ଏପ୍ରିଲ ମାସରେ ଅନେକ ଗ୍ରହରେ ରାଶି ପରିବର୍ତ୍ତନ ହେବାକୁ ଯାଉଛି । ଗ୍ରହ ନକ୍ଷତ୍ର ସ୍ଥିତିର ପ୍ରଭାବ ସମସ୍ତ ୧୨ଟି ରାଶି ଉପରେ ପଡ଼ିଥାଏ। ଏପ୍ରିଲମାସରେ ଗ୍ରହମାନଙ୍କ ସ୍ଥିତିରେ ପରିବର୍ତ୍ତନ ହେତୁ ରାଶିଫଳର ଆକଳନ କରାଯିବ। ଯ୍ୟୋତିର୍ବିଦଙ୍କ ଅନୁସାରେ ଅନେକ ରାଶିର ବ୍ୟକ୍ତିମାନଙ୍କୁ ଶୁଭ ସମାଚାର ମିଳିପାରେ। ସେହିପରି କିଛି ରାଶିର ବ୍ୟକ୍ତିମାନଙ୍କୁ ଏହି ମାସରେ ଅଳ୍ପ କିଛି ସମସ୍ୟାର ସାମ୍ନା କରିବାକୁ ପଡ଼ିପାରେ । ଜାଣନ୍ତୁ ଏପ୍ରିଲ ମାସ କେଉଁ ରାଶିର ବ୍ୟକ୍ତିଙ୍କ ସମୟ କିପରି ଅତିବାହିତ ହେବ ।
ମେଷ :~ ଏପ୍ରିଲ ମାସରେ ଆର୍ଥିତ ସ୍ଥିତି ମଜବୁତ ହେବ। ବ୍ୟବସାୟୀମାନଙ୍କ କଠିନ ପରିଶ୍ରମରେ ଆୟ ବୃଦ୍ଧି ହେବ। କାମ କରୁଥିବା ସମୟରେ ସମସ୍ତ କାମକୁ ବୋଝ ଭଳି ଅନୁଭବ କରିବେ। ସହକର୍ମୀମାନେ ଆପଣଙ୍କର କ୍ଷତି କରିବାକୁ ଚେଷ୍ଠା କରିବେ।
ବୃଷ :~ ଆପଣଙ୍କ ପରିବାରରେ ଅନେକ ସମସ୍ୟାର ସାମ୍ନା କରିବାକୁ ପଡ଼ିପାରେ। ପରିବାର ସଦସ୍ୟଙ୍କ ମଧ୍ୟରେ ଥିବା ମତଭେଦ ଦୂର ହେବ। ପାର୍ଟନରସିପ ବ୍ୟସାୟରେ ଲାଭ ମିଳିବ। ଚାକିରି କରୁଥିବା ବ୍ୟକ୍ତିମାନଙ୍କର କାର୍ଯ୍ୟସ୍ଥଳରେ ସହଯୋଗ ମିଳିବ। ସରକାରୀ ଚାକିରି କରୁଥିବା ବ୍ୟକ୍ତିମାନେ ବିରୋଧିମାନଙ୍କ ଠାରୁ ସାବଧାନ ରୁହନ୍ତୁ।
ମିଥୁନ :~ ଏମାସ ଆପଣଙ୍କୁ କୋର୍ଟ କଚେରିରେ ଚକ୍କର କାଟିବାକୁ ପଡ଼ିବ। ଜୀବନ ସାଥୀଙ୍କ ସହଯୋଗ ମିଳିବ। ସମାଜରେ ମାନସମ୍ମାନ ବଢ଼ିବ। ସନ୍ତାନ ସୁଖ ମିଳିବ। ଯଦି ଚାକିରି ବଦଳାଇବାକୁ ମନ କରୁଛନ୍ତି ତାହେଲେ ଏହାକୁ ଭୁଲିଯାଆନ୍ତୁ । ଟଙ୍କା ନେଣ ଦେଣ ମାମଲାରେ ସାବଧାନ ରୁହନ୍ତୁ।
କର୍କଟ:~ ଜମିମଜମା କ୍ଷେତ୍ରରେ କରିଥିବା ନିବେଶରେ ଲାଭ ମିଳିବ । ମନ ଅଶାନ୍ତ ରହିବ। ପ୍ରତିଯୋଗୀ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ବ୍ୟକ୍ତିମାନଙ୍କୁ ଶୁଭ ସମାଚାର ମିଳିପାରେ। ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ଏହି ମାସଟି ଭଲ ରହିବ। ଏହି ମାସରେ ଅନେକ କଥାକୁ ନେଇ ଆପଣଙ୍କ ମାନସିକ ଚିନ୍ତା ବଢ଼ିପାରେ ।
ସିଂହ :~ ପାରିବାରିକ ଜୀବନରେ ଖୁସି ମିଳିବ। ପରିବାରରେ ଖୁସିର ମାହୋଲ ରହିବ। ଯଦି ଆପଣ ସେୟାର ମାର୍କେଟରେ ନିବେଶ କରୁଛନ୍ତି ତାହେଲେ ଏହି ମାସ ଆପଣଙ୍କ ପାଇଁ ଠିକ ନୁହଁ । ଏହି ସମୟରେ ଆପଣଙ୍କୁ ନୂଆ କାମର ଦାୟତ୍ୱ ମିଳିପାରେ। ସରକାରୀ ଚାକିରି କରିଥିଲେ ଆପଣଙ୍କର କ୍ଷତି ହେବାର ସମ୍ଭାବନା ରହିଛି । ଏହି ସମୟରେ ଆପଣଙ୍କ ଆର୍ଥିକ ସ୍ଥିତି ସୁଦୃଢ଼ ହେବ ।
କନ୍ୟା :~ ଏବେ ଆପଣଙ୍କୁ ସମ୍ପତି ଓ ବାହନ ସୁଖ ମିଳିବ। ମାନସମ୍ମାନ ବଢ଼ିବ । ବ୍ୟବସାୟୀମାନଙ୍କୁ ଏହି ମାସରେ ଭଲ ପରିଣାମ ମିଳିବ। ଯଦି ଆପଣ ନିବେଶ କରିଛନ୍ତି ତାହେଲେ ଆପଣଙ୍କୁ ଲାଭ ମିଳିବ। ପାର୍ଟନରସିପ ବ୍ୟବସାୟରେ ଆପଣଙ୍କ ସହଯୋଗୀଙ୍କର ଭରପୁର ସହଯୋଗ ମିଳିବ। ପ୍ରତିଯୋଗୀ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ବିଦ୍ୟାର୍ଥୀମାନଙ୍କ ପାଇଁ ଶୁଭ ଖବର ମିଳିବ ।
ତୁଳା :~ ପରିବାରରେ ବିବାଦ ଦେଖାଦେଇ ପାରେ । ପାର୍ଟନରସିପ ବ୍ୟବସାୟରେ ଆପଣଙ୍କ ସହଯୋଗୀଙ୍କର ଭରପୁର ସହଯୋଗ ମିଳିବ। ପ୍ରାଇଭେଟ ଚାକିରି କରୁଥିଲେ ଚାକିରି ବଦଳାଇବାର ସୂଯୋଗ ମିଳିବ। ଉଚ୍ଚ ପଦସ୍ତ ଅଧିକାରୀଙ୍କ ସହଯୋଗ ମିଳିବ। ଜୀବନସାଥୀ ଖୋଜୁଥିଲେ ଜୀବନ ସାଥୀ ମିଳିବେ।
ବିଛା :~ ପାରିବାରିକ ଜୀବନରେ ସମସ୍ୟା ଦେଖାଦେଇ ପାରେ। ଚାକିରି କରୁଥିଲେ ସହେଯୋଗୀମାନେ ହଇରାଣ କରିବେ। ସରକାରୀ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ବିଦ୍ୟାର୍ଥୀମାନଙ୍କୁ ଶୁଭ ସମାଚାର ମିଳିବ। ବିବାହିତ ଲୋକଙ୍କ ମଧ୍ୟରେ ଅଶାନ୍ତି ସୃଷ୍ଟି ହୋଇପାରେ । ଅବିବାହିତମାନଙ୍କୁ ଭଲ କନ୍ୟାପାତ୍ରୀ ଓ ବରପାତ୍ର ମିଳିବେ ।
ଧନୁ :~ ଆପଣଙ୍କ ବାଣୀ ଓ କ୍ରୋଧରେ ସଞ୍ଜମତା ରକ୍ଷା କରନ୍ତୁ। ଜୀବନସାଥୀଙ୍କର ସହଯୋଗ ମିଳିବ। ଆର୍ଥିକ ସ୍ଥିତି ମଜବୁତ କରିବା ପାଇଁ ଏହା ଶୁଭ ସମୟ । ଛାତ୍ରମାନଙ୍କୁ ଏହି ମାସରେ ଚାକିରି ସୂଯୋଗ ମିଳବ। ଏହି ସମୟରେ ଆପଣଙ୍କର ମାନସିକ ଚିନ୍ତା ଦେଖା ଦେଇପାରେ ।
ମକର :~ ପରିବାରରେ ଖୁସିର ମୋହୋଲ ରହିବ । ବାପାମାଙ୍କ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ । ବ୍ୟବସାୟୀଙ୍କୁ ଲାଭ ମିଳିବାର ସମ୍ଭାବନା ରହିଛି । ନୂଆ ଚାକିରି ସୂଯୋଗ ମିଳିବ। ନୂଆ ବନ୍ଧୁ ମିଳିବା ସହିତ ସମସ୍ତଙ୍କ ଠାରୁ ସହଯୋଗ ମିଳିବ। ଏହି ମାସ ଆପଣଙ୍କର ପରିଶ୍ରମର ଫଳ ମିଳିବ।
କୁମ୍ଭ :~ ସମ୍ପର୍କରେ ସୁଧାର ଆସିବ । ପାରିବାରିକ ଯାତ୍ରାର ସୂଯୋଗ ରହିଛି। ଆର୍ଥିକ ଦୃଷ୍ଟିରୁ ଏହି ମାସରେ ଉତ୍ଥାନ ପତନ ଦେଖାଦେଇ ପାରେ। ପ୍ରତିଯୋଗୀ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ବ୍ୟକ୍ତିମାନଙ୍କ ପାଇଁ ଅନେକ ସୂଯୋଗ ରହିଛି। ଜୀବନ ସାଥୀଙ୍କ ସହଯୋଗ ମଳିବ
ମୀନ :~ ଘରେ ମାଙ୍ଗଳିକ କାର୍ଯ୍ୟ ହେବାର ସମ୍ଭାବନା ରହିଛି । ପୁରୁଣା ସମସ୍ୟାର ସମାଧାନ ମିଳିପାରେ। ଆୟ ବଢ଼ିପାରେ। ଚାକିରିରେ କରୁଥିବା ବ୍ୟକ୍ତିମାନେ ନୂଆ ଚାକିରି ସୂଯୋଗ ପାଇ ପାରନ୍ତି । ମାନସିକ ଥକ୍କା ପଣ ଦେଖାଦେଇ ପାରେ ।