ଖେଳ ଦେଶ ବିଦେଶ

ଏକାଡେମୀରୁ ଇସ୍ତଫା ଦେଲେ ଓ୍ୱିଲ୍ ସ୍ମିଥ୍, ଶୃଙ୍ଖଳା କମିଟିର ନୋଟିସ୍ ପରେ ଛାଡିଲେ ପଦ

ମୁମ୍ବାଇ,୦୨/୦୪: ଓସ୍କାର ବିଜେତା ଅଭିନେତା ୱିଲ ସ୍ମିଥଙ୍କ ଇସ୍ତଫା । ଓସ୍କାର ପାଇଁ ହୋଷ୍ଟ କରୁଥିବା କ୍ରିସ୍ ରକ୍ ଙ୍କୁ ଚାପୁଡ଼ା ମାରିବା ପରେ ଏକାଡେମୀ ସଦସ୍ୟତାରୁ ସେ ଇସ୍ତଫା ଦେଇଛନ୍ତି ।

ସ୍ମିଥଙ୍କ ପତ୍ନୀଙ୍କୁ ମଜାଳିଆ କମେଣ୍ଟ କରିବାରୁ ଏଥିରେ ଉତକ୍ଷିପ୍ତ ହୋଇ ସ୍ମିଥ ନିଜ ସିଟରୁ ଉଠିଯାଇ ରକଙ୍କୁ ଶକ୍ତ ଚାପୁଡ଼ା ମାରିଥିଲେ । ଯାହାର ଭିଜୁଆଲ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଶୃଙ୍ଗଳା କମିଟିର ନୋଟିସ୍ ପରେ ସେ ନିଜ ସଦସ୍ୟତା ପଦରୁ ଇସ୍ତଫା ଦେଇଛନ୍ତି । ନିଜର ଭୁଲ୍ ପାଇଁ ସେ ଅନୁତପ୍ତ, ଦୁଃଖିତ ଥିବା ପ୍ରକାଶ କରିଛନ୍ତି ।

ସୂଚନାଯୋଗ୍ୟ, ମାଡ ମରା ଘଟଣାକୁ ନେଇ ନିକଟରେ ତାଙ୍କ ପତ୍ନୀ ଜେଡ୍‌ ପିଙ୍କେଟ୍‌ ସ୍ମିଥ ମୁହଁ ଖୋଲିଥିଲେ । ସେ କହିଥିଲେ ଯେ, ଏବେ କଟା ଘା’ ଋତୁରେ ମଲମ ଲଗାଇବାର ସମୟ ଆସିଛି, ଆଉ ଏଥିପାଇଁ ମୁଁ ଅଛି। ଏଥିସହ ସେ ହାର୍ଟ ଇମୋଜି ଦେବା ସହ ନମସ୍କାର ଇମୋଜି ସେୟାର କରିଥିଲେ। ଜେଡ୍‌ଙ୍କ ତାଙ୍କର ଏହି ପୋଷ୍ଟରେ ସେ କାହାର ନାଁ ନେଇ ନଥିଲେ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ