ଖେଳ ଦେଶ ବିଦେଶ ରାଜ୍ୟ

ଅଲିମ୍ପିକ୍ସ ଚୟନ ଶିବିରରେ ରଂଜିତ

ଭୁବନେଶ୍ୱର: ଅନ୍ତର୍ଜାତୀୟ ତୀରନ୍ଦାଜ ରଞ୍ଜିତ ନାୟକ ଟୋକିଓ ୨୦୨୦ ଅଲିମ୍ପିକ୍ସ ଚୟନ ଶିବିରକୁ ମନୋନୀତ ହୋଇଛନ୍ତି। ଝାଡ଼ଖଣ୍ଡର ଜାମସେଦପୁରସ୍ଥିତ ଜେଆର୍‍ଡି ଟାଟା ସ୍ପୋର୍ଟ୍‍ସ କମ୍ପ୍ଲେକସରେ ସୋମବାରଠାରୁ ଆରମ୍ଭ ହୋଇଥିବା ଚୟନ ଶିବିରରେ ଯୋଗଦେଇଛନ୍ତି। ଶିବିରରୁ ୪ ଜଣ ରିକର୍ଭ ପୁରୁଷ ଓ ୪ ଜଣ ରିକର୍ଭ ମହିଳା ମନୋନୀତ ହୋଇ ପୁନେସ୍ଥିତ ଏଏସ୍‍ଆଇଠାରେ ଚୂଡ଼ାନ୍ତ ପ୍ରଶିକ୍ଷଣ ଶିବିରରେ ତୁରନ୍ତ ଯୋଗଦେବେ। ରଞ୍ଜିତ କିସ୍‍ର ଛାତ୍ର ହୋଇଥିବା ବେଳେ ସେ ଓଡ଼ିଶାର ଏକମାତ୍ର ଖେଳାଳି ଭାବେ ଏହି ଶିବିରରେ ଯୋଗ ଦେଇଛନ୍ତି। ପୂର୍ବରୁ ରଞ୍ଜିତ ପ୍ରଥମ ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ାରେ ବ୍ୟକ୍ତିଗତ ବର୍ଗରେ ରୌପ୍ୟ ଓ ଦଳଗତ ବର୍ଗରେ ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ। ସେହିପରି ୨୦୧୫ରେ ସେ ସଂଘାଇଠାରେ ଅନୁଷ୍ଠିତ ହୋଇଥିବା ବିଶ୍ୱକପ୍‍ ଷ୍ଟେଜ୍‍-୧ ଓ ଷ୍ଟେଜ୍‍-୨ରେ ଅଂଶଗ୍ରହଣ କରିଥିବା ବେଳେ ୨୦୧୪ରେ ତାଇପେଇଠାରେ ଅନୁଷ୍ଠିତ ଏସୀୟ ଗ୍ରାଁ ପ୍ରି, ୨୦୧୩ରେ ଚୀନ୍‍ର ଉକ୍‍ସୀଠାରେ ବିଶ୍ୱ ଯୁବ ପ୍ରତିଯୋଗିତାରେ ମଧ୍ୟ ଅଂଶଗ୍ରହଣ କରିଥିଲେ। ୨୦୧୩ରେ ଆସାମର କୋକ୍ରାଝରଠାରେ କନିଷ୍ଠ ଜାତୀୟ ତୀରନ୍ଦାଜିରେ ସ୍ୱର୍ଣ୍ଣପଦକ, ୨୦୧୩-୧୪ରେ ଉପକନିଷ୍ଠ ଜାତୀୟ ତୀରନ୍ଦାଜିରେ ୪ଟି ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ। ତାଙ୍କ ସହ କିସ୍‌ ପ୍ରଶିକ୍ଷକ ରାଜେଶ ହାସଦାକ୍‍ ମଧ୍ୟ ଜାମସେଦପୁର ଗସ୍ତ କରିଛନ୍ତି। ସର୍ବଦା କ୍ରୀଡ଼ା ପ୍ରତିଭାମାନଙ୍କୁ ପ୍ରୋତ୍ସାହିତ ଯୋଗାଇ ଆସୁଥିବା କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ରଞ୍ଜିତଙ୍କୁ ଶୁଭେଚ୍ଛା ଜଣାଇବା ସହ ତାଙ୍କ ସଫଳତା କାମନା କରିଛନ୍ତି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ