କଳା ଓ ସଂସ୍କୃତି ରାଜ୍ୟ

ଓଡ଼ିଶା କଳା ଓ ସଂସ୍କୃତିର ଭୂମି: ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଓଡ଼ିଶା ସରକାରଙ୍କ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ପକ୍ଷରୁ ୧୬ତମ ଜାତୀୟ ତୋଷାଳି ହସ୍ତଶିଳ୍ପ ମେଳା ଆଜି ଜନତା ମଇଦାନରେ ଉଦ୍‌ଘାଟିତ ହୋଇଯାଇଛି। ସଂଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟାୟକ ଏହାକୁ ଭର୍ଚୁଆଲରେ ଉଦ୍‌ଘ‌ାଟନ କରି କହିଥିଲେ, ଓଡ଼ିଶା କଳା ଓ ସଂସ୍କୃତିର ଭୂମି। ଏହି ମେଳା ମାଧ୍ୟମରେ ଓଡ଼ିଆ କାରିଗରମାନଙ୍କ ଉତ୍ପାଦିତ ହସ୍ତଶିଳ୍ପର ବଜାର ପ୍ରବେଶ ରାଜ୍ୟ ‌ତଥା ଦେଶରେ ସହଜ ହୋଇପାରିବ। ସଭାରେ ବିଭାଗୀୟ ମନ୍ତ୍ରୀ ପଦ୍ମିନୀ ଦିଆନ ଯୋଗଦେଇ ମେଳାରେ ଭାଗ ନେଇଥିବା କାରିଗର ଓ ବୁଣାକାରମାନଙ୍କୁ ଉତ୍ସାହିତ କରିଥିଲେ। ରାଜ୍ୟ ତଥା ଦେଶରେ କାରିଗରମାନଙ୍କ ପାଇଁ ବଜାର ସୃଷ୍ଟି କରିବା ଏହି ମେଳାର ପ୍ରମୁଖ ଲକ୍ଷ୍ୟ ବୋଲି ଶ୍ରୀମତୀ ଦିଆନ୍‌ କହିଥିଲେ।

ବିଧାୟକ ସୁଶାନ୍ତ ରାଉତ ଓ ଅନନ୍ତ ନାରାୟଣ ଜେନା ଅତିଥି ଭାବେ ଯୋଗଦେଇ ତୋଷ‌ାଳି ମେଳାର ମହତ୍ତ୍ବ ବର୍ଣ୍ଣନା କରିବା ସହ ବୁଣାକାର ଓ କାରିଗରମାନଙ୍କୁ ଉତ୍ସାହିତ କରିଥିଲେ। ବିଭାଗୀୟ ଶାସନ ସଚିବ ଶୁଭା ଶର୍ମାଙ୍କ ସହ ନିର୍ଦ୍ଦେଶକ ସୁଶାନ୍ତ ଦାସ ଓ ଅନ୍ୟ ପଦାଧିକାରୀମାନେ ସଭାରେ ଉପସ୍ଥିତ ଥିଲେ। ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଚଳିତବର୍ଷ ମେଳାରେ ୩୯୦ଟି ହସ୍ତତନ୍ତ ଓ ହସ୍ତଶିଳ୍ପ ଷ୍ଟଲ୍‌ ସ୍ଥାନ ପାଇଛି। ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ପ୍ରତି ଦିନ ଅପରାହ୍‌ଣ ୩ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ମେଳା ଚାଲିବ। ମେଳାରେ ‘ଫୁଡ୍‌ ଜୋନ୍‌’ ଅନ୍ୟତମ ଆକର୍ଷଣ ପାଲଟିଛି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
କଳା ଓ ସଂସ୍କୃତି

ରୁଦ୍ରାକ୍ଷ ଧାରଣ କରିବା ପୂର୍ବରୁ ଜାଣନ୍ତୁ ଏହାର ଧାର୍ମିକ ମହତ୍ୱ

ରୁଦ୍ରାକ୍ଷ ଏକମାତ୍ର ଏମିତି ଫଳ ଯାହାର ଧର୍ମ, କର୍ମ, ଅର୍ଥ ଏବଂ ମୋକ୍ଷ ପ୍ରଦାନ କରିବାରେ ମହତ୍ଵପୁର୍ଣ ଭୂମିକା ରହିଛି | ଶିବ ପୁରାଣ, ପଦ୍ମା ପୁରାଣ,