ଦେଶ ବିଦେଶ ମନୋରଞ୍ଜନ

କିମ୍‌ ଓ ଲିଆଣ୍ଡର୍‌ଙ୍କ ସମ୍ପର୍କକୁ ପୁରିଲା ବର୍ଷେ : ଦୁହେଁ ସେୟାର କଲେ ରୋମାଣ୍ଟିକ୍‌ ଫଟୋ, ଫ୍ୟାନ୍ସ ହେଲେ ଆଶ୍ଚର୍ଯ୍ୟ

ମୁମ୍ବାଇ ୩୦।୦୩ : କିମ୍ ଶର୍ମା ଏବଂ ଲିଆଣ୍ଡର୍ ପେସ୍ ଦୀର୍ଘ ଦିନ ଧରି ସେମାନଙ୍କ ସମ୍ପର୍କକୁ ନେଇ ଚର୍ଚ୍ଚାରେ ଥିଲେ। ଉଭୟ କେବଳ ପରସ୍ପରର ନୁହେଁ ବରଂ ପରସ୍ପରର ପରିବାର ସହିତ ମଧ୍ୟ ଅତି ନିକଟତର । ଏକାଠି ଛୁଟିଠାରୁ ଆରମ୍ଭ କରି ପ୍ରତ୍ୟେକ ପର୍ବ ପର୍ଯ୍ୟନ୍ତ, ଦୁହେଁ ଏକାଠି ପାଳନ କରନ୍ତି । ବର୍ତ୍ତମାନ ଉଭୟଙ୍କ ସମ୍ପର୍କକୁ ୧ ବର୍ଷ ହୋଇ ସାରିଛି । ବର୍ତ୍ତମାନ ଦୁହେଁ ଏକାଠି ଏହି ମୁହୂର୍ତ୍ତକୁ ଉପଭୋଗ କରୁଛନ୍ତି । ଯାହାର ଫଟୋ ସୋସିଆଲ ମିଡିଆରେ ପୋଷ୍ଟ ମଧ୍ୟ କରିଛନ୍ତି ।

କିମ ଲିଆଣ୍ଡରଙ୍କ ସହ ଅନେକ ଫଟୋ ଏବଂ ଭିଡିଓ ସେୟାର କରନ୍ତି । ହେଲେ ବର୍ତ୍ତମାନ ଯେଉଁ ଫଟୋ ସେୟାର କରିଛନ୍ତି । ତାହା ଖୁବ୍‌ ଭାଇରାଲ୍‌ ହେବାରେ ଲାଗିଛି । ଏହି ଫଟୋ ଗୁଡ଼ିକୁ ସେୟାର କରି କିମ ଲେଖିଛନ୍ତି, ‘ଶୁଭ ବାର୍ଷିକୀ ଚାର୍ଲ୍ସ … ୩୬୫ ଦିନ । ସୁଖ ଏବଂ ଶିଖିବାର ଅସୀମ ମୁହୂର୍ତ୍ତ । ମୋର ହୋଇଥିବାରୁ ଧନ୍ୟବାଦ । ମୁଁ ତୁମକୁ ବହୁତ ଭଲ ପାଏ’।

ଏଥି ସହିତ, ଲିଆଣ୍ଡର କିମଙ୍କ ସହ ଅନେକ ରୋମାଣ୍ଟିକ ଫଟୋ ମଧ୍ୟ ସେୟାର କରି ସେ ମଧ୍ୟ ଲେଖିଥିଲେ, ‘ଶୁଭ ବାର୍ଷିକୀ … ୩୬୫ ଦିନର ସ୍ମୃତି ପାଇଁ ଏବଂ ପ୍ରତିଦିନ ଏକାଠି ଜୀବନ ଶିଖିବା ପାଇଁ ଧନ୍ୟବାଦ । ପ୍ରଥମ ଦେଖାରେ ମୁଁ ତୁମକୁ ଭଲ ପାଇ ବସିଥିଲି। କିମ୍ ଏବଂ ଲିଆଣ୍ଡର୍ ସମ୍ପର୍କ ବିଷୟରେ କାହାକୁ ଅଛପା ନାହିଁ । ଦୁହେଁ ମଧ୍ୟ ଖୋଲାଖୋଲି ଭାବେ ନିଜ ସମ୍ପର୍କ ବିଷୟରେ ପ୍ରକାଶ କରନ୍ତି ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ