ଦେଶ ବିଦେଶ ମନୋରଞ୍ଜନ

ଖୁବ୍‌ ଶୀଘ୍ର ମିସେସ୍‌ କପୁର ହେବେ ଆଲିଆ, ବିବାହକୁ ନେଇ ସ୍ପଷ୍ଟ କଲେ ରଣବୀର

ମୁମ୍ବାଇ ୩୧।୦୩ : ଦୀର୍ଘଦିନ ଧରି ବଲିଉଡ୍‌ ଅଭିନେତା ରଣବୀର କପୁର-ଅଭିନେତ୍ରୀ ଆଲିଆ ଭଟ୍ଟ ପରସ୍ପରକୁ ଡେଟ୍‌ କରୁଛନ୍ତି । ଲଗାତାର ଭାବେ ଉଭୟଙ୍କ ବିବାହକୁ ନେଇ ଖବର ଶୁଣିବାକୁ ମିଳୁଛି। ନିକଟରେ ଆଲିଆଙ୍କ ଏକ ଫଟୋ ମଧ୍ୟ ଭାଇରାଲ୍‌ ହୋଇଥିଲା । କୁହାଯାଉଥିଲା କି ଦୁହେଁ ନିଜ ବିବାହ ପାଇଁ ସପିଂ କରୁଛନ୍ତି । ଏହା ସହ ବିବାହର ପ୍ରସ୍ତୁତି ମଧ୍ୟ ଆରମ୍ଭ କରି ଦେଇଛନ୍ତି । ହେଲେ ସେମାନେ ବ୍ୟକ୍ତିଗତ ଭାବେ କୌଣସି ଘୋଷଣା କରି ନ ଥିବାରୁ ଉକ୍ତ ଖବର ଉପରେ ମୋହର ଲାଗିପାରୁ ନାହିଁ। କିନ୍ତୁ ଏବେ ରଣବୀର ନିଜେ ବିବାହକୁ ନେଇ ବଡ଼ ଘୋଷଣା କରିଛନ୍ତି।

ନିକଟରେ ଦିବଂଗତ ଅଭିନେତା ତଥା ପିତା ଋଷି କୁପରଙ୍କ ଶେଷ ଫିଲ୍ମ ‘ଶର୍ମା ଜି ନମକିନ’ ରିଲିଜ ହେବାକୁ ଯାଉଛି। ଏନେଇ ରଣବୀର ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ। ଏଥିରେ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ପ୍ରଶ୍ନ ପଚରାଯାଇଥିଲା। ସବୁଠାରୁ ବଡ କଥା ପଚରାଯାଇଥିଲା କି ସେ ଆଲିଆଙ୍କୁ କେବେ ବିବାହ କରିବେ ବୋଲି, ଏହାର ପ୍ରଶ୍ନର ଜବାବରେ ଅଭିନେତା କହିଲେ କି ଆଲିଆ ଓ ମୁଁ ଖୁବ୍‌ଶୀଘ୍ର ହାତକୁ ଦୁଇହାତ ହେବେ । ଏହାର ପ୍ଲାନିଂ ମଧ୍ୟ କରୁଛୁ । ହେଲେ ମୋତେ କଣ ପାଗଳା କୁକୁର କାମୁଡିଛି କି ମୁଁ ତୁମକୁ ଡେଟ୍‌ ଘୋଷଣ କରିଦେବି । କିନ୍ତୁ ସମୟ ଆସିଲେ ଏହି ବିଷୟରେ ଜଣାଇବୁ ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ