ଦେଶ ବିଦେଶ ଲାଇଫ୍ ଷ୍ଟାଇଲ ସ୍ପେଶାଲ ରିପୋର୍ଟ

ବୈତରଣୀ ଜୀବିକା ମଡେଲ୍‌ ପ୍ରୟୋଗ ପାଇଁ ସୁପାରିସ

ନୂଆଦିଲ୍ଲୀ : ଓଡ଼ିଶାର ‌‘ବୈତରଣୀ ଜୀବିକା ଆକଳନ’ ନମୁନାର ପ୍ରୟୋଗ ପାଇଁ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଷ୍ଟାଣ୍ଡିଂ କମିଟି ଆୟୁଷ ମନ୍ତ୍ରାଳୟକୁ ସୁପାରିସ କରିଛି। ଏହା ଦ୍ବାରା ଉଚ୍ଚ ଗୁଣ ଓ ମାନର ଔଷଧୀୟ ବୃକ୍ଷ ଚାଷ କରାଯାଉଛି। ଏହାକୁ ଚେରମୂଳୀ ଔଷଧ ଉତ୍ପାଦନକାରୀ ସଂଗ୍ରହ କରୁଛନ୍ତି। ଯାହା ଫଳରେ ବୈତରଣୀ ଜୀବିକା ଆକଳନ ଲାଭବାନ ହେଉଛି। ଚେରମୂଳୀ ଔଷଧ କ୍ଷେତ୍ରରେ ଏହି ବ୍ୟବସ୍ଥାର ଯୋଗାଣ ସ୍ଥିତିକୁ ପରଖିବା ସହ ପ୍ରୟୋଗ ପାଇଁ କମିଟି ସୁପାରିସ କରିଛି। ରାଜ୍ୟସଭା ସାଂସଦ ପ୍ରଫେସର ରାମ ଗୋପାଳ ଯାଦବଙ୍କ ଅଧ୍ୟକ୍ଷତାରେ ଗଠିତ ସ୍ବାସ୍ଥ୍ୟ ବିଭାଗ ଷ୍ଟାଣ୍ଡିଂ କମିଟି ରିପୋର୍ଟରେ ଏହା ଉଲ୍ଲେଖ କରାଯାଇଛି। ରିପୋର୍ଟ ସଂସଦରେ ଉପସ୍ଥାପନ ହୋଇଛି।

କମିଟି ସୁପାରିସରେ କରିଛି, ଏହି ନମୁନା ଆଧାରରେ ଆୟୁଷ ମନ୍ତ୍ରାଳୟ ଦେଶରେ ଚେରମୂଳୀ ଔଷଧ କ୍ଷେତ୍ରର ବିକାଶ ପାଇଁ ଯୋଜନା ପ୍ରସ୍ତୁତ କରିପାରିବ। ଏହା ଦ୍ବାରା ଚାଷୀଙ୍କ ଆୟକୁ ଦ୍ବି ଗୁଣିତ କରାଯାଇ ପାରିବ। ଓଡ଼ିଶାରେ ମୋଟ ୨୫୦ଟି ‘ଆୟୁଷ ହେଲ୍‌ଥ ଆଣ୍ଡ୍‌ ୱେଲନେସ୍‌ ସେଣ୍ଟର’ ଅନୁମୋଦିତ ହୋଇଥିବାବେଳେ ୭୫ଟି ଉତ୍ତମ କାର୍ଯ୍ୟ କରୁଛି। ଏହି କେନ୍ଦ୍ର ଖୋଲିବା ପାଇଁ କେନ୍ଦ୍ରୀୟ ଅଂଶଧନ ବାବଦରେ ୧୭.୯୨ କୋଟି ଟଙ୍କା ପ୍ରଦାନ କରାଯାଇଛି ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି।

NewsLaxmi7

About Author

You may also like

ଲାଇଫ୍ ଷ୍ଟାଇଲ

ଭାତ ଖାଇ ଓଜନ ହ୍ରାସ କରନ୍ତୁ

ଆଜିକାଲି ଓଜନ ବଢିବା ଏକ ମୁଖ୍ୟ ସମସ୍ୟା ଭାବେ ଦେଖାଯାଉଛି । କେବଳ ବୟସ୍କ ବ୍ୟକ୍ତି ନୁହଁନ୍ତି ଅନେକ୍ କମ୍ ବୟସର ପିଲାଙ୍କ କ୍ଷେତ୍ରରେ ମଧ୍ୟ ଏହି
ରାଜନୀତି ଲାଇଫ୍ ଷ୍ଟାଇଲ

ଭାରତରେ ୧୩.୮ କୋଟି ଲୋକଙ୍କର ସମୀପ ଦୃଷ୍ଟି ସମସ୍ୟା

ନୂଆଦିଲ୍ଲୀ: ଭାରତରେ ସାଧାରଣତଃ ଲୋକଙ୍କର ହାରାହାରି ଆୟୁ ବଢ଼ିବା ସହ ମଧୁମେହ ପୀଡ଼ିତଙ୍କ ସଂଖ୍ୟାରେ ଅସମ୍ଭବ ବୃଦ୍ଧି ଯୋଗୁଁ ତଦନୁସାରେ ଦୃଷ୍ଟିଶକ୍ତି ସମସ୍ୟା ମଧ୍ୟ ବଢ଼ିଚାଲିଛି। ଦୀର୍ଘ