଟିବ । ୱାର୍ଣ୍ଣର ଏହି ମ୍ୟାଚ୍‌ ଖେଳିବା ସମ୍ଭାବନା ରହିଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ