ରାଜ୍ୟ ସ୍ୱାସ୍ଥ୍ୟ

କରୋନା ପାଇଁ ଲାଗୁ ହୋଇଛି କଟକଣା: କେନ୍ଦ୍ର ହଟାଇଲା, ରାଜ୍ୟ କେବେ?

ଭୁବନେଶ୍ବର : କୋଭିଡ-୧୯ ନିୟନ୍ତ୍ରଣ ପାଇଁ କେନ୍ଦ୍ର ସରକାର ଯେଉଁସବୁ କଟକଣା ଜାରି କରିଥିଲେ ତାହା ଚଳିତମାସ ୩୧ତାରିଖ ପରେ ଆଉ ରହିବ ନାହିଁ। ରାଜ୍ୟ ସରକାର ସମାନ ଢଙ୍ଗରେ କରୋନାକୁ ଏକ ବିପର୍ଯ୍ୟୟ ବୋଲି ଘୋଷଣା କରିବା ସହିତ ମହାମାରୀ ଆଇନ ଲାଗୁ କରିଛନ୍ତି। ପରବର୍ତୀ ସମୟରେ କୋଭିଡ ନିୟନ୍ତ୍ରଣ ପାଇଁ ମହାମାରୀ ରୋଗ(ସଂଶୋଧିତ) ଆଇନ-୨୦୨୦ ଲାଗୁ ହୋଇଛି। ଏଥିରେ ଅବଜ୍ଞା କଲେ ସର୍ବାଧିକ ୧୦ହଜାର ଟଙ୍କା ଜରିମାନା ଓ ୨ବର୍ଷ ପର୍ଯ୍ୟନ୍ତ ଜେଲ୍‌ ଦଣ୍ଡାଦେଶ ରହିଛି। ଏବେ ରାଜ୍ୟ ସରକାର ଏସବୁ ଆଇନ ଅନୁଯାୟୀ ଲାଗିଥିବା କଟକଣା ହଟାଇବେ ନା ଆଉ କିଛିଦିନ ଏହା ଜାରି ରହିବ ତ‌ା‌ହା ଉପରେ ନଜର ରହିଛି।

ଦେଶରେ କରୋନା ସଂକ୍ରମଣ ଆରମ୍ଭ ହେବା ପରେ ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତୃପକ୍ଷ(ଏନ୍‌ଡିଏମ୍‌ଏ) କରୋନା ନିୟନ୍ତ୍ରଣ ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରିବା ଲାଗି ରାଜ୍ୟମାନଙ୍କୁ ନିର୍ଦେଶ ଦେଇଥିଲେ। ପରବର୍ତୀ ସମୟରେ ରାଜ୍ୟ ସରକାର ଏନ୍‌ଡିଏମ୍‌ଏର ନିର୍ଦେଶନାମା ଆଇନ୍‌ ଅନୁସାରେ ରାଜ୍ୟରେ ବିଭିନ୍ନ ପଦକ୍ଷେପ ଗ୍ରହଣ କରିଥିଲେ। ଏଥିରେ ଲକ୍‌ଡାଉନ୍‌/ସଟ୍‌ଡାଉନ୍ ମଧ୍ୟ ଏକ ପ୍ରମୁଖ ଅସ୍ତ୍ର ରହିଥିଲା। ଏହାସହ ରାଜ୍ୟରେ କୋଭିଡ ନିୟନ୍ତ୍ରଣ ଓ ଜରୁରୀକାଳୀନ ସାମଗ୍ରୀ କିଣା ପାଇଁ ରାଜ୍ୟ ସରକାର ଏକ କ୍ଷମତାସଂପନ୍ନ ମନ୍ତ୍ରୀସ୍ତରୀୟ କମିଟି ଗଠନ କରିଥିଲେ। ଦୁଇଦିନ ତଳେ କେନ୍ଦ୍ର ସରକାର ଏନ୍‌ଡିଏମ୍‌ଏ ପକ୍ଷରୁ ଜାରି ନିର୍ଦେଶନାମାକୁ ପ୍ରତ୍ୟାହାର କରିନେବା ପରେ ରାଜ୍ୟମାନେ ଲଗାଇଥିବା କଟକଣାକୁ ହଟାଇବା ଲାଗି ଚିଠି ଲେଖିଛନ୍ତି।

ଅପରପକ୍ଷରେ ଓଡ଼ିଶାରେ ଏବେ ଦୈନିକ ସଂକ୍ରମଣ ୫୦ ତଳେ ରହିଛି। ପ୍ରାୟ ଅଧା ଜିଲ୍ଲାରୁ କୌଣସି ରୋଗୀ ଚିହ୍ନଟ ହେଉ ନ ଥିବା ବେଳେ କିଛି ଜିଲ୍ଲାରେ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ଶୂନ ରହିଛି। ଏଭଳି ପରିସ୍ଥିତିରେ ଏନ୍‌ଡିଏନ୍‌ଏ ଓ ମହାମାରୀ ଆଇନ ଅନୁଯାୟୀ ରାଜ୍ୟରେ ଯେଉଁ କଟକଣା ରହିଛି ତାହାକୁ ହଟାଇବାରେ କୌଣସି ସମସ୍ୟା ନ ଥିବା ବିଶେଷଜ୍ଞମାନେ କହୁଛନ୍ତି। ମିଳିଥିବା ସୂଚନା ଅନୁସାରେ, କ୍ଷମତାସଂପନ୍ନ ମନ୍ତ୍ରୀସ୍ତରୀୟ ବୈଠକ ଆଜି ବସିବା ସହିତ କଟକଣା ହଟାଇବା ସଂପର୍କରେ ଆଲୋଚନା ହୋଇଥାନ୍ତା। ମାତ୍ର ଏହାକୁ ଘୁଞ୍ଚାଇ ଦିଆଯାଇଥିବା ସୂଚନା ମିଳିଛି। ଜାତୀୟ ସ୍ବାସ୍ଥ୍ୟ ମିସନ୍‌ର ପରିଚାଳନା ନିର୍ଦେଶିକା ଶାଳିନୀ ପଣ୍ଡିତଙ୍କୁ ଏ ସଂପର୍କରେ ସଂପର୍କ କରାଯାଇଥିଲେ ହେଁ, ତାଙ୍କ ପାଖରେ ଏ ସଂପର୍କରେ କୌଣସି ସୂଚନା ନ ଥିବା କହିଛନ୍ତି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ