ଦେଶ ବିଦେଶ ମନୋରଞ୍ଜନ ସ୍ୱାସ୍ଥ୍ୟ

କରୋନା ସଂକ୍ରମଣ ହେଲେ ଲାରା ଦତ୍ତା, ଅଭିନେତ୍ରୀଙ୍କ ଘରକୁ ସିଲ୍‌ କଲା ବିଏମସି

ମୁମ୍ବାଇ ୨୬।୦୩ : ବଲିଉଡର ଜଣାଶୁଣା ଅଭିନେତ୍ରୀ ତଥା ପୂର୍ବତନ ବ୍ରହ୍ମାଣ୍ଡ ସୁନ୍ଦରୀ ଲାରା ଦତ୍ତାଙ୍କ ସିଲ୍‌ ହେଲା ଘର। ବିଏମ୍‌ସି ତାଙ୍କ ପୂରା ବିଲ୍ଡିଂକୁ ସିଲ୍‌ କରିଛି। ଏଥିସହ ତାଙ୍କ ଘରେ ବାହାରେ ଏକ ନୋଟିସ୍‌ ମଧ୍ୟ ମାରିଛି ବିଏମ୍‌ସି।

ଲାରା କରୋନାରେ ସଂକ୍ରମଣ ହୋଇଛନ୍ତି। ତାଙ୍କ କୋଭିଡ ରିପୋର୍ଟ ପଜିଟିଭ ଆସିବା ପରେ ମୁମ୍ବାଇ ମହାନଗର ନିଗମ ପକ୍ଷରୁ ତାଙ୍କର ପୂରା ବିଲ୍ଡିଂକୁ ସିଲ୍‌ କରାଯାଇଛି। ଏଥିସହ ଘର ବାହାରେ ମାଇକ୍ରୋ କଣ୍ଟେନ୍‌ମେଣ୍ଟ ଜୋନ୍‌ର ପୋଷ୍ଟର ଲଗାଇଛି ବିଏମସି । ସୂଚନା ମୁତାବକ, କେବଳ ଲାରା ହିଁ କରୋନାରେ ସଂକ୍ରମଣ ହୋଇଛନ୍ତି। ତାଙ୍କ ପରିବାର ଅନ୍ୟ କୌଣସି ସଦସ୍ୟ ସଂକ୍ରମିତ ହୋଇନଥିବାର ମଧ୍ୟ ସେ ନିଜେ ଟ୍ୱିଟ୍‌ କରି ସୂଚନା ଦେଇଛନ୍ତି।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ