ଖେଳ ଦେଶ ବିଦେଶ

ରୟାଲ ଚ୍ୟାଲେଞ୍ଜର୍ସକୁ ଟକ୍କର ଦେବ ପଞ୍ଜାବ କିଙ୍ଗସ୍ : ପ୍ରଥମ ଥର ପାଇଁ ମଙ୍ଗ ଧରିଛନ୍ତି ମୟଙ୍କ

ମୁମ୍ବାଇ, ୨୭/୦୩: ଆଇପିଏଲ୍‌ର ତୃତୀୟ ଲିଗ୍‌ ମ୍ୟାଚ୍‌ରେ ରୟାଲ୍‌ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ ପଞ୍ଜାବ କିଙ୍ଗ୍‌ସ ସାମ୍ନାସାମ୍ନି ହେବେ । ଚଳିତ ବର୍ଷ ଉଭୟ ଦଳର ନୂଆ ଅଧିନାୟକ ନିଯୁକ୍ତ ହୋଇଛନ୍ତି । ଦକ୍ଷିଣ ଆଫ୍ରିକାର ଫାଫ୍‌ ଡୁ’ପ୍ଲେସି ରୟାଲ୍‌ ଚ୍ୟାଲେଞ୍ଜର୍ସ ଏବଂ ମୟଙ୍କ ଅଗ୍ରୱାଲ୍‌ ପଞ୍ଜାବ କିଙ୍ଗ୍‌ସର ମଙ୍ଗ ଧରିବେ । ଉଭୟ ଦଳ ବିଜୟ ସହ ନୂଆ ସିଜନ ଆରମ୍ଭ କରିବାକୁ ଲକ୍ଷ୍ୟ ରଖିଛନ୍ତି । ଏହି ମ୍ୟାଚ୍‌ ମୁମ୍ବାଇର ଡିୱାଇ ପାଟିଲ ଷ୍ଟାଡିୟମରେ ରାତି ୭.୩୦ରୁ ଆରମ୍ଭ ହେବ ।

୨୦୨୧ ଆଇପିଏଲ୍‌ ଶେଷ ହେବା ପରେ ବିରାଟ କୋହଲି ରୟାଲ୍‌ ଚ୍ୟାଲେଞ୍ଜର୍ସ ଅଧିନାୟକ ପଦରୁ ଇସ୍ତଫା ଦେଇଥିଲେ । ଆଜିର ମ୍ୟାଚ୍‌ ସେ ଜଣେ ବ୍ୟାଟର ରୂପେ ଖେଳିବେ । ଡୁ’ପ୍ଲେସି ନୂଆ ଇନିଂସ୍‌ ଆରମ୍ଭ କରିବେ । ଦଳ ପ୍ରଥମ ମ୍ୟାଚ୍‌ ଖେଳୁଥିବାରୁ ଏକାଦଶ ଚୟନ କରିବା ମୁସ୍କିଲ ବ୍ୟାପାର । ଷ୍ଟାର୍‌ ଖେଳାଳି ଗ୍ଲେନ୍‌ ମ୍ୟାକ୍ସୱେଲ୍‌ ଓ ଜୋଶ ହାଜେଲଉଡ୍‌ଙ୍କ ଅନୁପସ୍ଥିତି ଦଳ ପାଇଁ ଚିନ୍ତାର କାରଣ ରହିଛି ।

ଅନ୍ୟ ପଟରେ ମୟଙ୍କ୍‌ ପ୍ରଥମ ଥର କୌଣସି ଆଇପିଏଲ୍‌ ଦଳର ନେତୃତ୍ୱ ନେବେ । ଦଳରେ ଅନେକ ପାୱାର ହିଟର ରହିଛନ୍ତି । ଶିଖର ଧାୱାନ, ଲାଏମ ଲିଭିଙ୍ଗ୍‌ଷ୍ଟୋନ, ଓଡେନ ସ୍ମିଥ୍‌, ଶାହରୁଖ ଖାନ ତାରକା ଖେଳାଳିଙ୍କ ଉପସ୍ଥିତିରେ ବ୍ୟାଟିଂ ବିଭାଗ ଅଧିକ ଶକ୍ତିଶାଳୀ ରହିଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ