ଧର୍ମ

ହିନ୍ଦୁ ଧର୍ମରେ ସବୁ ଶୁଭ କାର୍ଯ୍ୟରେ ବ୍ୟବହାର ହୋଇଥାଏ ଆମ୍ବ ପତ୍ର: ମିଳିଥାଏ ହନୁମାନଙ୍କ କୃପା

ଭୁବନେଶ୍ୱର ୦୬/୧୦ : ହନୁମାନ ନିଜ ଭକ୍ତଙ୍କ ସବୁ କଷ୍ଟ ଓ ସଙ୍କଟ ଦୂର କରିଥାନ୍ତି। ସେଥିପାଇଁ ହନୁମାନଙ୍କୁ ସଂକଟମୋଚକ ମଧ୍ୟ କୁହାଯାଏ। ହନୁମାନ ଖୁବ ଶୀଘ୍ର ନିଜ ଭକ୍ତଙ୍କ ଭକ୍ତିରୁ ପ୍ରସନ୍ନ ହୋଇଯାନ୍ତି ବୋଲି କୁହାଯାଏ। ହନୁମାନ ପ୍ରଭୁ ଶ୍ରୀରାମଙ୍କ ପରମ ଭକ୍ତ। ଶ୍ରୀରାମଙ୍କ ଶରଣ ନେଲେ ହନୁମାନ ନିଜ ଭକ୍ତଙ୍କ ସବୁ କଷ୍ଟ ଦୂର କରିଥାନ୍ତି। ହିନ୍ଦୁ ପରିବାରରେ ଯେତେବେଳେ କୌଣସି ଶୁଭ କାର୍ଯ୍ୟ ହୋଇଥାଏ ଘରର ପ୍ରବେଶ ଦ୍ଵାରରେ ଆମ୍ବ ପତ୍ର ଓ ଫୁଲ ସଜାଯାଇଥାଏ। ତେବେ ଏହା ପଛରେ ମଧ୍ୟ ଏକ କାରଣ ଅଛି ଯେଉଁଥିପାଇଁ ଲୋକେ ଘରର ମୁଖ୍ୟଦ୍ଵାରରେ ଆମ୍ବ ପତ୍ର ସଜେଇଥାନ୍ତି। ଜାଣନ୍ତୁ ଏହା ପଛର ଧାର୍ମିକ କାରଣ:

ହିନ୍ଦୁ ଧର୍ମରେ ବୃକ୍ଷକୁ ବହୁତ ସମ୍ମାନ ଦିଆଯାଏ। ହିନ୍ଦୁ ଧର୍ମରେ ଅନେକ ବୃକ୍ଷକୁ ପୂଜା କରାଯାଏ। ବୃକ୍ଷକୁ ଅନ୍ନ ଦେବତା ବୋଲି ମଧ୍ୟ କୁହାଯାଏ। ସାଧାରଣତଃ ଆମ୍ବ ପତ୍ର ପୂଜାରେ ବ୍ୟବହାର ହୋଇଥାଏ। ଏପରିକି ପୂଜା ସମୟରେ ଘରେ ଯେଉଁ କଳସ ସ୍ଥାପନା କରାଯାଏ ସେଥିରେ ମଧ୍ୟ ଆମ୍ବ ପତ୍ର ବ୍ୟବହାର କରାଯାଏ। ଏପରିକି ବିବାହ ମଣ୍ଡପରେ ମଧ୍ୟ ଆମ୍ବ ପତ୍ର ସଜାଯାଇଥାଏ। ତମାମ ଶୁଭ କାର୍ଯ୍ୟରେ ଆମ୍ବ ପତ୍ର ବ୍ୟବହାର ହୋଇଥାଏ। ନବଜାତ ଶିଶୁର ନାମକରଣ ଉତ୍ସବରେ ମଧ୍ୟ ଆମ୍ବ ପତ୍ର ବ୍ୟବହାର ହୋଇଥାଏ। ଅନେକ ଧାର୍ମିକ କାର୍ଯ୍ୟ ଓ ମାଙ୍ଗଳିକ କାର୍ଯ୍ୟରେ ଆମ୍ବ ପତ୍ର ବ୍ୟବହାର ହୋଇଥାଏ। ଧାର୍ମିକ ବିଶ୍ୱାସ ଅନୁସାରେ ଆମ୍ବ ପତ୍ରକୁ ହନୁମାନଙ୍କ ପ୍ରିୟ ବୋଲି କୁହାଯାଏ। ସେଥିପାଇଁ ଯେଉଁଠାରେ ଆମ୍ବ ପତ୍ର ବ୍ୟବହାର ହୋଇଥାଏ ସେଠାରେ ହନୁମାନଙ୍କ ବିଶେଷ କୃପା ରହିଥାଏ ବୋଲି ବିଶ୍ୱାସ ରହିଛି।

ହିନ୍ଦୁ ଧର୍ମରେ ଆଉ ଏକ ବିଶ୍ୱାସ ମଧ୍ୟ ରହିଛି। ପୂଜା, ହୋମ ଆଦିରେ ଆମ୍ବ ଡାଳ, ଘିଅ, ହୋମ ସାମଗ୍ରୀ ଉପଯୋଗ ଦ୍ଵାରା ବାତାବରଣ ଶୁଦ୍ଧ ହୋଇଥାଏ ଓ ସକାରାତ୍ମକ ଶକ୍ତି ବଢିଥାଏ। ବାହାରୁ ଆସିଥିବା ପବନ ଯେତେବେଳେ ଏହି ଆମ୍ବ ପତ୍ରକୁ ସ୍ପର୍ଶ କରି ପ୍ରବେଶ କରେ ସେତେବେଳେ ସକାରାତ୍ମକ ଶକ୍ତି ନେଇ ଆସିଥାଏ। ଏହି ବାୟୁ ଦ୍ଵାରା ଘରେ ସୁଖ ସମୃଦ୍ଧି ବୃଦ୍ଧି ପାଇଥାଏ ଫଳରେ ଘରୁ କଳହ ଓ ନକାରାତ୍ମକ ଭାବନା ଦୂର ହୋଇଥାଏ। ଏହାସହ ଘରର ମୁଖ୍ୟଦ୍ଵାରରେ ଆମ୍ବ ପତ୍ର ଲଗାଇବା ଦ୍ଵାରା ବିନା ବିଘ୍ନରେ ସମସ୍ତ ମାଙ୍ଗଳିକ କାର୍ଯ୍ୟ ପୁରା ହୋଇଥାଏ ବୋଲି ମଧ୍ୟ ବିଶ୍ୱାସ ରହିଛି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
ଧର୍ମ

ଆଜିଠୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର

ନୂଆଦିଲ୍ଲୀ : ଆଜିଠାରୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର। ମହାମାରୀ କରୋନା ପାଇଁ ପ୍ରାୟ ୭ ମାସରୁ ଅଧିକ ଦିନ