ଦେଶ ବିଦେଶ ଧର୍ମ

ମନ୍ଦିର ପୁନଃନିର୍ମାଣରେ ୧,୮୦୦ କୋଟି ବ୍ୟୟ

ହାଇଦ୍ରାବାଦ: ତେଲେଙ୍ଗାନାର ରାଜଧାନୀ ହାଇଦ୍ରାବାଦ ଠାରୁ ୮୦ କିଲୋମିଟ ଦୂରରେ ଥିବା ୟଦାଦ୍ରିର ଶ୍ରୀ ଲକ୍ଷ୍ମୀ ନରସିଂହ ସ୍ବାମୀ ମନ୍ଦିରର ପୁନଃନିର୍ମାଣରେ ୧୮୦୦ କୋଟି ଟଙ୍କା ବ୍ୟୟ କରାଯାଇଛି। ମନ୍ଦିରରେ ଲାଗିଥିବା ଏକ ସ୍ବତନ୍ତ୍ର କବାଟରେ ୧୨୫ କେଜିର ସୁନା ବ୍ୟବହାର କରାଯାଇଛି। ଏଥିପାଇଁ ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓଙ୍କ ସମେତ ବହୁ ବ୍ୟକ୍ତି ସୁନା ଦାନ କରିଥିଲେ। ମୁଖ୍ୟମନ୍ତ୍ରୀ ଶ୍ରୀ ରାଓଙ୍କ ପରିବାର ଦେଢ଼ କେଜି ସୁନା ଦେଇଥିଲେ। ମନ୍ଦିର ପୁନଃନିର୍ମାଣ କାର୍ଯ୍ୟରେ ସିମେଣ୍ଟ୍‌ ବ୍ୟବହାର କରାଯାଇନାହିଁ। ପ୍ରାୟ ଅଢ଼େଇ ଲକ୍ଷ ଟନ୍‌ର ଗ୍ରାନାଇଟ୍‌କୁ ବ୍ୟବହାର କରାଯାଇଛି ଯାହାକୁ ଆନ୍ଧ୍ରପ୍ରଦୋର ପ୍ରକାଶମ୍‌ରୁ ସଂଗ୍ରହ କରାଯାଇଥିଲା। ମନ୍ଦିର ପ୍ରବେଶ ଦ୍ବାରରେ ରହିଥିବା କବାଟକୁ ତମ୍ବାରେ ନିର୍ମାଣ କରାଯାଇଥିବା ବେଳେ ସେଥିରେ ସୁନା ମଧ୍ୟ ବ୍ୟବହାର କରାଯାଇଛି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
ଧର୍ମ

ଆଜିଠୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର

ନୂଆଦିଲ୍ଲୀ : ଆଜିଠାରୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର। ମହାମାରୀ କରୋନା ପାଇଁ ପ୍ରାୟ ୭ ମାସରୁ ଅଧିକ ଦିନ