କଳା ଓ ସଂସ୍କୃତି ରାଜ୍ୟ ସ୍ପେଶାଲ ରିପୋର୍ଟ

ବାଲୁକା କଳାରେ ଉତ୍କଳ ଦିବସ ବାର୍ତ୍ତା, ଓଡ଼ିଶାର କଳା ସଂସ୍କୃତି ଓ ବୀରତ୍ୱର ଗାଥା ଦର୍ଶାଇଲେ ବାଲୁକା ଶିଳ୍ପୀ

ପୁରୀ ୦୧/୦୪ : ଆଜି ଏପ୍ରିଲ ୧ ଉତ୍କଳ ଦିବସ ।‌ ଏହି ଉପଲକ୍ଷେ ଆନ୍ତର୍ଜାତିୟ ବାଲୁକା ଶିଳ୍ପୀ ମାନସ କୁମାର ସାହୁ ପୁରୀ ଲାଇଟ ହାଉସ ନିକଟସ୍ଥ ବେଳାଭୂମିରେ ଏକ ସୁନ୍ଦର ବାଲୁକା କଳା ନିର୍ମାଣ କରିଛନ୍ତି ।

ବନ୍ଦେ ଉତ୍କଳ ଜନନୀ ଥିମକୁ ଆଧାର କରି ଓଡିଶାର ପ୍ରତିଷ୍ଠା ଦିବସରେ ଓଡିଶାର କଳା, ସଂସ୍କୃତି ନୈପୁଣ୍ୟ ଏବଂ ବୀରତ୍ୱର ଗାଥା ବାଲୁକା କଳା ମାଧ୍ୟମରେ ବଖାଣୁଛନ୍ତି ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ମାନସ । ଏହି ବାଲୁକା କଳାରେ ମାନସ କୋଣାର୍କ ମନ୍ଦିରକୁ ସ୍ଥାନ ଦେବା ସହ ଓଡିଶାର ପ୍ରସିଦ୍ଧ ଓଡିଶୀ ନୃତ୍ୟକୁ ଅତି ସୁନ୍ଦର ଭାବରେ ଦର୍ଶାଇଛନ୍ତି ।‌ ଏହି ବାଲୁକା କଳାଟିର ଉଚ୍ଚତା ୮ ଫୁଟ ଏବଂ ଓସାର ୨୦ ଫୁଟ ରହିଛି ।

ଏଥିରେ ୨୦ ଟନ ବାଲି ବ୍ୟବହାର କରାଯାଇଥିବା ବେଳେ ଏହି ବାଲୁକା କଳା ନିର୍ମାଣ କରିବାକୁ ମାନସ ସାହୁଙ୍କୁ ୧୨ ଘଣ୍ଟା ସମୟ ଲାଗିଥିଲା । ସାରା ଓଡିଶାବାସୀ ଏବଂ ସମସ୍ତ ଓଡ଼ିଆ ମାନଙ୍କୁ ବାଲୁକା କଳା ମାଧ୍ୟ୍ୟମରେ ମାନସ ସାହୁ ବନ୍ଦେ ଉତ୍କଳ ଜନନୀ ଏବଂ ଉତ୍କଳ ଦିବସର ଅଭିନନ୍ଦନ ଜଣାଇଛନ୍ତି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
କଳା ଓ ସଂସ୍କୃତି

ରୁଦ୍ରାକ୍ଷ ଧାରଣ କରିବା ପୂର୍ବରୁ ଜାଣନ୍ତୁ ଏହାର ଧାର୍ମିକ ମହତ୍ୱ

ରୁଦ୍ରାକ୍ଷ ଏକମାତ୍ର ଏମିତି ଫଳ ଯାହାର ଧର୍ମ, କର୍ମ, ଅର୍ଥ ଏବଂ ମୋକ୍ଷ ପ୍ରଦାନ କରିବାରେ ମହତ୍ଵପୁର୍ଣ ଭୂମିକା ରହିଛି | ଶିବ ପୁରାଣ, ପଦ୍ମା ପୁରାଣ,