ଖେଳ ଦେଶ ବିଦେଶ

ଆଇପିଏଲ ୨୦୨୨ : ସନ୍ଧ୍ୟାରେ ମୁହାଁମୁହିଁ ହେବେ କୋଲକାତା ଓ ପଞ୍ଜାବ

ମୁମ୍ବାଇ, ୦୧/୦୪: ଚଳିତ ଆଇପିଏଲ୍‌ର ଅଷ୍ଟମ ଲିଗ୍‌ ମ୍ୟାଚ୍‌ରେ ମୁହାଁମୁହିଁ ହେବେ କୋଲକାତା ନାଇଟ ରାଇଡର୍ସ ଓ ପଞ୍ଜାବ କିଙ୍ଗ୍‌ସ । ରୟାଲ୍‌ ଚ୍ୟାଲେଞ୍ଜର୍ସ ଠାରୁ ପରାଜିତ ହେବା ପରେ ନାଇଟ୍‌ ରାଇଡର୍ସ ପୁଣି ଥରେ ବିଜୟକୁ ଫେରିବାକୁ ଲକ୍ଷ୍ୟ ରଖିଛି । ଅନ୍ୟ ପଟରେ ପଞ୍ଜାବ କିଙ୍ଗ୍‌ସ ଅଲ୍‌ରାଉଣ୍ଡ ପ୍ରଦର୍ଶନ ଜାରି ରଖିବାକୁ ପ୍ରସ୍ତୁତ ରହିଛି ।

ରୟାଲ୍‌ ଚ୍ୟାଲେଞ୍ଜର୍ସ ବିପକ୍ଷ ପ୍ରଥମ ମ୍ୟାଚ୍‌ରେ ରୋମାଞ୍ଚକର ବିଜୟ ପରେ ପଞ୍ଜାବ କିଙ୍ଗ୍‌ସର ମନୋବଳ ଦ୍ୱିଗୁଣିତ ରହିଛି । ୨୦୬ ରନ୍‌ର ବିଶାଳ ବିଜୟ ଲକ୍ଷ୍ୟର ପିଛା କରି ଜିତିବା ସହଜ କଥା ନୁହେଁ । ନୂଆ ଅଧିନାୟକ ମୟଙ୍କ ଅଗ୍ରୱାଲଙ୍କ ଅଧିନରେ ଯୁବ ପଞ୍ଜାବ କିଙ୍ଗ୍‌ସ ଦଳ ଏଭଳି ଅବିଶ୍ୱସନୀୟ ପ୍ରଦର୍ଶନ କରି ସାରିଛି । ଆଜିର ମ୍ୟାଚ୍‌ରେ ମଧ୍ୟ ଦଳଠାରୁ ବିସ୍ପୋରକ ବ୍ୟାଟିଂ ଦେଖିବାକୁ ମିଳିବା ନିଶ୍ଚିତ । ଶିଖର ଧାୱନ, ଅଗ୍ରୱାଲ୍‌, ଲାଏମ ଲିଭିଙ୍ଗଷ୍ଟୋନ ଓ ଶାହରୁଖ ଖାନଙ୍କ ଭଳି ବିସ୍ପୋରକ ବ୍ୟାଟର ଦଳରେ ରହିଛନ୍ତି । ଓଡ଼ିନ ସ୍ମିଥ୍‌ଙ୍କ ଅଲ୍‌ରାଉଣ୍ଡ ପ୍ରଦର୍ଶନକୁ ନେଇ ମଧ୍ୟ ଦଳ ଉତ୍ସାହିତ ରହିଛି । ଫାଷ୍ଟ ବୋଲର କାଗିସୋ ରାବାଡାଙ୍କ କ୍ୱାରେଣ୍ଟାଇନ ଶେଷ ହୋଇଛି । ଫଳରେ ସେ ଟିମ୍‌ରେ ​‌ଫେରିବା ନିଶ୍ଚିତ ।

ନାଇଟ ରାଇଡର୍ସ ପ୍ରଥମ ମ୍ୟାଚ୍‌ରେ ଚେନ୍ନାଇ ସୁପରକିଙ୍ଗ୍‌ସକୁ ହରାଇଥିଲା । ରୟାଲ୍‌ ଚ୍ୟାଲେଞ୍ଜର୍ସ ବିପକ୍ଷ ଦ୍ୱିତୀୟ ମ୍ୟାଚ୍‌ରେ ମାତ୍ର ୧୨୮ ରନ୍‌ କରିବା ସତ୍ତେ୍ୱ ଦଳ ଅଳ୍ପକେ ବିଜୟରୁ ବଞ୍ଚିତ ହୋଇଥିଲା । ପରାଜୟ ସତ୍ତେ୍ୱ ଶ୍ରେୟାସ ଆୟରଙ୍କ ନେତୃତ୍ୱକୁ ପ୍ରଶଂସା କରାଯାଉଛି । ଆସନ୍ତା କାଲି ନାଇଟ୍‌ ରାଇଡର୍ସ ସବୁ ତ୍ରଟି ସୁଧାରି ଶ୍ରେଷ୍ଠ ପ୍ରଦର୍ଶନ କରିବ । ଦଳର ବୋଲିଂ ବିଭାଗ ବେଶ ଶକ୍ତିଶାଳୀ । ବ୍ୟାଟିଂ ବିଭାଗକୁ ଦାୟିତ୍ୱ ମୁଣ୍ଡାଇବାକୁ ପଡ଼ିବ । ବିଶେଷ କରି ଦୁଇ ଓପନର ଭେଙ୍କଟେଶ ଆୟର ଓ ଅଜିଙ୍କ୍ୟ ରାହାଣେ ସଫଳ ହେଲେ ନାଇଟ୍‌ ରାଇଡର୍ସର ବିଜୟ ସହଜ ହେବ

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ